‘କାହିଁକି ପାଣ୍ଡ୍ୟା ହେଲେ କ୍ୟାପ୍‌ଟେନ୍?’: ବହୁ ଦିନର ନିରବତା ଭାଙ୍ଗିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-2024ରେ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ସନ୍ତୋଷଜନ ହୋଇପାରିନି। ଦଳ ପ୍ଲେ ଅଫ୍ ରେସ୍‌ରୁ ବାଦ୍ ପଡ଼ିବାକୁ ଯାଉଛି। ଦଳର ପ୍ରଶଂସକ ଏବଂ କିଛି କ୍ରିକେଟ୍ ପଣ୍ଡିତ ଏଥିପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟୀ କରୁଛନ୍ତି।ଏହି ସିଜିନ୍ ଆରମ୍ଭରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ କରି ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ଯାହା ପରେ ମୁମ୍ବାଇ ପ୍ରଶଂସକଙ୍କୁ ନିରାଶ କରିଥିଲା। ତେବେ ଏନେଇ ଟିଭି ଓ ସୋସିଆଲ ମିଡିଆରେ ଝଡ଼ ପରେ ନିଜର ନିରବତା  ଭାଙ୍ଗିଛନ୍ତି ରୋହିତ ଶର୍ମା। ଟି -20 ବିଶ୍ୱକପ୍‌ର ଟିମ୍ ଚୟନ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଛିନ୍ତି ଯେ 'ସବୁକିଛି ଆପଣଙ୍କ ସପକ୍ଷରେ ଯିବ ନାହିଁ। ଏହା ହେଉଛି ଜୀବନ। ଏହା ମୋ ପାଇଁ ଏକ ଅଦ୍ଭୁତ ଅନୁଭୂତି। ମୁଁ ପୂର୍ବରୁ ଅଧିନାୟକ ହୋଇନାହିଁ ଏବଂ ଅନେକ ଅଧିନାୟକଙ୍କ ଅଧୀନରେ ଖେଳିଛି। ଏହା ମୋ ପାଇଁ ନୂଆ ନୁହେଁ। ଯାହା ଅଛି ସେଥିରେ ଖୁସି ହେବା ଉଚିତ୍। ଆପଣ ବି ଚେଷ୍ଟା କରିପାରିବେ। ଜଣେ ଖେଳାଳୀ ଭାବରେ ଚେଷ୍ଟା କର ଏବଂ ମୁଁ ଗତ ଏକ ମାସ ଧରି ସମାନ କାର୍ଯ୍ୟ କରିଆସୁଛି। ପ୍ରକାଶଥାଉକି ରୋହିତ ପୂର୍ବରୁ ହରଭଜନ ସିଂ, ଆଦାମ ଗିଲକ୍ରିଷ୍ଟ ଏବଂ ରିକି ପଣ୍ଟିଙ୍ଗଙ୍କ ଅଧିନାୟକତ୍ୱରେ ଆଇପିଏଲରେ ଖେଳିଛନ୍ତି। ସେହିପରି ମହେନ୍ଦ୍ର ସ

‘କାହିଁକି ପାଣ୍ଡ୍ୟା ହେଲେ କ୍ୟାପ୍‌ଟେନ୍?’: ବହୁ ଦିନର ନିରବତା ଭାଙ୍ଗିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-2024ରେ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ସନ୍ତୋଷଜନ ହୋଇପାରିନି। ଦଳ ପ୍ଲେ ଅଫ୍ ରେସ୍‌ରୁ ବାଦ୍ ପଡ଼ିବାକୁ ଯାଉଛି। ଦଳର ପ୍ରଶଂସକ ଏବଂ କିଛି କ୍ରିକେଟ୍ ପଣ୍ଡିତ ଏଥିପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟୀ କରୁଛନ୍ତି।

ଏହି ସିଜିନ୍ ଆରମ୍ଭରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ କରି ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ଯାହା ପରେ ମୁମ୍ବାଇ ପ୍ରଶଂସକଙ୍କୁ ନିରାଶ କରିଥିଲା। ତେବେ ଏନେଇ ଟିଭି ଓ ସୋସିଆଲ ମିଡିଆରେ ଝଡ଼ ପରେ ନିଜର ନିରବତା  ଭାଙ୍ଗିଛନ୍ତି ରୋହିତ ଶର୍ମା। 

ଟି -20 ବିଶ୍ୱକପ୍‌ର ଟିମ୍ ଚୟନ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଛିନ୍ତି ଯେ 'ସବୁକିଛି ଆପଣଙ୍କ ସପକ୍ଷରେ ଯିବ ନାହିଁ। ଏହା ହେଉଛି ଜୀବନ। ଏହା ମୋ ପାଇଁ ଏକ ଅଦ୍ଭୁତ ଅନୁଭୂତି। ମୁଁ ପୂର୍ବରୁ ଅଧିନାୟକ ହୋଇନାହିଁ ଏବଂ ଅନେକ ଅଧିନାୟକଙ୍କ ଅଧୀନରେ ଖେଳିଛି। ଏହା ମୋ ପାଇଁ ନୂଆ ନୁହେଁ। ଯାହା ଅଛି ସେଥିରେ ଖୁସି ହେବା ଉଚିତ୍। ଆପଣ ବି ଚେଷ୍ଟା କରିପାରିବେ। ଜଣେ ଖେଳାଳୀ ଭାବରେ ଚେଷ୍ଟା କର ଏବଂ ମୁଁ ଗତ ଏକ ମାସ ଧରି ସମାନ କାର୍ଯ୍ୟ କରିଆସୁଛି। 

ପ୍ରକାଶଥାଉକି ରୋହିତ ପୂର୍ବରୁ ହରଭଜନ ସିଂ, ଆଦାମ ଗିଲକ୍ରିଷ୍ଟ ଏବଂ ରିକି ପଣ୍ଟିଙ୍ଗଙ୍କ ଅଧିନାୟକତ୍ୱରେ ଆଇପିଏଲରେ ଖେଳିଛନ୍ତି। ସେହିପରି ମହେନ୍ଦ୍ର ସିଂ ଧୋନି, ଅଜିଙ୍କ୍ୟ ରାହାଣେ, ବିରେନ୍ଦର ସେହୱାଗ ଏବଂ ବିରାଟ କୋହଲିଙ୍କ ଅଧୀନରେ ଭାରତ ପାଇଁ ଖେଳିଛନ୍ତି। ୧୧ ବର୍ଷ ପରେ ଏହି ସିଜିନରେ ରୋହିତ ଆଇପିଏଲରେ ଏକ ଶତକ ହାସଲ କରିଛନ୍ତି। ସେ ୧୦ ଇନିଂସରେ ୩୧୫ ରନ୍ ସଂଗ୍ରହ କରିଛନ୍ତି।