ଗୋଟିଏ ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ
ଉମରକୋଟ,୨୪।୯(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଇଘର ବ୍ଳକ ଭୁରଖାମହୁଲି ଗାଁ ନିକଟରେ ଥିବା ଏକ ପିପଳି ଗଛ ଡାଳରେ ପ୍ରେମୀ ଯୁଗଳଙ୍କ ମୃତଶରୀର ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ରାଇଘର ବ୍ଳକ ଭୁରଖାମହୁଲି ଗାଁର ରେମଲାଲ ଗଣ୍ଡ (୧୮) ଏବଂ ସେଇ ଗାଁର ନାବାଳିକା ୧୬ ବର୍ଷର ଝିଅ ଦିକେଶ୍ୱରୀ ଗଣ୍ଡଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିବା ବେଳେ ଉଭୟ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ପରିବାର ପକ୍ଷରୁ ବିବାହ ପାଇଁ […] The post ଗୋଟିଏ ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ appeared first on Dharitri Odia News.
ଉମରକୋଟ,୨୪।୯(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଇଘର ବ୍ଳକ ଭୁରଖାମହୁଲି ଗାଁ ନିକଟରେ ଥିବା ଏକ ପିପଳି ଗଛ ଡାଳରେ ପ୍ରେମୀ ଯୁଗଳଙ୍କ ମୃତଶରୀର ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ରାଇଘର ବ୍ଳକ ଭୁରଖାମହୁଲି ଗାଁର ରେମଲାଲ ଗଣ୍ଡ (୧୮) ଏବଂ ସେଇ ଗାଁର ନାବାଳିକା ୧୬ ବର୍ଷର ଝିଅ ଦିକେଶ୍ୱରୀ ଗଣ୍ଡଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିବା ବେଳେ ଉଭୟ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ପରିବାର ପକ୍ଷରୁ ବିବାହ ପାଇଁ ସ୍ବୀକୃତି ନ ଦେବାରୁ ଦୁହେଁ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି ।
ତେବେ ଗତ ରବିବାରରୁ ଦୁହେଁ ଘର ଛାଡି କେଉଁଆଡେ ପଳାଇଥିଲେ। ଅନ୍ୟପଟେ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ପାରି ନ ଥିଲେ। ଆଜି ସକାଳୁ ଗ୍ରାମର ଜଣେ ବ୍ୟକ୍ତି ଘାସ କାଟିବା ପାଇଁ ପିପଳି ଗଛ ନିକଟରେ ଯାଇଥିବାବେଳେ ଦୁଇଜଣଙ୍କ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣାକୁ ନେଇ କୁନ୍ଦେଇ ଥାନାରେ ଅଭିଯୋଗ କରାଯାଇଛି ଓ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।
The post ଗୋଟିଏ ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ appeared first on Dharitri Odia News.