ତହସିଲ କାର୍ଯ୍ୟାଳୟ ଘେରିଲେ ପଞ୍ଚାୟତବାସୀ

ତିହିଡି,୨।୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି ତହସିଲ ଅଧୀନ ତାଳପଦା ପଞ୍ଚାୟତବାସୀ ସୋମବାର ତିହିଡି ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ସରକାରୀ ରାସ୍ତାକୁ ଜବରଦଖଲ କରି ଜଣେ ପ୍ରଧାନ ଶିକ୍ଷକ ନିର୍ମାଣ କରିଥିବା କୋଠାଘର ଉଚ୍ଛେଦ ଦାବିରେ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରୁ ବିଲଣା ଆର୍‌ଡି ରୋଡ ଭାୟା ତାଳପଦା ରାସ୍ତାର ମଧ୍ୟଭାଗକୁ ଅବରୋଧ କରି ଜଣେ ପ୍ରଧାନ ଶିକ୍ଷକ କୋଠାଘର ନିର୍ମାଣ କରିଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ଫଳରେ ତାଳପଦା ସମେତ ବିଲଣା, […] The post ତହସିଲ କାର୍ଯ୍ୟାଳୟ ଘେରିଲେ ପଞ୍ଚାୟତବାସୀ appeared first on Dharitri Odia News.

ତହସିଲ କାର୍ଯ୍ୟାଳୟ ଘେରିଲେ ପଞ୍ଚାୟତବାସୀ

ତିହିଡି,୨।୯(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି ତହସିଲ ଅଧୀନ ତାଳପଦା ପଞ୍ଚାୟତବାସୀ ସୋମବାର ତିହିଡି ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ସରକାରୀ ରାସ୍ତାକୁ ଜବରଦଖଲ କରି ଜଣେ ପ୍ରଧାନ ଶିକ୍ଷକ ନିର୍ମାଣ କରିଥିବା କୋଠାଘର ଉଚ୍ଛେଦ ଦାବିରେ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରୁ ବିଲଣା ଆର୍‌ଡି ରୋଡ ଭାୟା ତାଳପଦା ରାସ୍ତାର ମଧ୍ୟଭାଗକୁ ଅବରୋଧ କରି ଜଣେ ପ୍ରଧାନ ଶିକ୍ଷକ କୋଠାଘର ନିର୍ମାଣ କରିଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ଫଳରେ ତାଳପଦା ସମେତ ବିଲଣା, ତଳଗୋପବିନ୍ଧା ପ୍ରମୁଖ ପଞ୍ଚାୟତବାସୀଙ୍କ ଯାତାୟତରେ ସମସ୍ୟା ଉପୁଜୁଛି।
ଏପରିକି ସ୍କୁଲ ଛାତ୍ରୀଛାତ୍ର ମଧ୍ୟ ଯାତାୟତରେ ଦୁର୍ଦ୍ଦଶା ଭୋଗୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଞ୍ଚାୟତବାସୀ ଏହାକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହେବା ପରେ କୋର୍ଟ ପକ୍ଷରୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ଏହା କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟିଛି। ଏହାର ପ୍ରତିବାଦରେ ୱାର୍ଡସଦସ୍ୟା ଜୟନ୍ତୀ ବେହେରା, ତାପସ ବେହେରା, ବିଦ୍ୟାଧର ଦାସ, ଦୁଃଖିଶ୍ୟାମ ଜେନା, ଅଞ୍ଜନା ଦଳେଇ, ଗୀତାରାଣୀ ଜେନା ପ୍ରମୁଖଙ୍କ ସହ ଶତାଧିକ ପଞ୍ଚାୟତବାସୀ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ସପ୍ତାହକ ମଧ୍ୟରେ ରାସ୍ତାର ମାପଚୁପ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

The post ତହସିଲ କାର୍ଯ୍ୟାଳୟ ଘେରିଲେ ପଞ୍ଚାୟତବାସୀ appeared first on Dharitri Odia News.