ସହକାରୀ ମତ୍ସ୍ୟ ଅଧିକାରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ
ଓଡ଼ଗାଁ,୨।୫(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଏନ୍ଏସି ଦଲକସାହିରେ ଗୁରୁବାର ସନ୍ଧାରେ ସୋନପୁର ଜିଲା ବିରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୁତି ଭୁଷଣ ପ୍ରଧାନଙ୍କ ପୈତୃକ ବାସଭବନରେ ଚଢ଼ାଉ ଜାରି ରହିଛି। ସମ୍ପୃକ୍ତ ଅଧିକାରୀ ପ୍ରଧାନ ନିଜ କାର୍ଯ୍ୟାଳୟରେ ଏସ୍ଏଚ୍ଜି ଗୃପଠାରୁ ସବସିଡି ଟଙ୍କା ମଞ୍ଜୁରି ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଏହି ପରିପ୍ରେକ୍ଷୀରେ ଭୁବନେଶରର ଏକ ଭିଜିଲାନ୍ସ ଟିମ ଓଡ଼ଗାଁ ସ୍ଥିତ ତାଙ୍କ ୨ ମହଲା ବାସଭବନରେ ସନ୍ଧ୍ୟା […] The post ସହକାରୀ ମତ୍ସ୍ୟ ଅଧିକାରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ appeared first on Dharitri Odia News.
ଓଡ଼ଗାଁ,୨।୫(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଏନ୍ଏସି ଦଲକସାହିରେ ଗୁରୁବାର ସନ୍ଧାରେ ସୋନପୁର ଜିଲା ବିରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୁତି ଭୁଷଣ ପ୍ରଧାନଙ୍କ ପୈତୃକ ବାସଭବନରେ ଚଢ଼ାଉ ଜାରି ରହିଛି। ସମ୍ପୃକ୍ତ ଅଧିକାରୀ ପ୍ରଧାନ ନିଜ କାର୍ଯ୍ୟାଳୟରେ ଏସ୍ଏଚ୍ଜି ଗୃପଠାରୁ ସବସିଡି ଟଙ୍କା ମଞ୍ଜୁରି ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ।
ଏହି ପରିପ୍ରେକ୍ଷୀରେ ଭୁବନେଶରର ଏକ ଭିଜିଲାନ୍ସ ଟିମ ଓଡ଼ଗାଁ ସ୍ଥିତ ତାଙ୍କ ୨ ମହଲା ବାସଭବନରେ ସନ୍ଧ୍ୟା ୬ରୁ ଚଢାଉ ଜାରି ରଖିଥିବା ଜଣାପଡିଛି । ଡିଏସ୍ପି ଚନ୍ଦ୍ରକଳା ଜେନାଙ୍କ ସହିତ ଏକ ଟିମ ଚଢାଉ ଜାରି ରଖିଥିବା ବେଳେ ତାଙ୍କର ପୈତୃକ ସମ୍ପତ୍ତିର କାଗଜପତ୍ର ଯାଞ୍ଚ କରିବା ସହିତ ସମ୍ପତ୍ତି ଆକଳନ କରୁଥିବା ସୂଚନା ମିଳିଛି।
The post ସହକାରୀ ମତ୍ସ୍ୟ ଅଧିକାରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ appeared first on Dharitri Odia News.