ପ୍ରଧାନମନ୍ତ୍ରୀଙ୍କ କଟକ ଗସ୍ତ ସୁରକ୍ଷା ନେଇ ଆଲୋଚନା, ସଭାସ୍ଥଳ ବୁଲି ଦେଖିଲେ ଏସପିଜି ଟିମ୍
କଟକ ୧୭।୫: ଆସନ୍ତା ୨୦ ତାରିଖରେ କଟକ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନୀ ପ୍ରଚାରରେ ଆସି ଉପର ବାଲିଯାତ୍ରା ପଡିଆରେ ଆୟୋଜିତ ସଭାରେ ଉଦବୋଧନ ଦେବେ । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ରେ ଥିବା ଏସପିଜି ଟିମ ଶୁକ୍ରବାର ସକାଳେ ପହଞ୍ଚି ସଭାସ୍ଥଳ ଓ ହେବାକୁ ଥିବା ହେଲିପ୍ୟାଡକୁ ଯାଞ୍ଚ କରିଛନ୍ତି । ଏହାପରେ ଏକ ଉଚ୍ଚସ୍ତରୀୟ ବୈଠକ ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଦିଙ୍କର ଆସିବା ଠାରୁ ଯିବା ପର୍ଯ୍ୟନ୍ତ ସମସ୍ତ ସୁରକ୍ଷା ନେଇ ଆଲୋଚନା କରାଯାଇଥିଲା । ବୈଠକରେ ଏସପିଜି ଟିମ, ଡିସିପି, ଜିଲ୍ଲାପାଳ, ସିଏମସି କମିଶନର, ଡିଏଫଓ, ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମସ୍ତ ସୁରକ୍ଷା ବ୍ୟବସ୍ଥା ବ୍ଲୁ ବୁକ ଗାଇଡଲାଇନ ଅନୁସାରେ କରାଯିବ । ବିଶେଷ କରି ହେଲିପ୍ୟାଡରୁ ସଭାସ୍ଥଳକୁ ଯିବାକୁ ଥିବା ରୁଟ୍ ଲାଇନିଂ, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ସବୁକିଛିକୁ ନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି ।୨୦ ତାରିଖ ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ରହିଛି । ମୋଦୀ ନରାଜ ହେଲିପ୍ୟାଡରେ ପହଞ୍ଚିବା ପରେ ରାସ୍ତାରେ ସଭାସ୍ଥଳକୁ ଯିବେ । ନରାଜରୁ ପ୍ରଧାନମନ୍ତ୍ରୀଙ୍କ କାର୍କେଡ ବାହାରି ଚହଟା ରିଙ୍ଗ୍ ବନ୍ଧ ଦେଇ
କଟକ ୧୭।୫: ଆସନ୍ତା ୨୦ ତାରିଖରେ କଟକ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନୀ ପ୍ରଚାରରେ ଆସି ଉପର ବାଲିଯାତ୍ରା ପଡିଆରେ ଆୟୋଜିତ ସଭାରେ ଉଦବୋଧନ ଦେବେ । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ରେ ଥିବା ଏସପିଜି ଟିମ ଶୁକ୍ରବାର ସକାଳେ ପହଞ୍ଚି ସଭାସ୍ଥଳ ଓ ହେବାକୁ ଥିବା ହେଲିପ୍ୟାଡକୁ ଯାଞ୍ଚ କରିଛନ୍ତି । ଏହାପରେ ଏକ ଉଚ୍ଚସ୍ତରୀୟ ବୈଠକ ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଦିଙ୍କର ଆସିବା ଠାରୁ ଯିବା ପର୍ଯ୍ୟନ୍ତ ସମସ୍ତ ସୁରକ୍ଷା ନେଇ ଆଲୋଚନା କରାଯାଇଥିଲା । ବୈଠକରେ ଏସପିଜି ଟିମ, ଡିସିପି, ଜିଲ୍ଲାପାଳ, ସିଏମସି କମିଶନର, ଡିଏଫଓ, ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମସ୍ତ ସୁରକ୍ଷା ବ୍ୟବସ୍ଥା ବ୍ଲୁ ବୁକ ଗାଇଡଲାଇନ ଅନୁସାରେ କରାଯିବ । ବିଶେଷ କରି ହେଲିପ୍ୟାଡରୁ ସଭାସ୍ଥଳକୁ ଯିବାକୁ ଥିବା ରୁଟ୍ ଲାଇନିଂ, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ସବୁକିଛିକୁ ନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଅତିରିକ୍ତ ଡିସିପି କହିଛନ୍ତି ।
୨୦ ତାରିଖ ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ରହିଛି । ମୋଦୀ ନରାଜ ହେଲିପ୍ୟାଡରେ ପହଞ୍ଚିବା ପରେ ରାସ୍ତାରେ ସଭାସ୍ଥଳକୁ ଯିବେ । ନରାଜରୁ ପ୍ରଧାନମନ୍ତ୍ରୀଙ୍କ କାର୍କେଡ ବାହାରି ଚହଟା ରିଙ୍ଗ୍ ବନ୍ଧ ଦେଇ ଡିଅର ପାର୍କ କ୍ୟାଣ୍ଟନମେଣ୍ଟ ଥାନା ରାସ୍ତା ଦେଇ ସଭାସ୍ଥଳରେ ପହଞ୍ଚିବାର କାର୍ଯ୍ଯକ୍ରମ ସ୍ଥିର କରାଯାଇଛି । ତେବେ ମୋଦୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ଉତ୍ସାହିତ ହୋଇପଡିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରଚାର ବେଶ ପ୍ରଭାବିତ କରିବା ସହ ଜନସାଧାରଣ ବିଜେପି ସପକ୍ଷରେ ଜନମତ ସୃଷ୍ଟି କରିବ ବୋଲି କଟକ ନଗର ବିଜେପି ସଭାପତି କହିଛନ୍ତି ।
You Can Read :
ବିଜେପିରୁ ବିଦା ହେଲେ ହେଭିଓ୍ବେଟ୍ ନେତା ବିଜୟ ମହାପାତ୍ର : ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକ ବି ବହିଷ୍କୃତ