ମୋଦି ବହୁତ ଶକ୍ତିଶାଳୀ, ହେଲେ ଭାଗବାନ ନୁହେଁ: କେଜରିଓ୍ବାଲ
ନୂଆଦିଲ୍ଲୀ,୨୬।୯: ଆମ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ ଦିଲ୍ଲୀର କାମ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି। ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋଦି ବହୁତ ଶକ୍ତିଶାଳୀ, ତାଙ୍କ ପାଖରେ ବିପୁଳ ଅର୍ଥ ଅଛି କିନ୍ତୁ ମୋଦି ଭଗବାନ ନୁହଁନ୍ତି। ସେ କହିଥିଲେ ଯେ ଏହି ଦୁନିଆରେ ଭଗବାନ ଅଛନ୍ତି, କିଛି […] The post ମୋଦି ବହୁତ ଶକ୍ତିଶାଳୀ, ହେଲେ ଭାଗବାନ ନୁହେଁ: କେଜରିଓ୍ବାଲ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୯: ଆମ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ ଦିଲ୍ଲୀର କାମ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି।
ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋଦି ବହୁତ ଶକ୍ତିଶାଳୀ, ତାଙ୍କ ପାଖରେ ବିପୁଳ ଅର୍ଥ ଅଛି କିନ୍ତୁ ମୋଦି ଭଗବାନ ନୁହଁନ୍ତି। ସେ କହିଥିଲେ ଯେ ଏହି ଦୁନିଆରେ ଭଗବାନ ଅଛନ୍ତି, କିଛି ଶକ୍ତି ଅଛି, ସେ ମୋ ସହିତ ଅଛନ୍ତି। ମୁଁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଉଛି।
ଭାଜପାକୁ ଲକ୍ଷ୍ୟ କରି ସେ କହିଛନ୍ତି, ମୁଁ, ସିସୋଡିଆ, ସଞ୍ଜୟ ସିଂ, ସତ୍ୟେନ୍ଦ୍ର ଜୈନ, ବିଭବଙ୍କୁ ଜେଲରେ ରଖାଯାଇଛି। ପାଞ୍ଚଜଣ ବଡ ନେତାଙ୍କୁ ଜେଲରେ ରଖାଯାଇଥିଲା, ତଥାପି ଆମ ଦଳ ଏକଜୁଟ ହୋଇଛି। ମୁଁ ତୁମ ଦଳ (ଭାଜପା)ର ଦୁଇ ନେତାଙ୍କୁ ଜେଲରେ ରଖିବାକୁ କହୁଛି, ଯଦି ଦଳ ଭାଙ୍ଗିବ ନାହିଁ ତେବେ ମୋତେ କହିବ ବୋଲି କେଜରିଓ୍ବାଲ ଚ୍ୟାଲେଞ୍ଜ କରିଛନ୍ତି।
ସେ କହିଛନ୍ତି ଯେ କିଛି ଦିନ ପୂର୍ବରୁ ମୁଁ ଯେତେବେଳେ ଜଣେ ଭାଜପା ନେତାଙ୍କ ସହ କଥା ହେଲି, ଯେତେବେଳେ ମୁଁ ତାଙ୍କୁ ପଚାରିଲି ସେ କହିଥିଲେ ଯେ ମୁଁ ମୋର ସରକାରକୁ ଡି ରେଲ କରିଛି। ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲ। ୨୭ ବର୍ଷ ଧରି ଦିଲ୍ଲୀର ଲୋକମାନେ ତାଙ୍କୁ ଭୋଟ ଦେଇନାହାଁନ୍ତି। ଆପଣ ଔଷଧ ଏବଂ କେଜରିୱାଲଙ୍କୁ ବଦନାମ କରି ଭୋଟ ପାଇବାକୁ ଚାହୁଁଛନ୍ତି ଏହା ଠିକ ନୁହେଁ।
The post ମୋଦି ବହୁତ ଶକ୍ତିଶାଳୀ, ହେଲେ ଭାଗବାନ ନୁହେଁ: କେଜରିଓ୍ବାଲ appeared first on Dharitri Odia News.