ପର୍ଥ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ, ରୋହିତ ନୁହେଁ ବୁମରା ହୋଇ ପାରନ୍ତି ଅଧିନାୟକ
ନୂଆଦିଲ୍ଲୀ: ଭାରତୀୟ ଦଳ ନଭେମ୍ବର ୨୨ରୁ ଆରମ୍ଭ ହେଉଥିବା ପର୍ଥ ଟେଷ୍ଟ ପାଇଁ ନିଜର ପ୍ରସ୍ତୁତି ଜୋରଦାର କରିଛି। ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପ୍ରବନ୍ଧକ ଏକ ବଡ଼ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ରେ ଯଶପ୍ରୀତ ବୁମରାଙ୍କୁ ଅଧିନାୟକ ଦାୟିତ୍ଵ ଦେବ। ବୁମରା ବର୍ତ୍ତମାନ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଛନ୍ତି। ଅଧିନାୟକ ରୋହିତ ଶର୍ମା ନିଜର ଦ୍ଵିତୀୟ ସନ୍ତାନ ପାଇଁ ସଂପ୍ରତି ଭାରତରେ ସହ ଅଛନ୍ତି। ତାଙ୍କ ପତ୍ନୀ ଶୁକ୍ରବାର ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତେଣୁ ରୋହିତ କିଛି ଦିନ ନିଜ ପରିବାର ସହ ସମୟ ବିତାଇବାକୁ ଚାହିଁଛନ୍ତି। ତେଣୁ ରୋହିତଙ୍କ ପର୍ଥ ଟେଷ୍ଟ ଖେଳିବା ସମ୍ଭାବନା ନାହିଁ। ତାଙ୍କ ଅନୁପସ୍ଥିତିରେ ବୁମରାଙ୍କୁ ଅଧିନାୟକ ଦାୟିତ୍ଵ ମିଳିବ। ଇଣ୍ଡିଆନ ଏକ୍ସପ୍ରେସ୍ର ରିପୋର୍ଟ ଅନୁଯାୟୀ, ପ୍ରଥମ ଟେଷ୍ଟ ପାଇଁ ବୁମରାଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ଵ ଦେବ। ରୋହିତ ମୁମ୍ବାଇରେ ଅଛନ୍ତି ଏବଂ ପୁତ୍ର ସନ୍ତାନ ଜନ୍ମ ପରେ ସେ ସେଠାରେ କିଛି ଦିନ କାଟିବାକୁ ଚାହାନ୍ତି। ତେବେ ରୋହିତ ଆଡିଲେଡରେ ଖେଳା ଯିବାକୁ ଥିବା ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ଯୋଗ ଦେଇ ପାରନ୍ତି। କିନ୍ତୁ ଶୁଭମନ ଗିଲ୍ ଭାରତୀୟ ଦଳର ଚିନ୍ତା ବଢାଇ ଦେଇଛନ୍ତି। ଅଭ୍ୟାସ ସମୟରେ ତାଙ୍କୁ ଆହତ ଲାଗିଛି। ତେଣୁ ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକଲଙ୍କୁ ସ
ନୂଆଦିଲ୍ଲୀ: ଭାରତୀୟ ଦଳ ନଭେମ୍ବର ୨୨ରୁ ଆରମ୍ଭ ହେଉଥିବା ପର୍ଥ ଟେଷ୍ଟ ପାଇଁ ନିଜର ପ୍ରସ୍ତୁତି ଜୋରଦାର କରିଛି। ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପ୍ରବନ୍ଧକ ଏକ ବଡ଼ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ରେ ଯଶପ୍ରୀତ ବୁମରାଙ୍କୁ ଅଧିନାୟକ ଦାୟିତ୍ଵ ଦେବ। ବୁମରା ବର୍ତ୍ତମାନ ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଛନ୍ତି।
