ଖିମ୍ଜୀ ଜୁଏଲର୍ସର ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍
ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଖିମ୍ଜୀ ପକ୍ଷରୁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଜରିଆରେ ଗ୍ରାହକମାନେ ସୁନା ଓ ହୀରା ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୫୦% ରିହାତି ଓ ରୁପା ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୨୦% ରିହାତି […] The post ଖିମ୍ଜୀ ଜୁଏଲର୍ସର ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍ appeared first on Dharitri Odia News.
ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଖିମ୍ଜୀ ପକ୍ଷରୁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଜରିଆରେ ଗ୍ରାହକମାନେ ସୁନା ଓ ହୀରା ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୫୦% ରିହାତି ଓ ରୁପା ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୨୦% ରିହାତି ପ୍ରଦାନ କରାଯାଉଛି। ଏ ସମ୍ପର୍କରେ ଖିମ୍ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍ଜୀ କହିଛନ୍ତି, ଓଡ଼ିଶା ବଜାରରେ ଆମେ ଏ ପର୍ଯ୍ୟନ୍ତ ପ୍ରଦାନ କରିଥିବା ଅଫର ମଧ୍ୟରେ ଏହା ହେଉଛି ସର୍ବଶ୍ରେଷ୍ଠ ଅଫର ଏବଂ ସୁନା ଓ ହୀରା ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୫୦% ରିହାତି ଗ୍ରାହକମାନଙ୍କୁ ନିହାତି ଆକର୍ଷିତ କରିବ। ସେହିଭଳି ରୁପା ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୨୦% ରିହାତିର ଲାଭ ଗ୍ରାହକମାନେ ଉଠାଇପାରିବେ ବୋଲି ମିତେଶ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସମଗ୍ର ଓଡ଼ିଶାରେ ଖିମ୍ଜୀର ୯ଟି ଏକ୍ସକ୍ଲୁସିଭ ଆଉଟଲେଟ (ଶୋ’ରୁମ୍) ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଝାରସୁଗୁଡ଼ା, ପୁରୀ ଓ ରାଉରକେଲା ଠାରେ ରହିଛି।
The post ଖିମ୍ଜୀ ଜୁଏଲର୍ସର ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍ appeared first on Dharitri Odia News.