କୂଅ ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଶ୍ରମିକଙ୍କ ଜୀବନ ଗଲା
ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଗଣିଆନାଳ ଗଣେଶ୍ୱରପୁର ଗ୍ରାମର ନାରାୟଣ ସାହୁଙ୍କ ଘର ବାଡ଼ିରେ ଥିବା କୂଅ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବ୍ରହ୍ମପୁର ସଦର ଥାନା ନାରାୟଣପୁର ଗ୍ରାମର ଦିବାକର ସାହୁ। ଗୁରୁବାର ସକାଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସକାଳେ ପଙ୍କ ଉଦ୍ଧାର ନିମନ୍ତେ ଦିବାକର କୂଅ ଭିତରକୁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ତାଙ୍କ […] The post କୂଅ ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଶ୍ରମିକଙ୍କ ଜୀବନ ଗଲା appeared first on Dharitri Odia News.
ଦିଗପହଣ୍ଡି,୨୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଗଣିଆନାଳ ଗଣେଶ୍ୱରପୁର ଗ୍ରାମର ନାରାୟଣ ସାହୁଙ୍କ ଘର ବାଡ଼ିରେ ଥିବା କୂଅ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବ୍ରହ୍ମପୁର ସଦର ଥାନା ନାରାୟଣପୁର ଗ୍ରାମର ଦିବାକର ସାହୁ। ଗୁରୁବାର ସକାଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସକାଳେ ପଙ୍କ ଉଦ୍ଧାର ନିମନ୍ତେ ଦିବାକର କୂଅ ଭିତରକୁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ତାଙ୍କ ସ୍ବର ଶବ୍ଦ ନ ଶୁଭିବାରୁ ଅନ୍ୟ ୨ ଜଣ ଦୁର୍ଗା ରାଉତ ଏବଂ ସୁରେଶ ସ୍ବାଇଁ କୂଅ ଭିତରକୁ ଯାଇଥିଲେ। ଦିବାକର କୂଅ ଭିତରେ ଅଚେତ ହୋଇ ପଡ଼ିଥିବା ଦେଖିଥିଲେ। ଏନେଇ ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦିଆଯିବା ପରେ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୂଅ ମଧ୍ୟରୁ ଦିବାକରଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥାନା ଅପମୃତ୍ୟୁ ମାମଲା ନଂ.୬/୨୪ ଅନୁଯାୟୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।
The post କୂଅ ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଶ୍ରମିକଙ୍କ ଜୀବନ ଗଲା appeared first on Dharitri Odia News.