୫ ଦଫା ଦାବି ନେଇ ଜିଲାପାଳଙ୍କୁ ସ୍ମାରକ ପତ୍ର

ଛତ୍ରପୁର,୧୧।୧୨(ଦିଲ୍ଲୀପ ସାମଲ):ଅଖିଳ ଭାରତ ଲୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ଜିଲା ସଭାପତି ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ୫ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଯଥାଶୀଘ୍ର ଧାନ ମଣ୍ଡି ଖୋଲିବା, ଧାନର ମାନ କୋହଳ କରିବା, ବର୍ଷା ଅଭାବରୁ କ୍ଷତି ହୋଇଥିବା ଫସଲର କ୍ଷତି ପୂରଣ ଦିଆଯିବା, କ୍ଷତିଗ୍ରସ୍ତ ଚାଷୀଙ୍କୁ ରବି ଫସଲ ପାଇଁ ବିହନ, ସାର ଓ ଔଷଧ […] The post ୫ ଦଫା ଦାବି ନେଇ ଜିଲାପାଳଙ୍କୁ ସ୍ମାରକ ପତ୍ର appeared first on Dharitri Odia News.

୫ ଦଫା ଦାବି ନେଇ ଜିଲାପାଳଙ୍କୁ ସ୍ମାରକ ପତ୍ର

ଛତ୍ରପୁର,୧୧।୧୨(ଦିଲ୍ଲୀପ ସାମଲ):ଅଖିଳ ଭାରତ ଲୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ଜିଲା ସଭାପତି ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ୫ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଯଥାଶୀଘ୍ର ଧାନ ମଣ୍ଡି ଖୋଲିବା, ଧାନର ମାନ କୋହଳ କରିବା, ବର୍ଷା ଅଭାବରୁ କ୍ଷତି ହୋଇଥିବା ଫସଲର କ୍ଷତି ପୂରଣ ଦିଆଯିବା, କ୍ଷତିଗ୍ରସ୍ତ ଚାଷୀଙ୍କୁ ରବି ଫସଲ ପାଇଁ ବିହନ, ସାର ଓ ଔଷଧ ଯୋଗାଇବା, ଭାଗଚାଷୀଙ୍କୁ ପଲ୍ଲୀସଭାରେ ଚିହ୍ନଟ କରି ଧାନ କ୍ରୟ କରାଯିବା ନେଇ ସେମାନେ ଏହି ସ୍ମାରକ ପତ୍ର ମାଧ୍ୟମରେ ସେମାନେ ଅନୁରୋଧ କରିଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଭିକାରି ଚରଣ ପ୍ରଧାନ, ତ୍ରିନାଥ ପ୍ରଧାନଙ୍କ ସମେତ ବହୁ ଚାଷୀ ଓ ଚାଷୀ ନେତାମାନେ ଉପସ୍ଥିତ ଥିଲେ।

The post ୫ ଦଫା ଦାବି ନେଇ ଜିଲାପାଳଙ୍କୁ ସ୍ମାରକ ପତ୍ର appeared first on Dharitri Odia News.