ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ୍ ଫାଇନାଲରେ ରୋହନ ବୋପାନ୍ନା

ନୂଆଦିଲ୍ଲୀ,୨୫।୧: ପ୍ରଥମ ଥର ଆଷ୍ଟ୍ରେଲିଆନ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଭେଟେରାନ ଟେନିସ ପ୍ଲେୟାର ରୋହନ ବୋପାନ୍ନା। ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନଙ୍କ ସହ ଅଷ୍ଟ୍ରେଲିୟ ଓପନ୍ ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରି ତାଙ୍କର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ଜିତିବା ଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି। ଦ୍ୱିତୀୟ ସିଡ୍ ବୋପାନ୍ନା ଏବଂ ଏବଡେନ୍ ଗୁରୁବାର ଦିନ ସେମିଫାଇନାଲରେ ଥୋମାସ୍ ମାକକ୍ ଏବଂ ଝାଙ୍ଗ ଜିନଜେନଙ୍କୁ ୬-୩, ୩-୬, ୭-୬ ସେଟରେ ପରାସ୍ତ […] The post ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ୍ ଫାଇନାଲରେ ରୋହନ ବୋପାନ୍ନା appeared first on Dharitri Odia News.

ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ୍ ଫାଇନାଲରେ ରୋହନ ବୋପାନ୍ନା

ନୂଆଦିଲ୍ଲୀ,୨୫।୧: ପ୍ରଥମ ଥର ଆଷ୍ଟ୍ରେଲିଆନ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଭେଟେରାନ ଟେନିସ ପ୍ଲେୟାର ରୋହନ ବୋପାନ୍ନା। ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନଙ୍କ ସହ ଅଷ୍ଟ୍ରେଲିୟ ଓପନ୍ ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରି ତାଙ୍କର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ଜିତିବା ଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି। ଦ୍ୱିତୀୟ ସିଡ୍ ବୋପାନ୍ନା ଏବଂ ଏବଡେନ୍ ଗୁରୁବାର ଦିନ ସେମିଫାଇନାଲରେ ଥୋମାସ୍ ମାକକ୍ ଏବଂ ଝାଙ୍ଗ ଜିନଜେନଙ୍କୁ ୬-୩, ୩-୬, ୭-୬ ସେଟରେ ପରାସ୍ତ କରିଛନ୍ତି।

ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ମ୍ୟାଚରେ ସୁପର ଟାଇ ବ୍ରେକର୍ସରେ ନିଜର ଅଭିଜ୍ଞତା ବୋପାନ୍ନାଙ୍କ ପାଇଁ ଉପଯୋଗୀ ହୋଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ବୋପାନ୍ନା ବିଶ୍ୱ ଡବଲ୍ସ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିଲେ। ଏହି ମ୍ୟାଚରେ ବୋପାନ୍ନାଙ୍କ ଦମଦାର ସର୍ଭିସ ଏବଂ ଷ୍ଟ୍ରୋକ ଦେଖିବାକୁ ମିଳିଥିଲା। ୨୦୧୩ ଏବଂ ୨୦୨୩ ରେସେ ୟୁଏସ୍ ଓପନ୍ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଗ୍ରାଣ୍ଡସ୍ଲାମ ଟାଇଟଲ୍ ଜିତିପାରି ନାହାଁନ୍ତି। ବର୍ତ୍ତମାନ ୪୩ ବର୍ଷ ବୟସରେ, ସେ ନିଜ ସ୍ୱପ୍ନକୁ ସାକାର କରିବା ଠାରୁ ଗୋଟିଏ ପାଦ ଦୂରରେ ଅଛନ୍ତି। ତେବେ ବୋପାନ୍ନା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିୟ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି।

The post ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ୍ ଫାଇନାଲରେ ରୋହନ ବୋପାନ୍ନା appeared first on Dharitri Odia News.