ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସୁରକ୍ଷା ସମୀକ୍ଷା କଲେ ଇସି
ନୂଆଦିଲ୍ଲୀ,୯।୩: ଲୋକ ସଭା: ଲୋକ ସଭା ନର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସାରା ଦେଶରେ ସୁରକ୍ଷା ବଳ ମୁତୟନ ଓ ସେମାନଙ୍କ ପରିବହନ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ରେଲଓ୍ବେରର ଶୀର୍ଷ ଅଧିକାରୀମାନଙ୍କ ସହ ଇସି ଆଲୋଚନା କରିଛନ୍ତି। ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଅରୁଣ ଗୋଏଲ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମାଓବାଦୀ ଉପଦ୍ରୁତ […] The post ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସୁରକ୍ଷା ସମୀକ୍ଷା କଲେ ଇସି appeared first on Dharitri Odia News.
ନୂଆଦିଲ୍ଲୀ,୯।୩: ଲୋକ ସଭା: ଲୋକ ସଭା ନର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ସାରା ଦେଶରେ ସୁରକ୍ଷା ବଳ ମୁତୟନ ଓ ସେମାନଙ୍କ ପରିବହନ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ରେଲଓ୍ବେରର ଶୀର୍ଷ ଅଧିକାରୀମାନଙ୍କ ସହ ଇସି ଆଲୋଚନା କରିଛନ୍ତି। ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଅରୁଣ ଗୋଏଲ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମାଓବାଦୀ ଉପଦ୍ରୁତ ଅଞ୍ଚଳ ତଥା ଅଗମ୍ୟ ଅଞ୍ଚଳକୁ ସୁରକ୍ଷା ବଳ ପ୍ରେରଣ ଲାଗି ଆବଶ୍ୟକ ସଂଖ୍ୟକ ହେଲିକପ୍ଟର ଯୋଗାଇଦେବାକୁ ଇସି କହିଥିଲେ। ସେହିପରି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଏବଂ ଅରୁଣାଚଳପ୍ରଦେଶ ବିଧାନସଭା ନିର୍ବାଚନ ସହ ଜମ୍ମୁ-କଶ୍ମୀରରେ ବିଧାନସଭା ଭୋଟ କରାଇବା ସମ୍ଭାବନା ଉପରେ ମଧ୍ୟ ଇସି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ କରାଇବା ପାଇଁ ସୁପ୍ରିମକୋର୍ଟ ଗତ ଡିସେମ୍ବରରେ ଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏପ୍ରିଲ-ମେ’ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ସହ ଜମ୍ମୁ-କଶ୍ମୀର ନିର୍ବାଚନ ହେବ କି ନାହିଁ, ସେନେଇ ସରକାରୀ ଭାବେ କିଛି କୁହାଯାଇ ନାହିଁ।
The post ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସୁରକ୍ଷା ସମୀକ୍ଷା କଲେ ଇସି appeared first on Dharitri Odia News.