ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ, ମୁମ୍ବାଇ ପୋଲିସକୁ ମିଳିଲା ବାର୍ତ୍ତା, ଯାଞ୍ଚ ଆରମ୍ଭ

ମୁମ୍ବାଇ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି। ଶନିବାର ହ୍ବାଟସ ଆପରେ ମୁମ୍ବାଇ ପୋଲିସ ଏହି ବାର୍ତ୍ତା ଗ୍ରହଣ କରିଛି। ଏହି ବାର୍ତ୍ତା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାର ଧମକ ବାର୍ତ୍ତା ରାଜସ୍ଥାନର ଅଜମେରରୁ ପଠାଯାଇଛି। ଏହି ବାର୍ତ୍ତା ପଠାଇଥିବା ସନ୍ଦିଗ୍ଧଙ୍କ ସନ୍ଧାନରେ ଅଜମେରକୁ ଏକ ପୋଲିସ ଟିମ ପଠାଯାଇଛି। ପୋଲିସ କହିଛି ଯେ ଏହି ବାର୍ତ୍ତା କିଛି ଘଣ୍ଟା ପୂର୍ବରୁ ମୁମ୍ବାଇ ଟ୍ରାଫିକ […] The post ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ, ମୁମ୍ବାଇ ପୋଲିସକୁ ମିଳିଲା ବାର୍ତ୍ତା, ଯାଞ୍ଚ ଆରମ୍ଭ appeared first on Dharitri Odia News.

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ, ମୁମ୍ବାଇ ପୋଲିସକୁ ମିଳିଲା ବାର୍ତ୍ତା, ଯାଞ୍ଚ ଆରମ୍ଭ

ମୁମ୍ବାଇ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି। ଶନିବାର ହ୍ବାଟସ ଆପରେ ମୁମ୍ବାଇ ପୋଲିସ ଏହି ବାର୍ତ୍ତା ଗ୍ରହଣ କରିଛି। ଏହି ବାର୍ତ୍ତା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାର ଧମକ ବାର୍ତ୍ତା ରାଜସ୍ଥାନର ଅଜମେରରୁ ପଠାଯାଇଛି। ଏହି ବାର୍ତ୍ତା ପଠାଇଥିବା ସନ୍ଦିଗ୍ଧଙ୍କ ସନ୍ଧାନରେ ଅଜମେରକୁ ଏକ ପୋଲିସ ଟିମ ପଠାଯାଇଛି।
ପୋଲିସ କହିଛି ଯେ ଏହି ବାର୍ତ୍ତା କିଛି ଘଣ୍ଟା ପୂର୍ବରୁ ମୁମ୍ବାଇ ଟ୍ରାଫିକ ପୋଲିସ ହେଲ୍ପଲାଇନର ହ୍ବାଟସ ଆପ ନମ୍ବରରେ ପଠାଯାଇଥିଲା। ଏଥିରେ କୁହାଯାଇଛି ଯେ ଦୁଇଜଣ ଆଇଏସଆଇ ଏଜେଣ୍ଟ ତଥା ପିଏମ ମୋଦିଙ୍କୁ ଟାର୍ଗେଟ କରିବା ପାଇଁ ବୋମା ବିସ୍ଫୋରଣ ପାଇଁ ଷଡଯନ୍ତ୍ର ରଚିଛି। ଅନୁସନ୍ଧାନକାରୀମାନେ ସନ୍ଦେହ କରୁଛନ୍ତି ଯେ ବାର୍ତ୍ତା ପ୍ରେରକ ମାନସିକ ସ୍ତରରେ ବିକୃତ ବ୍ୟକ୍ତି କିମ୍ବା ମଦ୍ୟପାନ କରି ଏହି ବାର୍ତ୍ତା ପଠାଇଥାଇ ପାରନ୍ତି। ପୋଲିସ ଏ ବାବଦରେ ଏଫଆଇଆର୍‌ ପଞ୍ଜିକରଣ କରିଛି। ମୁମ୍ବାଇ ଟ୍ରାଫିକ ପୋଲିସର ହେଲ୍ପଲାଇନରେ ଏଭଳି ଧମକପୂର୍ଣ୍ଣ ବାର୍ତ୍ତା ଗ୍ରହଣ ହୋଇସାରିଛି।
ସୂଚନାଯୋଗ୍ୟ, ଏହାପୂର୍ବରୁ ନଭେମ୍ବର ୨୭ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବାକୁ ଧମକ ଦେଇ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ କଲ କରାଯାଇଥିଲା। ପଶ୍ଚିମ ଉପନଗରରେ ଥିବା ଆମ୍ବୋଲିକୁ ଏହି କଲ ଚିହ୍ନଟ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏକ ମାମଲା ରୁଜୁ ହୋଇଥିଲା। ମୁମ୍ବାଇ ପୋଲିସର ଏକ ଟିମ ମହିଳା କଲରଙ୍କୁ ଖୋଜି ପଚରାଉଚରା ପାଇଁ ଗିରଫ କରିଥିଲା। ଅନୁସନ୍ଧାନ ପରେ ମହିଳା ଜଣଙ୍କ ମାନସିକ ସ୍ତରରେ ଅସ୍ଥିର ଥିବା ଏବଂ ଏହି କଲଟି ଏକ ‘ପ୍ରବୃତ୍ତି’ ବୋଲି ଜଣାପଡିଛି। ଅଧିକାରୀ କହିଛନ୍ତି ଯେ ମହିଳାଙ୍କ ପାଖରେ କୌଣସି ଅପରାଧିକ ରେକର୍ଡ ନାହିଁ।

The post ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ, ମୁମ୍ବାଇ ପୋଲିସକୁ ମିଳିଲା ବାର୍ତ୍ତା, ଯାଞ୍ଚ ଆରମ୍ଭ appeared first on Dharitri Odia News.