ସୁଜିତ ଭାଜପାରେ ମିଶିବା ପରେ ବିଜେଡି ଗୁମର ଖୋଲିଦେଲେ ମମତା ମହନ୍ତ: ଆହୁରି….
ଭୁବନେଶ୍ୱର,୭।୯: ବିଜେଡିକୁ ଗୋଟିଏ ପରେ ଗୋଟେ ଝଟକା ଲାଗୁଛି। ପୂର୍ବତନ ବିଜେଡି ନେତ୍ରୀ ମମତା ମହାନ୍ତ କିଛିଦିନ ତଳେ ରାଜ୍ୟ ସଭାରୁ ଇସ୍ତଫା ଦେଇ ଭାଜପାରେ ଯୋଗଦେଇଥିଲେ। ଏହାପରେ ସେ ପୁଣି ଥରେ ଭାଜପାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ନିଜ ଆସନ ରକ୍ଷା କରିଥିଲେ। ସମାନ ଭାବେ ମମତାଙ୍କ ପରେ ରାଜ୍ୟ ସଭା ସଦସ୍ୟ ଥିବା ବିଜେଡି ନେତା ସୁଜିତ୍ କୁମାର ଶୁକ୍ରବାର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। କିଛିଦିନ ଅନ୍ତରରେ ୨ ଜଣ […] The post ସୁଜିତ ଭାଜପାରେ ମିଶିବା ପରେ ବିଜେଡି ଗୁମର ଖୋଲିଦେଲେ ମମତା ମହନ୍ତ: ଆହୁରି…. appeared first on Dharitri Odia News.
ଭୁବନେଶ୍ୱର,୭।୯: ବିଜେଡିକୁ ଗୋଟିଏ ପରେ ଗୋଟେ ଝଟକା ଲାଗୁଛି। ପୂର୍ବତନ ବିଜେଡି ନେତ୍ରୀ ମମତା ମହାନ୍ତ କିଛିଦିନ ତଳେ ରାଜ୍ୟ ସଭାରୁ ଇସ୍ତଫା ଦେଇ ଭାଜପାରେ ଯୋଗଦେଇଥିଲେ। ଏହାପରେ ସେ ପୁଣି ଥରେ ଭାଜପାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ନିଜ ଆସନ ରକ୍ଷା କରିଥିଲେ। ସମାନ ଭାବେ ମମତାଙ୍କ ପରେ ରାଜ୍ୟ ସଭା ସଦସ୍ୟ ଥିବା ବିଜେଡି ନେତା ସୁଜିତ୍ କୁମାର ଶୁକ୍ରବାର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। କିଛିଦିନ ଅନ୍ତରରେ ୨ ଜଣ ରାଜ୍ୟ ସଭା ସଦସ୍ୟ ବିଜେଡି ଛାଡ଼ି ଭାଜପାରେ ସାମିଲହେବା ବିଜେଡି ପାଇଁ ଚିନ୍ତା ବଢ଼ାଇଦେଇଛି। ସୁଜିତ୍ ପ୍ରଥମେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇବା ପରେ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ନିକଟକୁ ଯାଇ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ।
ସୁଜିତ ଭାଜପାରେ ସାମିଲ ହେବା ନେଇ ମମତା ମହାନ୍ତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହା ଆରମ୍ଭ ମାତ୍ର, ଆହୁରି ଲମ୍ବା ଲାଇନ ଅଛି, ସମୟକୁ ଅପେକ୍ଷା କରନ୍ତୁ। ବିଜେଡିରେ ପୁରୁଣା କର୍ମୀଙ୍କୁ ଅଣଦେଖା କରାଯାଉଛି। ବିଜେଡିରେ ବହୁ ନେତା ଅବହେଳିତ ହୋଇ ରହୁଛନ୍ତି। ସାରା ରାଜ୍ୟରେ ଦୁର୍ନୀତି ହୋଇଛି।
