କଳାହାଣ୍ଡି ଉତ୍ସବ ପାଇଁ ବାହାରିଲା ମଶାଲ ଶୋଭାଯାତ୍ର
ଲାଞ୍ଜିଗଡ଼,୧୩ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ର ଆରାଧ୍ୟ ଭୈରବ ପୀଠରୁ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ସୋମବାର ଏକ ମଶାଲ ଶୋଭାଯାତ୍ରା ଭବାନୀପାଟଣା ଅଭିମୁଖେ ବାହାରିଛି। ଏଥିରେ ବିଡିଓ ଶଶାଙ୍କ ପାତ୍ର, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଙ୍କଜ ବଳିୟାର ସିଂହ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ଲାଞ୍ଜିଗଡ଼ ପିଇଓ ଭୀଷ୍ମ ମେହେରଙ୍କ ସମେତ ରାଜନେତା ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରାକୁ ଚମ୍ପାଦେଈପୁର, ବିଶ୍ୱନାଥପୁର […] The post କଳାହାଣ୍ଡି ଉତ୍ସବ ପାଇଁ ବାହାରିଲା ମଶାଲ ଶୋଭାଯାତ୍ର appeared first on Dharitri Odia News.
ଲାଞ୍ଜିଗଡ଼,୧୩ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ର ଆରାଧ୍ୟ ଭୈରବ ପୀଠରୁ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ସୋମବାର ଏକ ମଶାଲ ଶୋଭାଯାତ୍ରା ଭବାନୀପାଟଣା ଅଭିମୁଖେ ବାହାରିଛି। ଏଥିରେ ବିଡିଓ ଶଶାଙ୍କ ପାତ୍ର, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଙ୍କଜ ବଳିୟାର ସିଂହ, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ଲାଞ୍ଜିଗଡ଼ ପିଇଓ ଭୀଷ୍ମ ମେହେରଙ୍କ ସମେତ ରାଜନେତା ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରାକୁ ଚମ୍ପାଦେଈପୁର, ବିଶ୍ୱନାଥପୁର ବ୍ଲକ, ପୋଖରିବନ୍ଧ, ସିକେରକୁପା, କିଡିଙ୍ଗ ଏବଂ ସାନ୍ତପୁରଠାରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହା ସଦର ବ୍ଲକ୍ ମେଦିନୀପୁର ନିକଟରେ ପହଞ୍ଚିଥିବା ଜଣାପଡ଼ିଛି। ମଙ୍ଗଳବାର ଭବାନୀପାଟଣା ପହଞ୍ଚତ୍ବା ପରେ ଉତ୍ସବସ୍ଥଳ ରେଣ୍ଡୋ ମାଝୀ ମଞ୍ଚରେ ସ୍ଥାପନ କରାଯିବ ବୋଲି ମଶାଲ ସବ୍କମିଟି ତରଫରୁ ଜଣାପଡିଛି।
The post କଳାହାଣ୍ଡି ଉତ୍ସବ ପାଇଁ ବାହାରିଲା ମଶାଲ ଶୋଭାଯାତ୍ର appeared first on Dharitri Odia News.