ରାଜକୋଟ ଷ୍ଟାଡିୟମର ନାଁ ହେଲା ନିରଞ୍ଜନ ଶାହ ଷ୍ଟାଡିୟମ୍

ରାଜକୋଟ: ରାଜକୋଟ ଷ୍ଟାଡିୟମର ନାମ ଏବେ ନିରଞ୍ଜନ ଶାହ ଷ୍ଟାଡିୟମ୍ ଭାବେ ନାମିତ ହୋଇଛି। ସୌରାଷ୍ଟ୍ର କ୍ରିକେଟ୍ ସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହା ଘୋଷଣା କରାଯିବା ସହ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା। ଶାହା ୪ଦଶନ୍ଧି ଧରି ସୌରାଷ୍ଟ୍ର କ୍ରିକେଟ୍ ସଂଘର ସଭାପତି ଥିଲେ। ସେ ମଧ୍ୟ ବିସିସିଆଇର ବିଭିନ୍ନ ପଦ ପଦବୀରେ ରହି ସଫଳତାର ସହ ନିଜ ଦାୟିତ୍ବ ସଂପାଦନ କରିଥିଲେ। ନିରଞ୍ଜନଙ୍କ ପୁଅ ଜୟଦବେ ଏବେ ଏହି ସଂଘର ସଭାପତି ଅଛନ୍ତି। […]

ରାଜକୋଟ ଷ୍ଟାଡିୟମର ନାଁ ହେଲା ନିରଞ୍ଜନ ଶାହ ଷ୍ଟାଡିୟମ୍

ରାଜକୋଟ: ରାଜକୋଟ ଷ୍ଟାଡିୟମର ନାମ ଏବେ ନିରଞ୍ଜନ ଶାହ ଷ୍ଟାଡିୟମ୍ ଭାବେ ନାମିତ ହୋଇଛି। ସୌରାଷ୍ଟ୍ର କ୍ରିକେଟ୍ ସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହା ଘୋଷଣା କରାଯିବା ସହ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା। ଶାହା ୪ଦଶନ୍ଧି ଧରି ସୌରାଷ୍ଟ୍ର କ୍ରିକେଟ୍ ସଂଘର ସଭାପତି ଥିଲେ। ସେ ମଧ୍ୟ ବିସିସିଆଇର ବିଭିନ୍ନ ପଦ ପଦବୀରେ ରହି ସଫଳତାର ସହ ନିଜ ଦାୟିତ୍ବ ସଂପାଦନ କରିଥିଲେ। ନିରଞ୍ଜନଙ୍କ ପୁଅ ଜୟଦବେ ଏବେ ଏହି ସଂଘର ସଭାପତି ଅଛନ୍ତି। ଏହି ନାମକରଣ ଉତ୍ସବରେ ବିସିସିଆଇ ସଂପାଦକ ଜୟ ଶାହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ, ୨୦୨୩ ଏକଦିବସୀୟ ବିଶ୍ବକପ୍ରେ ଭାରତ ଲଗାତାର ୧୦ ମ୍ୟାଚ୍ ଜିତିଥିଲା। ହେଲେ ବିଶ୍ବକପ୍ ଜିତି ପାରି ନଥିଲା। ଚଳିତବର୍ଷ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ବିଶ୍ବକପ୍ ତୋଳି ଧରିବେ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି। ଶାହଙ୍କ ଏହି ଘୋଷଣା ପରେ ରୋହିତଙ୍କ ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳିବା ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଓ ଆଶଙ୍କା ଦୂର ହୋଇଛି।