ପିଡିଟି ଉପରେ ୫ଦିନିଆ ସଚେତନତା ଶିବିର
ଥୁଆମୂଳ ରାମପୁର,୧ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହଠାରେ ଜାତୀୟ ପଞ୍ଚାୟତ ପୁରସ୍କାର ଓ ପଞ୍ଚାୟତ ବିକାଶ ସୂଚୀ (ପିଡିଟି) ଉପରେ ୫ଦିନିଆ ସଚେତନତା ଶିବିର ବିଡିଓ ଧ୍ରୁବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଆର୍ଏସ୍, ପିଇଓ, ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ, ସରପଞ୍ଚ, ସମିତି ସଭ୍ୟାସଭ୍ୟ ଅଂଶଗ୍ରହଣ କରିଥିଲେ। ତାଲିମଦାତା ଭାବରେ ଅଞ୍ଜଳି ସିଂହ ଓ ଅନ୍ୟ କର୍ମକର୍ତ୍ତା ଯୋଗଦେଇ ପିଡିଟି, ଡିଜିଟାଲ ଜ୍ଞାନ, ସ୍ବୟଂସମ୍ପୂର୍ଣ୍ଣ ଅଧିକାର […] The post ପିଡିଟି ଉପରେ ୫ଦିନିଆ ସଚେତନତା ଶିବିର appeared first on Dharitri Odia News.
ଥୁଆମୂଳ ରାମପୁର,୧ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସଭାଗୃହଠାରେ ଜାତୀୟ ପଞ୍ଚାୟତ ପୁରସ୍କାର ଓ ପଞ୍ଚାୟତ ବିକାଶ ସୂଚୀ (ପିଡିଟି) ଉପରେ ୫ଦିନିଆ ସଚେତନତା ଶିବିର ବିଡିଓ ଧ୍ରୁବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଆର୍ଏସ୍, ପିଇଓ, ଅଙ୍ଗନଓ୍ବାଡି କର୍ମୀ, ଆଶା କର୍ମୀ, ସରପଞ୍ଚ, ସମିତି ସଭ୍ୟାସଭ୍ୟ ଅଂଶଗ୍ରହଣ କରିଥିଲେ। ତାଲିମଦାତା ଭାବରେ ଅଞ୍ଜଳି ସିଂହ ଓ ଅନ୍ୟ କର୍ମକର୍ତ୍ତା ଯୋଗଦେଇ ପିଡିଟି, ଡିଜିଟାଲ ଜ୍ଞାନ, ସ୍ବୟଂସମ୍ପୂର୍ଣ୍ଣ ଅଧିକାର ବିଷୟ ଉପରେ ତାଲିମ ପ୍ରଦାନ କରିଥିଲେ। ଶିବିରକୁ ଜିପିଓ ତ୍ରିଲୋଚନ ନାଏକ ପରିଚାଳନା କରିଥିବା ବେଳେ ବିଳାସ ନାଏକ ଓ ଜିଆର୍ଏସ୍ କବିତା ମାଝୀ ସହଯୋଗ କରିଥିଲେ।
The post ପିଡିଟି ଉପରେ ୫ଦିନିଆ ସଚେତନତା ଶିବିର appeared first on Dharitri Odia News.