ଅଧିନାୟକ ରୋହିତ ଶର୍ମା ନିଜର ଦ୍ଵିତୀୟ ସନ୍ତାନ ପାଇଁ ସଂପ୍ରତି ଭାରତରେ ସହ ଅଛନ୍ତି। ତାଙ୍କ ପତ୍ନୀ ଶୁକ୍ରବାର ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତେଣୁ ରୋହିତ କିଛି ଦିନ ନିଜ ପରିବାର ସହ ସମୟ ବିତାଇବାକୁ ଚାହିଁଛନ୍ତି। ତେଣୁ ରୋହିତଙ୍କ ପର୍ଥ ଟେଷ୍ଟ ଖେଳିବା ସମ୍ଭାବନା ନାହିଁ। ତାଙ୍କ ଅନୁପସ୍ଥିତିରେ ବୁମରାଙ୍କୁ ଅଧିନାୟକ ଦାୟିତ୍ଵ ମିଳିବ।
ଇଣ୍ଡିଆନ ଏକ୍ସପ୍ରେସ୍ର ରିପୋର୍ଟ ଅନୁଯାୟୀ, ପ୍ରଥମ ଟେଷ୍ଟ ପାଇଁ ବୁମରାଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ଵ ଦେବ। ରୋହିତ ମୁମ୍ବାଇରେ ଅଛନ୍ତି ଏବଂ ପୁତ୍ର ସନ୍ତାନ ଜନ୍ମ ପରେ ସେ ସେଠାରେ କିଛି ଦିନ କାଟିବାକୁ ଚାହାନ୍ତି। ତେବେ ରୋହିତ ଆଡିଲେଡରେ ଖେଳା ଯିବାକୁ ଥିବା ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ଯୋଗ ଦେଇ ପାରନ୍ତି।
କିନ୍ତୁ ଶୁଭମନ ଗିଲ୍ ଭାରତୀୟ ଦଳର ଚିନ୍ତା ବଢାଇ ଦେଇଛନ୍ତି। ଅଭ୍ୟାସ ସମୟରେ ତାଙ୍କୁ ଆହତ ଲାଗିଛି। ତେଣୁ ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକଲଙ୍କୁ ସୁଯୋଗ ମିଳିପାରେ। କାରଣ ଭାରତୀୟ ଏ ଦଳ ସହ ପାଡିକଲ ଅଷ୍ଟ୍ରେଲିଆରେ ଅଛନ୍ତି ଏବଂ ଅଷ୍ଟ୍ରେଲିଆ ଏ ବିପକ୍ଷରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। କିନ୍ତୁ ଏହାକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆ୍ଯାଇ ନାହିଁ।
ଦଳ ପାଇଁ ଆଶ୍ଵସ୍ତିକର ବିଷୟ ଭାରତୀୟ ଦଳର ଅନୁଭବୀ ଖେଳାଳି କେଏଲ ରାହୁଲ ଫିଟ୍ ହୋଇ ଯାଇଛନ୍ତି। ସେ ଅଭ୍ୟାସ୍ ସମୟରେ ଆହତ ହୋଇଥିଲେ। କିନ୍ତୁ ତାଙ୍କ ଆହତ ସମସ୍ୟା ଗମ୍ଭୀର ନୁହେଁ। ସେ ସଂପୂର୍ଣ୍ଣ ଫିଟ୍ ହୋଇ ନେଟ୍ରେ ବ୍ୟାଟିଂ ଅଭ୍ୟାସ୍ ଆରମ୍ଭ କରିଛନ୍ତି। ରାହୁଲଙ୍କୁ ଜୟସ୍ଵାଲଙ୍କ ସହିତ ଓପନିଂ କରିବାକୁ ସୁଯୋଗ ମିଳିପାରେ। ରାହୁଲ ଓପନିଂରେ ଅନେକ ଥର ଦଳ ପକ୍ଷରୁ ଦମଦାର ପ୍ରଦର୍ଶନ କରିଛନ୍ତି।