ଚିରଞ୍ଜୀବୀଙ୍କ ପୂର୍ବତନ ଜ୍ଵାଇ ସିରିଶ୍ ଦେହାନ୍ତ, ଫୁସ୍ଫୁସ୍ ଜନିତ ରୋଗରେ ଥିଲେ ପୀଡିତ
ମୁମ୍ଵାଇ ୧୯।୦୬: ସାଉଥ୍ର ମେଗାଷ୍ଟାର ଚିରଞ୍ଜୀବୀ। ତାଙ୍କ ପୂର୍ବତନ ଜ୍ଵାଇଁ ତଥା ଶ୍ରୀଜାଙ୍କ ପୂର୍ବ ସ୍ଵାମୀ ସିରିଶ ଭରଦ୍ଵାଜଙ୍କ ଦେହାନ୍ତ ହୋଇଛି। ଅଳ୍ପ ବୟସରେ ସିରିଶଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ସିରିଶ ଏବଂ ଶ୍ରୀଜା ପ୍ରେମରେ ଥିଲେ ଏବଂ ୨୦୦୭ରେ ସେମାନଙ୍କ ପିତାମାତାଙ୍କ ବିରୁଦ୍ଧରେ ଯାଇ ବିବାହ କରିଥିଲେ। ଏହି ଖବର ଗଣମାଧ୍ୟମରେ ଏକ ହଇଚଇ ସୃଷ୍ଟି କରିଥିଲା। ହେଲେ ସେମାନଙ୍କର ଦାମ୍ପତ୍ୟ ଜୀବନ ବେଶି ଦିନ ତିଷ୍ଠି ନଥିଲା । ଉଭୟଙ୍କ ମଧ୍ୟରେ ମତଭେଦ ହେତୁ ସେମାନଙ୍କର ଛାଡପତ୍ର ହୋଇଥିଲା। ୨୦୧୨ରେ ଶ୍ରୀଜା ସିରିଶଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହା ପରେ, ୨୦୧୪ ରେ ଶ୍ରୀଜା ସିରିଶଙ୍କୁ ଛାଡପତ୍ର ଦେଇଥିଲେ। କହିବାକୁ ଗଲେ ଶ୍ରୀଜାଙ୍କ ପ୍ରଥମ ସ୍ଵାମୀ ଫୁସଫୁସ ରୋଗରେ ପୀଡିତ ଥିଲେ । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ଯାହା ସମସ୍ତଙ୍କୁ ଚକିତ କରିଛି । ତାଙ୍କ ମୃତ୍ୟୁକୁ ନେଇ ଏବେ ସଭିଏଁ ସମବେଦନା ଜଣାଇଛନ୍ତି।କୁହାଯାଉଛି ଯେ ସିରିଶ କିଛି ଦିନ ହେବ ଫୁସଫୁସ ଜନିତ ରୋଗରେ ପୀଡିତ ଥିଲେ ଏବଂ ସମୟକ୍ରମେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏଥିରୁ ଜଣାପଡୁଛି ଯେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ଆଜି ସକାଳେ ସେ ତାଙ୍କର ମୃତ୍ୟୁ ହୋଇଥିଲା। ଶ୍ରୀଜାଙ୍କ ଛାଡପତ୍ର ପରେ ସିରିଶ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ପରେ ଶ୍ରୀଜା ମଧ୍ୟରେ ଦ୍ଵିତୀୟ ଥର କଲ୍ୟାଣ ଦେବଙ୍କୁ ବିବାହ କରିଥିଲେ। ଶ୍
ମୁମ୍ଵାଇ ୧୯।୦୬: ସାଉଥ୍ର ମେଗାଷ୍ଟାର ଚିରଞ୍ଜୀବୀ। ତାଙ୍କ ପୂର୍ବତନ ଜ୍ଵାଇଁ ତଥା ଶ୍ରୀଜାଙ୍କ ପୂର୍ବ ସ୍ଵାମୀ ସିରିଶ ଭରଦ୍ଵାଜଙ୍କ ଦେହାନ୍ତ ହୋଇଛି। ଅଳ୍ପ ବୟସରେ ସିରିଶଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ସିରିଶ ଏବଂ ଶ୍ରୀଜା ପ୍ରେମରେ ଥିଲେ ଏବଂ ୨୦୦୭ରେ ସେମାନଙ୍କ ପିତାମାତାଙ୍କ ବିରୁଦ୍ଧରେ ଯାଇ ବିବାହ କରିଥିଲେ। ଏହି ଖବର ଗଣମାଧ୍ୟମରେ ଏକ ହଇଚଇ ସୃଷ୍ଟି କରିଥିଲା। ହେଲେ ସେମାନଙ୍କର ଦାମ୍ପତ୍ୟ ଜୀବନ ବେଶି ଦିନ ତିଷ୍ଠି ନଥିଲା । ଉଭୟଙ୍କ ମଧ୍ୟରେ ମତଭେଦ ହେତୁ ସେମାନଙ୍କର ଛାଡପତ୍ର ହୋଇଥିଲା।
୨୦୧୨ରେ ଶ୍ରୀଜା ସିରିଶଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହା ପରେ, ୨୦୧୪ ରେ ଶ୍ରୀଜା ସିରିଶଙ୍କୁ ଛାଡପତ୍ର ଦେଇଥିଲେ। କହିବାକୁ ଗଲେ ଶ୍ରୀଜାଙ୍କ ପ୍ରଥମ ସ୍ଵାମୀ ଫୁସଫୁସ ରୋଗରେ ପୀଡିତ ଥିଲେ । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ଯାହା ସମସ୍ତଙ୍କୁ ଚକିତ କରିଛି । ତାଙ୍କ ମୃତ୍ୟୁକୁ ନେଇ ଏବେ ସଭିଏଁ ସମବେଦନା ଜଣାଇଛନ୍ତି।
କୁହାଯାଉଛି ଯେ ସିରିଶ କିଛି ଦିନ ହେବ ଫୁସଫୁସ ଜନିତ ରୋଗରେ ପୀଡିତ ଥିଲେ ଏବଂ ସମୟକ୍ରମେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏଥିରୁ ଜଣାପଡୁଛି ଯେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ଆଜି ସକାଳେ ସେ ତାଙ୍କର ମୃତ୍ୟୁ ହୋଇଥିଲା। ଶ୍ରୀଜାଙ୍କ ଛାଡପତ୍ର ପରେ ସିରିଶ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ପରେ ଶ୍ରୀଜା ମଧ୍ୟରେ ଦ୍ଵିତୀୟ ଥର କଲ୍ୟାଣ ଦେବଙ୍କୁ ବିବାହ କରିଥିଲେ। ଶ୍ରୀଜା ଏବଂ ସିରିଶଙ୍କର ଏକ ଝିଅ ଅଛି | ବର୍ତ୍ତମାନ ସେ ଶ୍ରୀଜାଙ୍କ ସହ ଅଛନ୍ତି। ଅନ୍ୟପକ୍ଷରେ ଶ୍ରୀଜା କଲ୍ୟାଣ ଦେବଙ୍କ ସହ ଅନ୍ୟ ଏକ ସନ୍ତାନକୁ ଜନ୍ମ ଦେଇଥିଲେ।