ଦ୍ୱାଦଶ ଶାମ୍ଭବୀ ପୁରସ୍କାରରେ CIRTD ସମ୍ମାନିତ, ଗ୍ରାମୀଣ ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ଦେଉଛି BIPF

ଭୁବନେଶ୍ୱର: ଗ୍ରାମୀଣ ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ସେଂଟର ଫର ଇଣ୍ଟିଗ୍ରେଟେଡ଼ ରୁରାଲ ଆଣ୍ଡ ଟ୍ରାଇବାଲ ଡେଭଲପମେଣ୍ଟ (ସିଆଇରଟିଡ଼ି)କୁ ଦ୍ୱାଦଶ ଶାମ୍ଭବୀ ପୁରସ୍କାର ପ୍ରଦାନ କରିଛି । ସିଆଇରଟିଡ଼ି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାର ଚାଷୀ, ମହିଳା, ଶିଶୁ ଏବଂ ଯୁବବର୍ଗଙ୍କୁ ସେମାନଙ୍କ ଜୀବନ ଧାରଣ ମାନରେ  ଉନ୍ନତି ଆଣିବାରେ ସାହାଯ୍ୟ କରିଆସୁଛି । ଶ୍ରବଣ ବାଧିତ ପିଲାମାନଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କୁ ନିଜ କ୍ଷମତା ଅନୁରୂପ ସକ୍ଷମ କରିବା ପାଇଁ ଓଡ଼ିଶାର ସୋନପୁରର ଡକ୍ଟର ଶିବାଜୀ ପଣ୍ଡାଙ୍କୁ ଜୁରୀ ପ୍ରଶଂସା ପ୍ରମାଣପତ୍ରରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିଂହ ଚୌଧୁରୀ ମୁଖ୍ୟ ଅତିଥି ଓ ପଦ୍ମଶ୍ରୀ ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିଂହ ଚୌଧୁରୀ ନିଜର ବକ୍ତବ୍ୟ ରଖି କହିଥିଲେ ଯେ, "ଓଡ଼ିଶା ଏକ ସମ୍ପଦ ସମୃଦ୍ଧ ରାଜ୍ୟ ଏବଂ ଏଠାକାର ଲୋକଙ୍କ ପାଇଁ ଦକ୍ଷତା ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାଂଗଠନିକ ଦୃଷ୍ଟିରୁ, ଓଡ଼ିଶା ଏହି କ୍ଷେତ୍ରରେ ଆଗରେ ଅଛି। କିନ୍ତୁ ଯେକୌଣସି ସମ୍ପଦ ସମୃଦ୍ଧ ଅଞ୍ଚଳ ପରି ଏଠାରେ ଲୋକଙ୍କ ମଧ୍ୟରେ ଆର୍ଥିକ ଅସମାନତା ରହିଛି। ଏହାକୁ ଦୂର

ଦ୍ୱାଦଶ ଶାମ୍ଭବୀ ପୁରସ୍କାରରେ CIRTD ସମ୍ମାନିତ, ଗ୍ରାମୀଣ ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ଦେଉଛି BIPF

ଭୁବନେଶ୍ୱର: ଗ୍ରାମୀଣ ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ସେଂଟର ଫର ଇଣ୍ଟିଗ୍ରେଟେଡ଼ ରୁରାଲ ଆଣ୍ଡ ଟ୍ରାଇବାଲ ଡେଭଲପମେଣ୍ଟ (ସିଆଇରଟିଡ଼ି)କୁ ଦ୍ୱାଦଶ ଶାମ୍ଭବୀ ପୁରସ୍କାର ପ୍ରଦାନ କରିଛି । ସିଆଇରଟିଡ଼ି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାର ଚାଷୀ, ମହିଳା, ଶିଶୁ ଏବଂ ଯୁବବର୍ଗଙ୍କୁ ସେମାନଙ୍କ ଜୀବନ ଧାରଣ ମାନରେ  ଉନ୍ନତି ଆଣିବାରେ ସାହାଯ୍ୟ କରିଆସୁଛି । ଶ୍ରବଣ ବାଧିତ ପିଲାମାନଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କୁ ନିଜ କ୍ଷମତା ଅନୁରୂପ ସକ୍ଷମ କରିବା ପାଇଁ ଓଡ଼ିଶାର ସୋନପୁରର ଡକ୍ଟର ଶିବାଜୀ ପଣ୍ଡାଙ୍କୁ ଜୁରୀ ପ୍ରଶଂସା ପ୍ରମାଣପତ୍ରରେ ସମ୍ମାନିତ କରାଯାଇଛି । 

