ଚାଞ୍ଚଲ୍ୟ! ଶ୍ବଶୁର ଘରେ ଜ୍ବାଇଁଙ୍କୁ ପିଟିପିଟି ହତ୍ୟା
ସୋର,୨୬ା୬: ବାଲେଶ୍ୱର ଜିଲାର ସୋର ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁରେ ଏକ ଦୁଃଖଦ ଘଟଣାରେ ଜଣେ ଜ୍ବାଇଁଙ୍କୁ ଶ୍ବଶୁର ଘରେ ପିଟିପିଟି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ଘର ଭଦ୍ରକ ଜିଲାର ସାବରଙ୍ଗ ଥାନା ଅନ୍ତର୍ଗତ ଚକପୁର ଗାଁରେ। ସୂଚନା ଅନୁଯାୟୀ, ଯୁବକଙ୍କ ଶ୍ବଶୁରଙ୍କ ମୃତ୍ୟୁ ଖବର ଶୁଣି ସେ ଗୋପୀନାଥପୁରରେ ଥିବା ଶ୍ବଶୁର ଘରକୁ ଆସିଥିଲେ। କିନ୍ତୁ ସେଠାରେ କୌଣସି କାରଣରୁ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣଙ୍କ ଶ୍ବଶୁର ଘରୁ […] The post ଚାଞ୍ଚଲ୍ୟ! ଶ୍ବଶୁର ଘରେ ଜ୍ବାଇଁଙ୍କୁ ପିଟିପିଟି ହତ୍ୟା appeared first on Dharitri Odia News.
ସୋର,୨୬ା୬: ବାଲେଶ୍ୱର ଜିଲାର ସୋର ଥାନା ଅନ୍ତର୍ଗତ ଗୋପୀନାଥପୁର ଗାଁରେ ଏକ ଦୁଃଖଦ ଘଟଣାରେ ଜଣେ ଜ୍ବାଇଁଙ୍କୁ ଶ୍ବଶୁର ଘରେ ପିଟିପିଟି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ଘର ଭଦ୍ରକ ଜିଲାର ସାବରଙ୍ଗ ଥାନା ଅନ୍ତର୍ଗତ ଚକପୁର ଗାଁରେ।
ସୂଚନା ଅନୁଯାୟୀ, ଯୁବକଙ୍କ ଶ୍ବଶୁରଙ୍କ ମୃତ୍ୟୁ ଖବର ଶୁଣି ସେ ଗୋପୀନାଥପୁରରେ ଥିବା ଶ୍ବଶୁର ଘରକୁ ଆସିଥିଲେ। କିନ୍ତୁ ସେଠାରେ କୌଣସି କାରଣରୁ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣଙ୍କ ଶ୍ବଶୁର ଘରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ଘଟଣାର ତଦନ୍ତ ପାଇଁ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ଏହି ହତ୍ୟା ପଛରେ କାରଣ ଓ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ତୀବ୍ର ତଦନ୍ତ ଜାରି ରଖିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
The post ଚାଞ୍ଚଲ୍ୟ! ଶ୍ବଶୁର ଘରେ ଜ୍ବାଇଁଙ୍କୁ ପିଟିପିଟି ହତ୍ୟା appeared first on Dharitri Odia News.