ଜଳବାୟୁ ପ୍ରଦୂଷଣ ପାଇଁ କୌଣସି ଧର୍ମ ଦାୟୀ ନୁହେଁ; ଦିଲ୍ଲୀ ପୋଲିସ କମିଶନରଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଜଳବାୟୁ ପ୍ରଦୂଷଣ ପାଇଁ କୌଣସି ଧର୍ମ ଦାୟୀ ନୁହେଁ । କୌଣସି ଜାତି ବାୟୁ ପ୍ରଦୂଷଣକୁ ପ୍ରୋତ୍ସାହନ ଦିଏ ନାହିଁ । ସୁପ୍ରିମକୋର୍ଟରେ ସୋମବାର ରାଜଧାନୀ ଦିଲ୍ଲୀର ଖରାପ ଜଳବାୟୁକୁ ନେଇ ଶୁଣାଣି ହୋଇଛି । ଏଥିରେ ଖଣ୍ଡପୀଠ କହିଛନ୍ତି, ଯଦି ପ୍ରଦୂଷଣ ଯୁକ୍ତ ବାଣ ଫୁଟାଯାଏ ତେବେ ଏହା ଦ୍ବାରା ଲୋକଙ୍କ ସ୍ବାସ୍ଥ୍ୟଗତ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଛି । ଏଥିପାଇଁ ଆମେ ନିଜେ ଦାୟୀ । ବାଣ ଫୁଟାଇବା ଉପରେ ଖାଲି ଲୋକ ଦେଖାଣିଆ କଟକଣା ଲାଗୁଛି । ପ୍ରଦୂଷଣ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉନାହିଁ । ତେଣୁ ଦୀପାବଳି ସମୟରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଏହାକୁ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରିବା ସହିତ ନଭେମ୍ବର ୨୫ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।..ସୋମବାର ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଦିଲ୍ଲୀ ପୋଲିସ କମିଶନରଙ୍କୁ ପ୍ରଶ୍ନ କରିକହିଥିଲେ, ରାଜଧାନୀରେ କାହିଁକି ଅକ୍ଟୋବର ମାସରୁ ଜାନୁଆରୀ ପର୍ଯ୍ୟନ୍ତ ବାଣ ଫୁଟା ଉପରେ କଟକଣା ଲାଗୁଛି ? ବର୍ଷା ସାରା କାହିଁକି ନିୟମ କଡ଼ାକଡ଼ି ହେଉନାହିଁ ? ଦିଲ୍ଲୀରେ ବର୍ଷ ସାରା ଏଆଇକ୍ୟୁ ଇଣ୍ଡେକ୍ସ ଖରାପ ରହୁଛି । ତେଣୁ ଏହି ନିୟମ ସବୁବେଳେ କଡ଼ାକଡ଼ି ଲାଗୁ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅନ୍ୟପଟେ ଦିଲ୍ଲୀ
ନୂଆଦିଲ୍ଲୀ: ଜଳବାୟୁ ପ୍ରଦୂଷଣ ପାଇଁ କୌଣସି ଧର୍ମ ଦାୟୀ ନୁହେଁ । କୌଣସି ଜାତି ବାୟୁ ପ୍ରଦୂଷଣକୁ ପ୍ରୋତ୍ସାହନ ଦିଏ ନାହିଁ । ସୁପ୍ରିମକୋର୍ଟରେ ସୋମବାର ରାଜଧାନୀ ଦିଲ୍ଲୀର ଖରାପ ଜଳବାୟୁକୁ ନେଇ ଶୁଣାଣି ହୋଇଛି । ଏଥିରେ ଖଣ୍ଡପୀଠ କହିଛନ୍ତି, ଯଦି ପ୍ରଦୂଷଣ ଯୁକ୍ତ ବାଣ ଫୁଟାଯାଏ ତେବେ ଏହା ଦ୍ବାରା ଲୋକଙ୍କ ସ୍ବାସ୍ଥ୍ୟଗତ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେଉଛି । ଏଥିପାଇଁ ଆମେ ନିଜେ ଦାୟୀ । ବାଣ ଫୁଟାଇବା ଉପରେ ଖାଲି ଲୋକ ଦେଖାଣିଆ କଟକଣା ଲାଗୁଛି । ପ୍ରଦୂଷଣ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉନାହିଁ । ତେଣୁ ଦୀପାବଳି ସମୟରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ଏହାକୁ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରିବା ସହିତ ନଭେମ୍ବର ୨୫ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।..
ସୋମବାର ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଦିଲ୍ଲୀ ପୋଲିସ କମିଶନରଙ୍କୁ ପ୍ରଶ୍ନ କରିକହିଥିଲେ, ରାଜଧାନୀରେ କାହିଁକି ଅକ୍ଟୋବର ମାସରୁ ଜାନୁଆରୀ ପର୍ଯ୍ୟନ୍ତ ବାଣ ଫୁଟା ଉପରେ କଟକଣା ଲାଗୁଛି ? ବର୍ଷା ସାରା କାହିଁକି ନିୟମ କଡ଼ାକଡ଼ି ହେଉନାହିଁ ? ଦିଲ୍ଲୀରେ ବର୍ଷ ସାରା ଏଆଇକ୍ୟୁ ଇଣ୍ଡେକ୍ସ ଖରାପ ରହୁଛି । ତେଣୁ ଏହି ନିୟମ ସବୁବେଳେ କଡ଼ାକଡ଼ି ଲାଗୁ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଅନ୍ୟପଟେ ଦିଲ୍ଲୀ ପୋଲିସ କମିଶନର ସତ୍ୟପାଠରେ କୋର୍ଟଙ୍କୁ ଜଣାଇବେ ପ୍ରଦୂଷଣ ରୋକିବାକୁ କ’ଣ ପଦକ୍ଷେପ ନିଆଯାଇଛି । ପୋଲିସ କମିଶନରଙ୍କୁ ବାଣ ଫୁଟା ଉପରେ ବ୍ୟାନ୍ ଲଗାଇବା ପାଇଁ ସ୍ବତନ୍ତ୍ର ସେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସମସ୍ତ ଏନସିଆର୍ ରାଜ୍ୟ ଗୁଡ଼ିକ ପ୍ରଦୂଷଣ କମ୍ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି କୋର୍ଟ ଜଣାଇବାକୁ କୁହାଯାଇଛି ।...