ଗୁପ୍‌ଚୁପ୍‌ ବିବାହ କଲେ ଏହି ଭାରତୀୟ କ୍ରିକେଟର, ୯ ବର୍ଷର ଅପେକ୍ଷା ପରେ ପ୍ରେମିକା ହେଲେ ଜୀବନସାଥୀ

ନୂଆଦିଲ୍ଲୀ,୨୦।୭: ଭାରତୀୟ ଅଲରାଉଣ୍ଡର ଦୀପକ ହୁଡାଙ୍କ ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ଏହି ବ୍ୟାଟ୍ସମ୍ୟାନ୍‌ ଜୁଲାଇ ୧୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର ସେ ବିବାହ ଫଟୋ ଶେୟାର କରି ଜୀବନର ଖୁସି ମୁହୂର୍ତ୍ତକୁ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ପୋଷ୍ଟ କରି ଦୀପକ ଲେଖିଛନ୍ତି, ୯ ବର୍ଷର ଅପେକ୍ଷା, ପ୍ରତି କ୍ଷଣ, ପ୍ରତିଟି ସ୍ବପ୍ନ, ପ୍ରତିଟି କଥା ଆମକୁ ଏହି ସୁନ୍ଦର ଦିନକୁ ନେଇ ଆସିଛି। ଆମେ ଯଦି ପରସ୍ପର […] The post ଗୁପ୍‌ଚୁପ୍‌ ବିବାହ କଲେ ଏହି ଭାରତୀୟ କ୍ରିକେଟର, ୯ ବର୍ଷର ଅପେକ୍ଷା ପରେ ପ୍ରେମିକା ହେଲେ ଜୀବନସାଥୀ appeared first on Dharitri Odia News.

ଗୁପ୍‌ଚୁପ୍‌ ବିବାହ କଲେ ଏହି ଭାରତୀୟ କ୍ରିକେଟର, ୯ ବର୍ଷର ଅପେକ୍ଷା ପରେ ପ୍ରେମିକା ହେଲେ ଜୀବନସାଥୀ

ନୂଆଦିଲ୍ଲୀ,୨୦।୭: ଭାରତୀୟ ଅଲରାଉଣ୍ଡର ଦୀପକ ହୁଡାଙ୍କ ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ଏହି ବ୍ୟାଟ୍ସମ୍ୟାନ୍‌ ଜୁଲାଇ ୧୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର ସେ ବିବାହ ଫଟୋ ଶେୟାର କରି ଜୀବନର ଖୁସି ମୁହୂର୍ତ୍ତକୁ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି।

ପୋଷ୍ଟ କରି ଦୀପକ ଲେଖିଛନ୍ତି, ୯ ବର୍ଷର ଅପେକ୍ଷା, ପ୍ରତି କ୍ଷଣ, ପ୍ରତିଟି ସ୍ବପ୍ନ, ପ୍ରତିଟି କଥା ଆମକୁ ଏହି ସୁନ୍ଦର ଦିନକୁ ନେଇ ଆସିଛି। ଆମେ ଯଦି ପରସ୍ପର ସହ ଆଉ ଟିକିଏ ସମୟ ବିତାଉ ତେବେ କ୍ଷମା କରିବେ। ମୋ ଲିଟିଲ୍‌ ପିଟଲ୍‌ ହିମାଚଳୀ ଝିଅଙ୍କୁ ମୋ’ ଘରେ ସ୍ବାଗତ। ନିଜ ପରିବାର ଏବଂ ବନ୍ଧୁଙ୍କ ଗହଣରେ ଆମେ ଏହି ଯାତ୍ରା ଆରମ୍ଭ କରିଛୁ। ସମସ୍ତଙ୍କୁ ବହୁତ ଧନ୍ୟବାଦ।

ହୁଡାଙ୍କ ଏହି ପୋଷ୍ଟରେ ଅନେକ କ୍ରିକେଟର ପ୍ରତିକ୍ରିୟା ରଖି ଶୁଭେଚ୍ଛା ଜଣାଉଛନ୍ତି। ଲକ୍ଷ୍ନୌ ମାଲିକ ସଞ୍ଜୀବ ଗୋଏଙ୍କା କମେଣ୍ଟ କରି ଆପଣ ଦୁହିଁଙ୍କୁ ବହୁତ ଶୁଭକାମନା ବୋଲି ଲେଖିଛନ୍ତି । ସେହିଭଳି ଉମରାନ ମଲିକ, ମହମ୍ମଦ ନବୀ, ଖଲିଲ୍‌ ଅହମ୍ମଦ ପ୍ରମୁଖ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

 

View this post on Instagram

 

A post shared by Deepak Hooda (@deepakhooda30)

The post ଗୁପ୍‌ଚୁପ୍‌ ବିବାହ କଲେ ଏହି ଭାରତୀୟ କ୍ରିକେଟର, ୯ ବର୍ଷର ଅପେକ୍ଷା ପରେ ପ୍ରେମିକା ହେଲେ ଜୀବନସାଥୀ appeared first on Dharitri Odia News.