ଜାମିନରେ ଆସିଥିଲେ, ହେଲେ କାଶୀପୁର ବ୍ଲକ ଜେଇଙ୍କୁ ପୁଣି ବାନ୍ଧିଲା ଭିଜିଲାନ୍ସ
ରାୟଗଡ଼ା,୧୨।୧୧(ଆଶିଷ ରଞ୍ଜନ ପଣ୍ଡା): ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ର କନିଷ୍ଠଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ। ଭିଜିଲାନ୍ସ ପକ୍ଷରୁ ତାଙ୍କ ନାମରେ ଆୟ ବହିର୍ଭୂତ ମାମଲା ରୁଜୁ କରାଯିବା ସହ ତାଙ୍କୁ ପୁଣି ଥରେ ଗିରଫକରି ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ ଖାରଜ ହେବାରୁ ଯନ୍ତ୍ରୀଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ମୂଲ୍ୟ ୧ କୋଟି ୭୩ ଲକ୍ଷ ୪୮ ହଜାର ୪୧୭ ଟଙ୍କା ବୋଲି ଭିଜିଲାନ୍ସ […] The post ଜାମିନରେ ଆସିଥିଲେ, ହେଲେ କାଶୀପୁର ବ୍ଲକ ଜେଇଙ୍କୁ ପୁଣି ବାନ୍ଧିଲା ଭିଜିଲାନ୍ସ appeared first on Dharitri Odia News.
ରାୟଗଡ଼ା,୧୨।୧୧(ଆଶିଷ ରଞ୍ଜନ ପଣ୍ଡା): ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ର କନିଷ୍ଠଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ। ଭିଜିଲାନ୍ସ ପକ୍ଷରୁ ତାଙ୍କ ନାମରେ ଆୟ ବହିର୍ଭୂତ ମାମଲା ରୁଜୁ କରାଯିବା ସହ ତାଙ୍କୁ ପୁଣି ଥରେ ଗିରଫକରି ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ ଖାରଜ ହେବାରୁ ଯନ୍ତ୍ରୀଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ମୂଲ୍ୟ ୧ କୋଟି ୭୩ ଲକ୍ଷ ୪୮ ହଜାର ୪୧୭ ଟଙ୍କା ବୋଲି ଭିଜିଲାନ୍ସ ଆକଳନ କରିଛି । କେସ୍ ନମ୍ବର ୨୨/୨୪ ରେ ଯନ୍ତ୍ରୀ ଏବଂ ତାଙ୍କ ସ୍ତ୍ରୀଙ୍କ ନାମରେ ଧାରା ୧୩(୨)ଆର୍/ଡବ୍ଲ୍ୟୁ ୧୩(୧)(ବି)/୧୨ ପିସି ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି । ଏନେଇ ଅଧିକ ତଦନ୍ତ ଚାଲିଥିବା ଭିଜିଲାନ୍ସ ବିଭାଗ ତରଫରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଏମ୍ଜିଏନ୍ଆର୍ଇଜିଏ ଯୋଜନାରେ ଏକ ରାସ୍ତା କାମର ମାପଚୁପ ଏବଂ ଶ୍ରମିକଙ୍କ ମଜୁରି ବିଲ୍ ପାସ୍ କରିବା ପାଇଁ ଯନ୍ତ୍ରୀ ଚୌଧୁରୀ ୬୦ ହଜାର ଟଙ୍କା ଦାବି କରିଥିଲେ । ଗତ ଅଗଷ୍ଟ ୩୧ରେ ରାୟଗଡ଼ା ଫରେଷ୍ଟ କଲୋନୀ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ କାଶୀପୁର ବ୍ଲକ୍ର ମାଣ୍ଡିବିସି ପଞ୍ଚାୟତ ମେଟ୍ କ୍ଷେତ୍ର ମାଝୀଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜେଇ ଚୌଧୁରୀ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ଟିମ୍ ଯନ୍ତ୍ରୀଙ୍କ ଘରୁ କେମିକାଲ ରଙ୍ଗ ବୋଳା ଟଙ୍କା ଜବତ କରିବା ସହ ଗିରଫ କରାଯାଇଥିଲା। ସେତେବେଳେ ଯନ୍ତ୍ରୀଙ୍କ ଘରୁ ୧୪ ଲକ୍ଷ ୮୧ ହଜାର ୩୦୦ ଟଙ୍କା ସମେତ ସୁନା ଅଳଙ୍କାର, ଗାଡ଼ି ଇତ୍ୟାଦି ଜବତ ହୋଇଥିଲା। ଏଥିସହ ଏକ ଘର ଠାବ କରିଥିଲେ ଭିଜିଲାନ୍ସ ଟିମ୍। ଜୟପୁର ଭିଜିଲାନ୍ସର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଏହାପରେ ଯନ୍ତ୍ରୀ ଚୌଧୁରୀ ଜାମିନରେ ଆସିଥିବାବେଳେ ଏବେ ପୁଣି ତାଙ୍କୁ ଗିରଫ କରାଯାଇଛି।
The post ଜାମିନରେ ଆସିଥିଲେ, ହେଲେ କାଶୀପୁର ବ୍ଲକ ଜେଇଙ୍କୁ ପୁଣି ବାନ୍ଧିଲା ଭିଜିଲାନ୍ସ appeared first on Dharitri Odia News.