ମଝି ଆକାଶରେ ବିମାନ ଓ ହେଲିକପ୍ଟର ଧକ୍କା; ନଦୀ ଭିତରେ ଲ୍ୟାଣ୍ଡିଂ, ଅନେକ ଆହତ

ନୂଆଦିଲ୍ଲୀ: ଆମେରିକାରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଓ୍ବାଂଶିଟନ ଡିସିର ହ୍ବାଇଟ୍ ହାଉସ୍ ନିକଟରେ ଫ୍ଲାଇଟ୍ କ୍ରାସ୍ ହୋଇଛି । ଯାତ୍ରୀବାହୀ ବିମାନ ସହ ଏକ ହେଲିକପ୍ଟର ଧକ୍କା ହେବା ଫଳରେ ଏତେ ବଡ଼ ଅଘଟଣ ଘଟିଛି । ଏଥିରେ ପ୍ରାୟ ୬୫ଜଣ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ଏହି ବିମାନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କ ପ୍ରାଣହାନି ହୋଇଥିବା ସୂଚନା ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାପାରେ ବୋଲି ଅନୁମାନ କରାଯାଇଛି ।    ସୂଚନା ଅନୁଯାୟୀ, ଓ୍ବାଶିଂଟନର ଥିବା ରେଗାନ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ଏହି ଦୁର୍ଘଟଣା ଘଟିଛି । ଅବତରଣ ବେଳେ ଏକ ହେଲିକପ୍ଟର ଧକ୍କା ହୋଇଥିଲା । ଫଳରେ ବିମାନକୁ ପାଇଲଟ୍ ପୋଟୋମାକ୍ ନଦୀ ଏର୍ମଜେନ୍ସି ଲ୍ୟାଣ୍ଡିଂ କରିଥିଲେ । ଏହି ଫ୍ଲାଇଟ୍ କଂସାସ୍ ସିଟିରୁ ଓ୍ବାଶିଂଟନ ଆସୁଥିଲା । ଏଥିରେ ୬୫ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଦୁର୍ଘଟଣାଗ୍ରସ୍ତ ବିମାନଟି ଆମେରିକାନ୍ ଇଗଲ ଫ୍ଲାଇଟ୍-୫୩୪୨ ଥିଲା, ଯାହାକୁ ପିଏସଏ ପରିଚାଳନା କରୁଥିଲା । ବିମାନଟି ରେଗାନ ଓ୍ବାଶିଂଟନ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ଅବତରଣ କରୁଥିବା ବେଳେ ଆମେରିକା ସେନାର ଏଚ-୬୦ ହେଲିକପ୍ଟର ଧକ୍କା ଦେଇଥିଲା । ଏହି ବିମାନ ଦୁର୍ଘଟଣା ପରେ ରେଗାନ ଓ୍ବାଶିଂଟନ ବିମାନବନ୍ଦରରେ ଏର୍ମଜେନ୍ସି ଲାଗୁ କରାଯାଇଛି ।  

ମଝି ଆକାଶରେ ବିମାନ ଓ ହେଲିକପ୍ଟର ଧକ୍କା; ନଦୀ ଭିତରେ ଲ୍ୟାଣ୍ଡିଂ, ଅନେକ ଆହତ

ନୂଆଦିଲ୍ଲୀ: ଆମେରିକାରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଓ୍ବାଂଶିଟନ ଡିସିର ହ୍ବାଇଟ୍ ହାଉସ୍ ନିକଟରେ ଫ୍ଲାଇଟ୍ କ୍ରାସ୍ ହୋଇଛି । ଯାତ୍ରୀବାହୀ ବିମାନ ସହ ଏକ ହେଲିକପ୍ଟର ଧକ୍କା ହେବା ଫଳରେ ଏତେ ବଡ଼ ଅଘଟଣ ଘଟିଛି । ଏଥିରେ ପ୍ରାୟ ୬୫ଜଣ ଯାତ୍ରୀ ଯାତ୍ରା କରୁଥିଲେ । ତେବେ ଏହି ବିମାନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କ ପ୍ରାଣହାନି ହୋଇଥିବା ସୂଚନା ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାପାରେ ବୋଲି ଅନୁମାନ କରାଯାଇଛି ।    

ସୂଚନା ଅନୁଯାୟୀ, ଓ୍ବାଶିଂଟନର ଥିବା ରେଗାନ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ଏହି ଦୁର୍ଘଟଣା ଘଟିଛି । ଅବତରଣ ବେଳେ ଏକ ହେଲିକପ୍ଟର ଧକ୍କା ହୋଇଥିଲା । ଫଳରେ ବିମାନକୁ ପାଇଲଟ୍ ପୋଟୋମାକ୍ ନଦୀ ଏର୍ମଜେନ୍ସି ଲ୍ୟାଣ୍ଡିଂ କରିଥିଲେ । ଏହି ଫ୍ଲାଇଟ୍ କଂସାସ୍ ସିଟିରୁ ଓ୍ବାଶିଂଟନ ଆସୁଥିଲା । ଏଥିରେ ୬୫ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଦୁର୍ଘଟଣାଗ୍ରସ୍ତ ବିମାନଟି ଆମେରିକାନ୍ ଇଗଲ ଫ୍ଲାଇଟ୍-୫୩୪୨ ଥିଲା, ଯାହାକୁ ପିଏସଏ ପରିଚାଳନା କରୁଥିଲା । ବିମାନଟି ରେଗାନ ଓ୍ବାଶିଂଟନ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ଅବତରଣ କରୁଥିବା ବେଳେ ଆମେରିକା ସେନାର ଏଚ-୬୦ ହେଲିକପ୍ଟର ଧକ୍କା ଦେଇଥିଲା । ଏହି ବିମାନ ଦୁର୍ଘଟଣା ପରେ ରେଗାନ ଓ୍ବାଶିଂଟନ ବିମାନବନ୍ଦରରେ ଏର୍ମଜେନ୍ସି ଲାଗୁ କରାଯାଇଛି ।