କ୍ୱିକ୍ କମର୍ସ ଗ୍ରୋସେରି: ୩୧% ସହରୀ ବ୍ୟବହାରକାରୀ
ନୂଆଦିଲ୍ଲୀ,୨୬ା୯:ଗ୍ରୋସେରି କିଣାକିଣି କ୍ଷେତ୍ରରେ ବର୍ତ୍ତମାନ କ୍ୱିକ୍ କମର୍ସ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଜରିଆ ପାଲଟିଛି। ୩୧% ଅନ୍ଲାଇନ୍ କ୍ରେତା ଇନ୍ଷ୍ଟାଣ୍ଟ ଡେଲିଭରି ପ୍ଲାଟ୍ଫର୍ମଗୁଡ଼ିକ ଉପରେ ନିର୍ଭର କରୁଥିବାବେଳେ ୩୯% ସେମାନଙ୍କ ଟପ୍-ଅପ୍ ପର୍ଚେଜ୍ ପାଇଁ ବ୍ୟବହାର କରୁଛନ୍ତି। ଡେଟା ଆନାଲିଟିକ୍ ଫାର୍ମ ନିଲସେନ୍ଆଇକ୍ୟୁ ପକ୍ଷରୁ ବୁଧବାର ପ୍ରକାଶିତ ଏକ ରିପୋର୍ଟରେ ଏହି ବିଷୟ ଉଲ୍ଲେଖ କରାଯାଇଛି। ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଲୁଧିଆନା, ଜୟପୁର, ଅହମଦାବାଦ, ଇନ୍ଦୋର, କୋଏମ୍ବାଟୁର, ପାଟନା ଓ ଭୁବନେଶ୍ୱର […] The post କ୍ୱିକ୍ କମର୍ସ ଗ୍ରୋସେରି: ୩୧% ସହରୀ ବ୍ୟବହାରକାରୀ appeared first on Dharitri Odia News.
ନୂଆଦିଲ୍ଲୀ,୨୬ା୯:ଗ୍ରୋସେରି କିଣାକିଣି କ୍ଷେତ୍ରରେ ବର୍ତ୍ତମାନ କ୍ୱିକ୍ କମର୍ସ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଜରିଆ ପାଲଟିଛି। ୩୧% ଅନ୍ଲାଇନ୍ କ୍ରେତା ଇନ୍ଷ୍ଟାଣ୍ଟ ଡେଲିଭରି ପ୍ଲାଟ୍ଫର୍ମଗୁଡ଼ିକ ଉପରେ ନିର୍ଭର କରୁଥିବାବେଳେ ୩୯% ସେମାନଙ୍କ ଟପ୍-ଅପ୍ ପର୍ଚେଜ୍ ପାଇଁ ବ୍ୟବହାର କରୁଛନ୍ତି। ଡେଟା ଆନାଲିଟିକ୍ ଫାର୍ମ ନିଲସେନ୍ଆଇକ୍ୟୁ ପକ୍ଷରୁ ବୁଧବାର ପ୍ରକାଶିତ ଏକ ରିପୋର୍ଟରେ ଏହି ବିଷୟ ଉଲ୍ଲେଖ କରାଯାଇଛି। ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଲୁଧିଆନା, ଜୟପୁର, ଅହମଦାବାଦ, ଇନ୍ଦୋର, କୋଏମ୍ବାଟୁର, ପାଟନା ଓ ଭୁବନେଶ୍ୱର ଭଳି ବଡ଼ ସହରର ୪,୫୦୦ ଉପଭୋକ୍ତାଙ୍କୁ ନେଇ କରାଯାଇଥିବା ସର୍ଭେ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ହାଇପରମାର୍କେଟ, ସୁପରମାର୍କେଟ, ଟିଟି ଷ୍ଟୋର ଏବଂ ଅନ୍ଲାଇନ୍ ଷ୍ଟୋରଗୁଡ଼ିକରୁ ଗ୍ରୋସେରି କିଣୁଥିବା ୧୮ରୁ ୬୫ ବର୍ଷର ଲୋକଙ୍କ ଶପିଂ ଅଭ୍ୟାସକୁ ନେଇ ନିଲସେନ୍ଆଇକ୍ୟୁ ପକ୍ଷରୁ ସର୍ବେକ୍ଷଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୨% ଉପଭୋକ୍ତା କ୍ୱିକ୍ କମର୍ସ ଜରିଆରେ ରେଡି-ଟୁ-ଇଟ୍ ମିଲ୍ସ ଏବଂ ୪୫% ଗ୍ରାହକ ଲୁଣି ସ୍ନାକ୍ସ ଅର୍ଡର କରୁଛନ୍ତି। ସହରୀ ଭାରତୀୟଙ୍କ ମଧ୍ୟରେ ମଲ୍ଟିଚ୍ୟାନେଲ ଶପିଂ ବିହେଭିଅର୍ ବୃଦ୍ଧି ପାଉଥିବା ଏଥିରୁ ସ୍ପଷ୍ଟ ହୋଇଛି। ଅନେକ କ୍ରେତା ଉଭୟ ଆଧୁନିକ ଟ୍ରେଡ୍ ଏବଂ ଅନ୍ଲାଇନ୍ ପ୍ଲାଟ୍ଫର୍ମଗୁଡ଼ିକ ଉପରେ ନିର୍ଭର କରୁଥିବା ଏଥିରେ ଦର୍ଶାଯାଇଛି। ସେହିପରି ୨୦% ଅଫ୍ଲାଇନ୍ ଶପର୍ସ ମଧ୍ୟ ଘରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଅନ୍ଲାଇନ୍ ଷ୍ଟୋରକୁ ଆସୁଥିବା ଦେଖିବାକୁ ମିଳିଛି। ବିଶେଷକରି ମେଟ୍ରୋପଲିଟାନ୍ ସିଟିଗୁଡ଼ିକରେ ଏହି ଟ୍ରେଣ୍ଡ୍ ଅଧିକ ପରିଲକ୍ଷିତ ହୋଇଛି। ଫାଷ୍ଟ-ମୁଭିଂ କଞ୍ଜୁମର ଗୁଡ୍ସ (ଏଫ୍ଏମ୍ସିଜି) ସେକ୍ଟରରେ ରିଟେଲ ବ୍ୟବସାୟ ବଢ଼ୁଥିବାବେଳେ ଦିନକୁ ଦିନ ଗ୍ରାହକମାନେ ଏଥିପ୍ରତି ବେଶି ଆକର୍ଷିତ ହେଉଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।
The post କ୍ୱିକ୍ କମର୍ସ ଗ୍ରୋସେରି: ୩୧% ସହରୀ ବ୍ୟବହାରକାରୀ appeared first on Dharitri Odia News.