ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍‌ କାର୍ଯ୍ୟ ପରିସର କେନ୍ଦୁଝର ଜିଲା ଅଧୀନ ଶଙ୍କରୀ ଗ୍ରାମଠାରେ ଉକ୍ତ ସିଏଚ୍‌ଡିର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଶଙ୍କରୀ ଗ୍ରାମର ୱାର୍ଡମେମ୍ବର ସୁଲୋଚନା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଭାରପ୍ରାପ୍ତ ଟିଏସ୍‌ଏଫ୍‌ ପ୍ରଭାରୀ […] The post ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ appeared first on Dharitri Odia News.

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍‌ କାର୍ଯ୍ୟ ପରିସର କେନ୍ଦୁଝର ଜିଲା ଅଧୀନ ଶଙ୍କରୀ ଗ୍ରାମଠାରେ ଉକ୍ତ ସିଏଚ୍‌ଡିର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଶଙ୍କରୀ ଗ୍ରାମର ୱାର୍ଡମେମ୍ବର ସୁଲୋଚନା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ଭାରପ୍ରାପ୍ତ ଟିଏସ୍‌ଏଫ୍‌ ପ୍ରଭାରୀ ଧର୍ମେନ୍ଦ୍ର ହିରୱା, ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ମୁଖ୍ୟ-ସିଏସ୍‌ଆର୍‌ ମଦନ ଦାଶଙ୍କ ସହ ସ୍ଥାନୀୟ ସମ୍ପ୍ରଦାୟର ବହୁ ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅନୁଯାୟୀ ଏହି ପ୍ରକଳ୍ପର କାର୍ଯ୍ୟକ୍ଷମ ହୋଇଛି, ଏପରିକି ପ୍ରକଳ୍ପ ଆରୋଗ୍ୟ ଅଧୀନରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ଡିସ୍‌ପେନସାରି)ର ଶୁଭାରମ୍ଭ ହୋଇଯାଇଛି।
ସେହିଭଳି ଶଙ୍କରୀ ଗ୍ରାମ ଏବଂ ଆଖପାଖ ଅଞ୍ଚଳର ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି। ଏପରିକି ଆଖପାଖ ଅଞ୍ଚଳରେ ପ୍ରଚଳିତ ସ୍ବାସ୍ଥ୍ୟ ଓ ପୋଷଣ ସମସ୍ୟାର ସମାଧାନ, ସାମଗ୍ରିକ ସୁସ୍ଥତା ବୃଦ୍ଧି ଏବଂ ଉତ୍ତମ ସ୍ବାସ୍ଥ୍ୟ ବିକାଶ ପାଇଁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସ୍ଥାପିତ ଏହି ଡିସ୍‌ପେନସାରି ଜରିଆରେ ୫୦୦ରୁ ଅଧିକ ଲୋକ ଉପକୃତ ହେବେ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।
ସେହିପରି ପ୍ରତି ସପ୍ତାହରେ ଜଣେ ଡାକ୍ତର ୨ଥର ଉପସ୍ଥିତ ରହିବା ସହ ଆବଶ୍ୟକ ରୋଗୀ ସେବା ଯୋଗାଇ ଦେବେ। ଏପରିକି ଜଣେ ଫାର୍ମାସିଷ୍ଟ ଏବଂ ଜଣେ ନର୍ସଙ୍କ ସମେତ ଜଣେ ଉତ୍ସର୍ଗୀକୃତ ପାରାମେଡିକାଲ କର୍ମଚାରୀ ଏଠାରେ ଉପଲବ୍ଧ ଥିବାବେଳେ ଡିସ୍‌ପେନସାରିରେ ମାଗଣା ପରାମର୍ଶ ଓ ଔଷଧ ମଧ୍ୟ ଯୋଗାଇ ଦିଆଯିବ। ଏହି ପ୍ରକଳ୍ପର କାର୍ଯ୍ୟକାରୀ ସହଯୋଗୀ ଉତ୍କଳ ନିଡ୍ସ ଉକ୍ତ ଡିସ୍‌ପେନସାରିର ପରିଚାଳନା ସହ ତଦାରଖ କରିବ। ଏହି ଅଞ୍ଚଳରେ ସ୍ବାସ୍ଥ୍ୟସେବା ଉପଲବ୍ଧତା ସହ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ଡିସ୍‌ପେନସାରି ପ୍ରତିଷ୍ଠା ପାଇଁ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ଗ୍ରାମବାସୀ ସ୍ବାଗତ ଏବଂ ପ୍ରଶଂସା କରିଛନ୍ତି।

The post ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ appeared first on Dharitri Odia News.