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିଂହ ଚୌଧୁରୀ ମୁଖ୍ୟ ଅତିଥି ଓ ପଦ୍ମଶ୍ରୀ ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିଂହ ଚୌଧୁରୀ ନିଜର ବକ୍ତବ୍ୟ ରଖି କହିଥିଲେ ଯେ, "ଓଡ଼ିଶା ଏକ ସମ୍ପଦ ସମୃଦ୍ଧ ରାଜ୍ୟ ଏବଂ ଏଠାକାର ଲୋକଙ୍କ ପାଇଁ ଦକ୍ଷତା ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାଂଗଠନିକ ଦୃଷ୍ଟିରୁ, ଓଡ଼ିଶା ଏହି କ୍ଷେତ୍ରରେ ଆଗରେ ଅଛି। କିନ୍ତୁ ଯେକୌଣସି ସମ୍ପଦ ସମୃଦ୍ଧ ଅଞ୍ଚଳ ପରି ଏଠାରେ ଲୋକଙ୍କ ମଧ୍ୟରେ ଆର୍ଥିକ ଅସମାନତା ରହିଛି। ଏହାକୁ ଦୂର କରିବା ପାଇଁ ନିଯୁକ୍ତି ପ୍ରଦାନକାରୀ ଉଦ୍ୟୋଗୀଙ୍କ ଆବଶ୍ୟକତା ଅଛି।"

ବିଆଇପିଏଫ୍ ର ଟ୍ରଷ୍ଟି ଏବଂ ପ୍ରତିଷ୍ଠାତା ସିଇଓ ଏବଂ ଇମ୍ଫାର ସିଏସଆର (ସ୍ୱତନ୍ତ୍ର ପଦକ୍ଷେପ) ମୁଖ୍ୟ ଶ୍ରୀମତୀ ଶୈଫାଳିକା ପଣ୍ଡା କହିଛନ୍ତି ଯେ  "ପରିବର୍ତ୍ତନ ଆଣିବା ହେଉଛି ଦୃଢ଼ତା, ଉଦ୍ଦେଶ୍ୟ ଏବଂ ଅନ୍ୟମାନେ ଯେଉଁଠାରେ ଚ୍ୟାଲେଞ୍ଜ ଦେଖନ୍ତି ସେଠାରେ ସମ୍ଭାବନା ଦେଖିବାର କ୍ଷମତା। ଶାମ୍ଭବୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନେ ଆମକୁ ମନେ ପକାଇ ଦିଅନ୍ତି ଯେ ପ୍ରକୃତ ପରିବର୍ତ୍ତନ ନିବିଡ  ମାନବୀୟ  ସମ୍ପର୍କ ସହିତ ଜଡିତ। ଗୋଷ୍ଠୀମାନଙ୍କ ଉତ୍ଥାନ କରି, ସେମାନେ ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ସହିତ  କରୁଣା ଏବଂ ପ୍ରତିବଦ୍ଧତା ସହିତ ସେମାନଙ୍କ ଭବିଷ୍ୟତକୁ ପୁନଃଗଠନ କରୁଛନ୍ତି। ବିଆଇପିଏଫ୍ ରେ, ଆମେ ଏପରି ଏକ ସମାଜ ସୃଷ୍ଟି କରିବାକୁ ଆଶା ରଖିଛୁ, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ନିଜକୁ ପ୍ରତିଭାଶାଳୀ ଅନୁଭବ କରିବେ"।

