ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା: ପଞ୍ଜିକରଣ କରିଛନ୍ତି ୧୨ ଲକ୍ଷ, ୨୦୦୦ଙ୍କୁ ମିଳିଛି ନିଯୁକ୍ତି
ଭୁବନେଶ୍ୱର,୬।୧୨: ଗତ ପାଞ୍ଚ ବର୍ଷ ମଧ୍ୟରେ ସରକାରଙ୍କ ନିଯୁକ୍ତି ବିନିମୟ(ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ) କାର୍ଯ୍ୟାଳୟରେ ୧୨ ଲକ୍ଷରୁ ଅଧିକ ଚାକିରି ଆଶାୟୀ ପଞ୍ଜୀକୃତ ହୋଇଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୨୨୭୪ ଜଣଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତ କରାଯାଇଛି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପ୍ରଶ୍ନର ଉତ୍ତରରେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୃହକୁ ସୂଚନା ଦେଇଛନ୍ତି ଯେ ରାଜ୍ୟର ସମସ୍ତ ୩୦ ଟି ଜିଲାର ନିଯୁକ୍ତି ବିନିମୟ କାର୍ଯ୍ୟାଳୟରେ […] The post ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା: ପଞ୍ଜିକରଣ କରିଛନ୍ତି ୧୨ ଲକ୍ଷ, ୨୦୦୦ଙ୍କୁ ମିଳିଛି ନିଯୁକ୍ତି appeared first on Dharitri Odia News.
ଭୁବନେଶ୍ୱର,୬।୧୨: ଗତ ପାଞ୍ଚ ବର୍ଷ ମଧ୍ୟରେ ସରକାରଙ୍କ ନିଯୁକ୍ତି ବିନିମୟ(ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ) କାର୍ଯ୍ୟାଳୟରେ ୧୨ ଲକ୍ଷରୁ ଅଧିକ ଚାକିରି ଆଶାୟୀ ପଞ୍ଜୀକୃତ ହୋଇଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୨୨୭୪ ଜଣଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତ କରାଯାଇଛି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପ୍ରଶ୍ନର ଉତ୍ତରରେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୃହକୁ ସୂଚନା ଦେଇଛନ୍ତି ଯେ ରାଜ୍ୟର ସମସ୍ତ ୩୦ ଟି ଜିଲାର ନିଯୁକ୍ତି ବିନିମୟ କାର୍ଯ୍ୟାଳୟରେ ଏହି ପଞ୍ଜିକରଣ କରାଯାଇଛି।
“ଦଶମ, ଦ୍ୱାଦଶ, ସ୍ନାତକ, ମାଷ୍ଟର ଡିଗ୍ରୀ ଏବଂ ବୈଷୟିକ ଶିକ୍ଷା ଯୋଗ୍ୟତା ହାସଲ କରିଥିବା ମୋଟ ୧୨,୧୩,୯୨୪ ଯୁବକ, ଯୁବତୀ ଗତ ଅକ୍ଟୋବର ୩୧, ୨୦୨୪ ସୁଦ୍ଧା ୨୦୧୯-୨୦ ରୁ ୨୦୨୩-୨୪ ମଧ୍ୟରେ ପଞ୍ଜୀକୃତ କରିଛନ୍ତି। ତେବେ ମୋଟ ପଞ୍ଜୀକୃତ ପ୍ରାର୍ଥୀଙ୍କ ମଧ୍ୟରୁ ୨୨୭୪ ଜଣଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ଚାକିରି ପ୍ରଦାନ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
The post ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା: ପଞ୍ଜିକରଣ କରିଛନ୍ତି ୧୨ ଲକ୍ଷ, ୨୦୦୦ଙ୍କୁ ମିଳିଛି ନିଯୁକ୍ତି appeared first on Dharitri Odia News.