ବ୍ରହ୍ମପୁରରେ ଚାଞ୍ଚଲ୍ୟ, ଦୋକାନ ଭିତରେ ପଶି ଯୁବକଙ୍କୁ ହାଣି ହତ୍ୟା
ବ୍ରହ୍ମପୁର: ବ୍ରହ୍ମପୁରରେ ଚାଞ୍ଚଲ୍ୟ। ଦୋକାନ ଭିତରେ ପଶି ଯୁବକଙ୍କୁ ବିଭତ୍ସ ହତ୍ୟା। ଘଟଣା ଘଟିଛି ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ହାଉସିଂବୋର୍ଡ ନିକଟରେ ଥିବା ଏକ ଟାଟୁ ଦୋକାନରେ। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ଖଲାସି ସାହିର ଟୁନା ଦାସ । ଟୁନା ଜଣେ ଦୁର୍ଦାନ୍ତ ଅପରାଧୀ ବୋଲି ଜଣାପଡ଼ିଥିବାବେଳେ ଖବର ପାଇ ଗୋଷାଣୀନୂଆଗାଁ ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଟୁନା ଟାଟୁ ଦୋକାନ ଭିତରେ ଥିବା ବେଳେ ୪ ଜଣ ଯୁବକ ସେଠାରେ ପହଞ୍ଚି ହଠାତ୍ ତାଙ୍କୁ ଲୁହା ଛଡ଼ ସହ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଟୁନା ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ଆକ୍ରମଣରେ ଟୁନାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଆକ୍ରମଣ ଯୋଗୁ ଦୋକାନର ସାମଗ୍ରୀ ମଧ୍ୟ ଭାଙ୍ଗିରୁଜିଯାଇଛି। ତେବେ ଆକ୍ରମଣ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ଦୁର୍ବୁତ୍ତ। ଗୁରୁତର ଟୁନାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଟୁନାଙ୍କ ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବାରୁ କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଉପୁଜିଛି। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛ
ବ୍ରହ୍ମପୁର: ବ୍ରହ୍ମପୁରରେ ଚାଞ୍ଚଲ୍ୟ। ଦୋକାନ ଭିତରେ ପଶି ଯୁବକଙ୍କୁ ବିଭତ୍ସ ହତ୍ୟା। ଘଟଣା ଘଟିଛି ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ହାଉସିଂବୋର୍ଡ ନିକଟରେ ଥିବା ଏକ ଟାଟୁ ଦୋକାନରେ। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ଖଲାସି ସାହିର ଟୁନା ଦାସ । ଟୁନା ଜଣେ ଦୁର୍ଦାନ୍ତ ଅପରାଧୀ ବୋଲି ଜଣାପଡ଼ିଥିବାବେଳେ ଖବର ପାଇ ଗୋଷାଣୀନୂଆଗାଁ ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଟୁନା ଟାଟୁ ଦୋକାନ ଭିତରେ ଥିବା ବେଳେ ୪ ଜଣ ଯୁବକ ସେଠାରେ ପହଞ୍ଚି ହଠାତ୍ ତାଙ୍କୁ ଲୁହା ଛଡ଼ ସହ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଟୁନା ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ। ଆକ୍ରମଣରେ ଟୁନାଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଆକ୍ରମଣ ଯୋଗୁ ଦୋକାନର ସାମଗ୍ରୀ ମଧ୍ୟ ଭାଙ୍ଗିରୁଜିଯାଇଛି।
ତେବେ ଆକ୍ରମଣ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ଦୁର୍ବୁତ୍ତ। ଗୁରୁତର ଟୁନାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଟୁନାଙ୍କ ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବାରୁ କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଉପୁଜିଛି। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।