ସମ୍ମାନିତ ଅତିଥି ପଦ୍ମଶ୍ରୀ ପ୍ରଫେସର (ଡକ୍ଟର) ଅଶୋକ କୁମାର ମହାପାତ୍ର ମଧ୍ୟ ନିଜର ମନ୍ତବ୍ୟ ରଖି କହିଥିଲେ ଯେ , "ଯେତେବେଳେ ଆମେ ଗୋଷ୍ଠୀମାନଙ୍କ  ମଧ୍ୟରେ ଥିବା ଅନ୍ତର୍ନିହିତ ସମ୍ଭାବନାକୁ ଚିହ୍ନଟ କରିବା ସହିତ ଏହାକୁ ବିକଶିତ କରୁ, ସେତେବେଳେ ପରିବର୍ତ୍ତନର ପ୍ରକ୍ରିୟା  ଆରମ୍ଭ ହୋଇଥାଏ। ଶାମ୍ଭବୀ ପୁରସ୍କାର ମାଧ୍ୟମରେ ବିଆଇପିଏଫ୍, ଅବହେଳିତ ଗୋଷ୍ଠୀ ଏବଂ ଶ୍ରବଣ ବାଧାପ୍ରାପ୍ତ ପିଲାମାନଙ୍କୁ ସଶକ୍ତ କରିବା ପାଇଁ ପୁରସ୍କାର ବିଜେତାଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ସ୍ୱୀକୃତି   ପ୍ରଦାନ କରିଛି । ସେମାନଙ୍କ କାର୍ଯ୍ୟ ଏକ ଅଧିକ ଅନ୍ତର୍ଭୁକ୍ତକାରୀ  ଏବଂ ନ୍ୟାୟସଙ୍ଗତ ଭବିଷ୍ୟତ ସୃଷ୍ଟି କରିବା ପାଇଁ ପ୍ରେରଣା ସ୍ରୋତ ଭାବରେ କାର୍ଯ୍ୟ କରିବ।"

୨୦୧୪ ମସିହାରେ ଏହାର ଶୁଭାରମ୍ଭ ହେବା ପରଠାରୁ, ଶାମ୍ଭବୀ ପୁରସ୍କାର ୨୦ରୁ ଅଧିକ ତୃଣମୂଳ ସ୍ତରର ପରିବର୍ତ୍ତନକାରୀଙ୍କୁ ସ୍ୱୀକୃତି ପ୍ରଦାନ କରିବା ସହିତ ସେମାନଙ୍କୁ  ସଶକ୍ତ କରିଛି, ଯାହା ସେମାନଙ୍କର ପ୍ରଭାବକୁ ବୃଦ୍ଧି କରିବା ସହ ଗୋଷ୍ଠୀ-କେନ୍ଦ୍ରିକ ପରିବର୍ତ୍ତନକୁ ପ୍ରେରଣା ଯୋଗାଇଛି। ଏହି ପୁରସ୍କାର ବାବଦରେ ୫,୦୦,୦୦୦ ଟଙ୍କା ନଗଦ ପୁରସ୍କାର ସହିତ ଏକ ଗୁଣୋଲ୍ଲେଖ ଏବଂ ଟ୍ରଫି ପ୍ରଦାନ କରାଯାଉଛି । ସେହିପରି ଜୁରି ପ୍ରଶଂସା ପ୍ରମାଣପତ୍ରରେ ୧,୦୦,୦୦୦ ଟଙ୍କା ନଗଦ ପୁରସ୍କାର ଏବଂ ଏକ ଗୁଣୋଲ୍ଲେଖ ଅନ୍ତର୍ଭୁକ୍ତ ।

ଦୀର୍ଘସ୍ଥାୟୀ ବିକାଶ ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ଗୋଷ୍ଠୀମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ଉତ୍ସର୍ଗୀକୃତ ପ୍ରୟାସ ପାଇଁ ଓଡ଼ିଶାର ସୁନ୍ଦରଗଡ଼ସ୍ଥିତ ସମନ୍ୱିତ ସେଂଟର ଫର ଇଣ୍ଟିଗ୍ରେଟେଡ଼ ରୁରାଲ ଆଣ୍ଡ ଟ୍ରାଇବାଲ ଡେଭଲପମେଣ୍ଟ (ସିଆଇରଟିଡ଼ି) କୁ ଶାମ୍ଭବୀ ପୁରସ୍କାର ୨୦୨୫   ପ୍ରଦାନ କରାଯାଇଛି। ଶ୍ରବଣ ବାଧାପ୍ରାପ୍ତ ପିଲାମାନଙ୍କ ସ୍ୱରକୁ ଶାଣିତ କରିବା ଓ ସେମାନଙ୍କୁ ନିଜ କ୍ଷମତା ଅନୁରୂପ ସକ୍ଷମ କରିବା ଦିଗରେ   ନିଜ ଜୀବନକୁ ଉତ୍ସର୍ଗ କରି ଅଦମ୍ୟ ସାହସ ଏବଂ ଇଛା ଶକ୍ତି ପ୍ରଦର୍ଶନ ନିମନ୍ତେ ସୋନପୁରର ଡକ୍ଟର ଶିବାଜୀ ପଣ୍ଡାଙ୍କୁ ଜୁରୀ ପ୍ରଶଂସା ପ୍ରମାଣପତ୍ର ୨୦୨୫ ପ୍ରଦାନ କରାଯାଇଛି ।