ଶିକାରୀ ଗୁଳିରେ ଛେଳି ଚରାଳି ଗୁରୁତର
ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ସାନକରଞ୍ଜ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଶିକାରୀ ଗୁଳିରେ ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି। ସେ ହେଲେ ସାନକରଞ୍ଜ ସାହି ଗାଁର ଦିବାକର ଭୂୟାଁ। ତାଙ୍କ ଦେହରେ ୩ଟି ଗୁଳି ବାଜିଛି। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ରାମଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ […] The post ଶିକାରୀ ଗୁଳିରେ ଛେଳି ଚରାଳି ଗୁରୁତର appeared first on Dharitri Odia News.
ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ସାନକରଞ୍ଜ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଶିକାରୀ ଗୁଳିରେ ଜଣେ ଛେଳି ଚରାଳି ଗୁରୁତର ହୋଇଛନ୍ତି। ସେ ହେଲେ ସାନକରଞ୍ଜ ସାହି ଗାଁର ଦିବାକର ଭୂୟାଁ। ତାଙ୍କ ଦେହରେ ୩ଟି ଗୁଳି ବାଜିଛି।
ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ରାମଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ଶିକାରୀ ଗୁଳିରେ ଛେଳି ଚରାଳି ଗୁରୁତର appeared first on Dharitri Odia News.