ଏଲ୍ଆଇସିର ତ୍ରୈମାସିକ ଫଳାଫଳ
ମୁମ୍ବାଇ,୯।୧୧: ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି ଇଣ୍ଡିଆ) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଏହି ବୈଠକରେ ନିଗମର ଆଗାମୀ କାର୍ଯ୍ୟକଳାପ ସାଙ୍ଗକୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଏବଂ ଅର୍ଦ୍ଧବାର୍ଷିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ,୨୦୨୪ ସେପ୍ଟେମ୍ବର ୩୦ ଶେଷ ସୁଦ୍ଧା ଏବଂ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ବା ଅର୍ଦ୍ଧବାର୍ଷିକ ମଧ୍ୟରେ ନିଗମର ଟିକସ […] The post ଏଲ୍ଆଇସିର ତ୍ରୈମାସିକ ଫଳାଫଳ appeared first on Dharitri Odia News.
ମୁମ୍ବାଇ,୯।୧୧: ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି ଇଣ୍ଡିଆ) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଏହି ବୈଠକରେ ନିଗମର ଆଗାମୀ କାର୍ଯ୍ୟକଳାପ ସାଙ୍ଗକୁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଏବଂ ଅର୍ଦ୍ଧବାର୍ଷିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି।
ଉଲ୍ଲେଖଯୋଗ୍ୟ,୨୦୨୪ ସେପ୍ଟେମ୍ବର ୩୦ ଶେଷ ସୁଦ୍ଧା ଏବଂ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ବା ଅର୍ଦ୍ଧବାର୍ଷିକ ମଧ୍ୟରେ ନିଗମର ଟିକସ ପରବର୍ତ୍ତୀ ଲାଭ (ପିଏଟି) ୧୮,୦୮୨ କୋଟି ରହିଛି। ଏପରିକି ଗତ ବର୍ଷର ଏହି ଅବଧି ତୁଳନାରେ ଚଳିତ ବର୍ଷର କାରବାର ୩.୫୧% ବୃଦ୍ଧି ଘଟିଥିଲାବେଳେ ୨୦୨୩ର ଏହି ସମୟରେ ନିଗମର ପିଏଟି ୧୭,୪୬୯ କୋଟି ଥିଲାବେଳେ ୨୦୨୪ର ଏହି ସମୟରେ ପିଏଟି ୧୮,୦୮୨ କୋଟିରେ ପହଞ୍ଚତ୍ଛି। ସେହିଭଳି ନିଗମର ମୋଟ କାରବାର ଏବଂ ବଜାର ଅଂଶ ଚଳିତ ଆର୍ଥିକ ବର୍ଷର ଅର୍ଦ୍ଧବାର୍ଷିକ ଶେଷ ସୁଦ୍ଧା ୬୧.୦୭% ରହିଥିଲାବେଳେ ଗତ ଆର୍ଥିକ ବର୍ଷର ଏହି ଅବଧି ମଧ୍ୟରେ ନିଗମର ମୋଟ କାରବାର ଏବଂ ବଜାର ଅଂଶ ୫୮.୫୦% ରହିଥିଲା। ସେହିପରି ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଶେଷ ସୁଦ୍ଧା ନିଗମର ବଜାର ଅଂଶ ପ୍ରତ୍ୟକ୍ଷ କାରବାର କ୍ଷେତ୍ରରେ ୩୯.୭୯% ଏବଂ ସମୂହ କାରବାର କ୍ଷେତ୍ରରେ ୭୪.୭୭% ବୃଦ୍ଧି ହାସଲ କରିଛି।
ଏ ସମ୍ପର୍କରେ ଏଲ୍ଆଇସିର ଏମ୍ଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି କହିଥିଲେ, ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଏବଂ ଅର୍ଦ୍ଧବାର୍ଷିକ ଆର୍ଥିକ ଫଳାଫଳ ଘୋଷଣା କରି ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ଆମର ମୋଟ କାରବାର ଏବଂ ବଜାର ଅଂଶ ଚଳିତ ଆର୍ଥିକ ବର୍ଷର ଅର୍ଦ୍ଧବାର୍ଷିକ ଶେଷ ସୁଦ୍ଧା ୬୧.୦୭% ରହିଥିଲାବେଳେ ଗତ ଆର୍ଥିକ ବର୍ଷ ର ଏହି ଅବଧି ମଧ୍ୟରେ ନିଗମର ମୋଟ କାରବାର ଏବଂ ବଜାର ଅଂଶ ୫୮.୫୦% ରହିଥିଲା। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ ନିଗମ ମୋଟ ୫୮.୮୭% କାରବାର କରିଥିଲା।
The post ଏଲ୍ଆଇସିର ତ୍ରୈମାସିକ ଫଳାଫଳ appeared first on Dharitri Odia News.