ଝାଡ଼ଖଣ୍ଡ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ଦଳ ଛାଡ଼ିଲେ ରାଜ୍ୟ ଉପସଭାପତି
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ପୂର୍ବରୁ ବିଜେପିକୁ ବଡ଼ ଝଟକା। ଦଳର ରାଜ୍ୟ ଉପସଭାପତି ଜବାହାର ପାସଓ୍ବାନ ବିଜେପି ଛାଡ଼ି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇଛନ୍ତି। ଜବାହାର ପାସଓ୍ବାନଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପାର୍ଟୀରେ ସାମିଲ କରାଇଛନ୍ତି।ଜବାହାର ପାସଓ୍ବାନ ଝାଡ଼ଖଣ୍ଡରେ ଭାରତୀୟ ଜନତା ପାର୍ଟୀର ରାଜ୍ୟ ଉପାଧ୍ୟକ୍ଷ ଥିଲେ। ରବିବାର ସେ ଏକ ଜନସଭା ସମୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜବାହାର ପାସଓ୍ବାନଙ୍କୁ ପାର୍ଟୀର ସଦସ୍ୟତା ଦେଇଥିଲେ। ଏହା ପୂର୍ବରୁ ଜବାହାର ପାସଓ୍ବାନ ୨୦୦୭ରେ ବିଜେପିର ଲୋକସଭା ଆଶାୟୀ ମଧ୍ୟ ରହିଥିଲେ।ଏହି ଅବସରରେ ହେମନ୍ତ ସୋରେନ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏମାନଙ୍କୁ ଯଦି ସୁଯୋଗ ମିଳିବ ତେବେ ଏମାନେ ଆପଣଙ୍କ ଶରୀରର ରକ୍ତ ଶୋଷିନେବେ। ୫ ବର୍ଷରୁ ଏମାନେ ଶାସନରୁ ବେଦଖଲ ଅଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ଏମାନଙ୍କୁ ବାହାର କରିବୁ ଏବଂ ସେମାନଙ୍କୁ ମୂଳରୁ ଉପାଡ଼ି ଫିଙ୍ଗିଦେବୁ।
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ପୂର୍ବରୁ ବିଜେପିକୁ ବଡ଼ ଝଟକା। ଦଳର ରାଜ୍ୟ ଉପସଭାପତି ଜବାହାର ପାସଓ୍ବାନ ବିଜେପି ଛାଡ଼ି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇଛନ୍ତି। ଜବାହାର ପାସଓ୍ବାନଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପାର୍ଟୀରେ ସାମିଲ କରାଇଛନ୍ତି।
ଜବାହାର ପାସଓ୍ବାନ ଝାଡ଼ଖଣ୍ଡରେ ଭାରତୀୟ ଜନତା ପାର୍ଟୀର ରାଜ୍ୟ ଉପାଧ୍ୟକ୍ଷ ଥିଲେ। ରବିବାର ସେ ଏକ ଜନସଭା ସମୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜବାହାର ପାସଓ୍ବାନଙ୍କୁ ପାର୍ଟୀର ସଦସ୍ୟତା ଦେଇଥିଲେ। ଏହା ପୂର୍ବରୁ ଜବାହାର ପାସଓ୍ବାନ ୨୦୦୭ରେ ବିଜେପିର ଲୋକସଭା ଆଶାୟୀ ମଧ୍ୟ ରହିଥିଲେ।
ଏହି ଅବସରରେ ହେମନ୍ତ ସୋରେନ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏମାନଙ୍କୁ ଯଦି ସୁଯୋଗ ମିଳିବ ତେବେ ଏମାନେ ଆପଣଙ୍କ ଶରୀରର ରକ୍ତ ଶୋଷିନେବେ। ୫ ବର୍ଷରୁ ଏମାନେ ଶାସନରୁ ବେଦଖଲ ଅଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ଏମାନଙ୍କୁ ବାହାର କରିବୁ ଏବଂ ସେମାନଙ୍କୁ ମୂଳରୁ ଉପାଡ଼ି ଫିଙ୍ଗିଦେବୁ।