୧୯ ଜଣ ମହିଳାଙ୍କୁ WAO ଆୱାର୍ଡ, ପ୍ରମେୟ News7ର ଉଦ୍ୟମକୁ ପ୍ରଶଂସା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଓ ସମାଜକୁ ନିଜ ପାରଦର୍ଶିତା ଦ୍ବାରା ପ୍ରଭାବିତ କରିବା ରାଜ୍ୟର ପ୍ରତିଷିଠ୍ତ ମହିଳାଙ୍କୁ କରାଯାଇଛି ସମ୍ମାନିତ । ପ୍ରମେୟ ଓ News 7 ପକ୍ଷରୁ ଆୟୋଜିତ women achivers of odisha ବା WAO ଆୱାର୍ଡରେ ଏଭଳି ୧୯ ଜଣ ମହିଳାଙ୍କୁ  ଆଜି ସମ୍ମାନିତ କରାଯାଇଛି । ସମାଜର କୋଣ ଅନୁକୋଣରେ ଲୁକ୍କାୟିତ ମହିଳା ପ୍ରତିଭାଙ୍କୁ ଖୋଜି ବାହାରି କରିଛି ପ୍ରମେୟ  ଓ ନ୍ୟୁଜ୍ 7 । ଆନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ସେମାନଙ୍କୁ ସମ୍ମାନିତ କରାଯାଇଛି। ଏହା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ସମ୍ମାନିତ କରିଥିଲେ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।  ପ୍ରମେୟ News7 ର ଏହି ପ୍ରୟାସକୁ ଖୁବ୍ ପ୍ରଶଂସା କରିଥିଲେ । ସବୁ ବାଧା ବିଘ୍ନକୁ ପଛରେ ପକାଇ ସମାଜରେ ପ୍ରତିଷ୍ଠା ଲାଭ କରିଥିବା ମହିଳା ହୋଇଛନ୍ତି ସମ୍ମାନିତ । ସୁମା ରିଅଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ପ୍ରମେୟ, ନ୍ୟୁଜ୍-୭ ଓ ସୋଆ ପ୍ରାଚୀନ ତରଫରୁ ୱିମେନ୍ ଆଚିଭର୍ସ ଅଫ୍ ଓଡ଼ିଶା ବା ‘WAO’-୨୦୨୫ ପୁରସ୍କାର ପ୍ରଦାନ କରାଯାଇଛି । ଆସନ୍ତା ୮ ତାରିଖ ବିଶ୍ଵ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ମହିଳାମାନେ ସମ୍ମାନିତ ହୋଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ପାରଦର୍ଶୀ ମହିଳା

୧୯ ଜଣ ମହିଳାଙ୍କୁ WAO ଆୱାର୍ଡ,  ପ୍ରମେୟ News7ର ଉଦ୍ୟମକୁ ପ୍ରଶଂସା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଓ ସମାଜକୁ ନିଜ ପାରଦର୍ଶିତା ଦ୍ବାରା ପ୍ରଭାବିତ କରିବା ରାଜ୍ୟର ପ୍ରତିଷିଠ୍ତ ମହିଳାଙ୍କୁ କରାଯାଇଛି ସମ୍ମାନିତ । ପ୍ରମେୟ ଓ News 7 ପକ୍ଷରୁ ଆୟୋଜିତ women achivers of odisha ବା WAO ଆୱାର୍ଡରେ ଏଭଳି ୧୯ ଜଣ ମହିଳାଙ୍କୁ  ଆଜି ସମ୍ମାନିତ କରାଯାଇଛି । ସମାଜର କୋଣ ଅନୁକୋଣରେ ଲୁକ୍କାୟିତ ମହିଳା ପ୍ରତିଭାଙ୍କୁ ଖୋଜି ବାହାରି କରିଛି ପ୍ରମେୟ  ଓ ନ୍ୟୁଜ୍ 7 । ଆନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ସେମାନଙ୍କୁ ସମ୍ମାନିତ କରାଯାଇଛି। ଏହା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ସମ୍ମାନିତ କରିଥିଲେ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।  ପ୍ରମେୟ News7 ର ଏହି ପ୍ରୟାସକୁ ଖୁବ୍ ପ୍ରଶଂସା କରିଥିଲେ । 

ସବୁ ବାଧା ବିଘ୍ନକୁ ପଛରେ ପକାଇ ସମାଜରେ ପ୍ରତିଷ୍ଠା ଲାଭ କରିଥିବା ମହିଳା ହୋଇଛନ୍ତି ସମ୍ମାନିତ । ସୁମା ରିଅଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ପ୍ରମେୟ, ନ୍ୟୁଜ୍-୭ ଓ ସୋଆ ପ୍ରାଚୀନ ତରଫରୁ ୱିମେନ୍ ଆଚିଭର୍ସ ଅଫ୍ ଓଡ଼ିଶା ବା ‘WAO’-୨୦୨୫ ପୁରସ୍କାର ପ୍ରଦାନ କରାଯାଇଛି । ଆସନ୍ତା ୮ ତାରିଖ ବିଶ୍ଵ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ମହିଳାମାନେ ସମ୍ମାନିତ ହୋଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ପାରଦର୍ଶୀ ମହିଳାଙ୍କୁ ସମ୍ମାନିତ କରିଛନ୍ତି ।  ପ୍ରମେୟ, News7 ର ଏହି ପ୍ରୟାସକୁ ବେଶ ପ୍ରଶାସା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । କହିଛନ୍ତି ସୁଭଦ୍ରା ଯୋଗୁଁ ଆଗକୁ ଅନେକ ମହିଳା ଏହି ଆୱାର୍ଡରେ ଯୋଡ଼ି ହେବେ । ଆଗକୁ ଏହି ମହିଳାମାନେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବେ । 


୨୦୨୧ ରୁ WAO ସମ୍ମାନ ପ୍ରଦାନ କରାଯାଉଛି । ୫ବର୍ଷ ଧରି ୧୦୦ ରୁ ଅଧିକ ପାରଦର୍ଶୀ ମହିଳାଙ୍କୁ WAO ସମ୍ମାନ ପ୍ରଦାନ କରାଯାଇଛି । ଏକ ସୁସ୍ଥ ସମାଜ ପାଇଁ ମହିଳା ଶକ୍ତିର ଆବଶ୍ୟକତା ଅପରିହାର୍ଯ୍ୟ ।  ଆଉ ଏ ଦିଗରେ ଦୀର୍ଘ ଦିନ ଧରି କାମ କରି ଆସୁଛି ପ୍ରମେୟ ଓ ନ୍ୟୁଜ୍ ସେଭେନ୍ । ପ୍ରମେୟ ଓ ନ୍ୟୁଜ 7ର ଏହି ଅଭିଯାନ ଆଗକୁ ଜାରି ରହିବ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ଉପସଭାପତି ତଥା ସୁମା ରିଅଲ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ନିର୍ଦ୍ଦେଶିକା ଶାଶ୍ବତୀ ଦାସ । ଶିକ୍ଷା,ପରିବେଶ ସୁରକ୍ଷା, କୃଷି, ବିଜ୍ଞାନ, ସାହାସିକ କାର୍ଯ୍ୟ, ସମାଜ ସେବା, ଉଦ୍ୟୋଗ, ଫ୍ୟାସନ, ହସ୍ତକଳା, ହସ୍ତଶିଳ୍ପ,  ଅଭିନୟ , ନୃତ୍ୟ, ସଂଗୀତ ପରି ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୯ ଜଣ ମହିଳାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ସେମାନଙ୍କୁ ଅନୁପ୍ରାଣିତ କରିବ ବୋଲି ସମ୍ମାନିତ ମହିଳାମାନେ କହିଛନ୍ତି । 

କାର୍ଯ୍ୟକ୍ରମରେ ପ୍ରମେୟ News 7 CEO ସୁନୀଲ ଦାସ, ଗ୍ରୁପ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର, ସେଲ୍ସ ଆଣ୍ଡ ମାର୍କେଟିଂ ଗ୍ରୁପ ନିର୍ଦ୍ଦେଶକ ହିମାଂଶୁ ହୋତା, ନ୍ୟୁଜ୍ 7 କାର୍ଯ୍ୟକାରୀ ସଂପାଦକ ଦେବ ନାରାୟଣ ସେଠୀ,  ପ୍ରମେୟ ବ୍ୟୁରୋ ହେଡ୍ ଦେବେନ୍ଦ୍ର ସୁଆର, ସର୍କୁଲେସନ୍ ହେଡ୍ ଗଜେନ୍ଦ୍ର ଦାସ, ସୋଆ ପ୍ରାଚୀନ ବିଭାଗ ମୂଖ୍ୟ ଗାୟତ୍ରୀବାଳା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଦିଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସ ଥିମ Accelerate Action କୁ ନେଇ ଏକ ପେନାଲିଷ୍ଟ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହାସହ WAO ପାଇଁ ପାରଦର୍ଶି ମହିଳାଙ୍କୁ ଲୋକନୋଚନକୁ ଆଣିଥିବା