ବିଜେଡି ଛାଡିବା ପରେ ସୁଜିତ୍ ଟୁଇଟ୍ କରି କହିଛନ୍ତି, ତାଙ୍କୁ ଦଳରେ ଅନାଦର କରାଯାଉଥିଲା। ଦଳ ଆଉ ତାଙ୍କର ସେବା ଆବଶ୍ୟକତା କରୁ ନ ଥିଲା। ସେଥିଲାଗି ଏଭଳି କଠିନ ନିଷ୍ପତ୍ତି ନେଇଛନ୍ତି। ସୁଜିତ୍ଙ୍କ ଏଭଳି ନିଷ୍ପତ୍ତି ଭିତରେ ବିଜେଡି ମଧ୍ୟ ସୁଜିତ୍ଙ୍କୁ ଦଳରୁ ବହିଷ୍କାର କରିଥିବା ଏକ ଚିଠି ଜାରି କରିଛି। ଦଳ ବିରୋଧୀ କାର୍ଯ୍ୟ ଲାଗି ତାଙ୍କୁ ବହିଷ୍କାର କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଇସ୍ତଫା ଦିଆନିଆର କିଛି ସମୟ ମଧ୍ୟରେ ସୁଜିତ୍ କୁମାର ଭାଜପାର ଦିଲ୍ଲୀ ସ୍ଥିତ ମୁଖ୍ୟାଳୟଠାରେ ପହଞ୍ଚି ଭାଜପାରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍ପି ଭର୍ତ୍ତୃହରି ମହତାବ, ଭାଜପା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ସେ ଭାଜପାରେ ମିଶିଛନ୍ତି।
ଭାଜପାରେ ଯୋଗଦେବା ପରେ ସୁଜିତ୍ ବିଜେଡିକୁ ଟାର୍ଗେଟକରି କହିଛନ୍ତି, ନିର୍ବାଚନ ପରେ ତାଙ୍କୁ ରାଜ୍ୟ ସଭାରୁ କାଢ଼ି ଦିଆଯିବ ବୋଲି ଧମକ ଦିଆଯାଇଥିଲା। ରାଜନୈତିକ କ୍ୟାରିୟର ଶେଷ କରିଦିଆଯିବ ବୋଲି କୁହାଯାଇଥିଲା। ଏକଥା ତାଙ୍କ ଆଗରେ କୁହାଯାଇ ନ ଥିଲା ବରଂ ଦଳୀୟ ନେତାଙ୍କୁ କୁହାଯାଉଥିଲା। କଳାହାଣ୍ଡି ଆସି ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିଲେ। ତାଙ୍କ ମୁହଁରେ ଏକଥା କହିବାର ସେମାନଙ୍କ ପାଖରେ ସାହସ ନ ଥିଲା। ନିର୍ବାଚନ ପରେ ଏକଥା ଦଳର ସୁପ୍ରିମୋଙ୍କୁ ସେ ଜଣାଇଥିଲେ। ଦଳରେ ପ୍ରାୟ ଦେଢ ବର୍ଷ ହେଲା ତାଙ୍କୁ ଅଣଦେଖା କରାଯାଉଥିଲା। ବଡ଼ ନେତାଙ୍କ ଗୋଲାମୀ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା। କୌଣସି ଦଳୀୟ କାର୍ଯ୍ୟରେ ତାଙ୍କୁ ସାମିଲ କରାଯାଉ ନ ଥିଲା। ସମ୍ପୃକ୍ତ ନେତାଙ୍କୁ ମୁଣ୍ଡିଆ ମାରିବା ଲାଗି କେତେଜଣ ନେତା କହୁଥିଲେ। ବିଦେଶରୁ ପଢ଼ି ଆସିବା ପରେ ଏହା ତାଙ୍କ ସ୍ବାଭିମାନକୁ ବାଧିଥିଲା। କାହା ପାଖରେ ଗୋଲାମୀ କରିବା ତାଙ୍କ ଦ୍ୱାରା ସମ୍ଭବ ନୁହେଁ। ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି ହୋଇଛି। ଜମି, ଛତୁଆ, ଟେଣ୍ଡର ଫିକ୍ସିଂରେ ବହୁ ହଜାର କୋଟି ଟଙ୍କାର ଦୁର୍ନୀତି କରାଯାଇଛି। ଅନେକ ନେତା ଓ ଅଫିସର ଦୁର୍ନୀତିରେ ସାମିଲ ଅଛନ୍ତି। ଏ ସମ୍ପର୍କରେ ଦଳର ନେତୃତ୍ୱଙ୍କୁ ଜଣାଇବାକୁ ଚେଷ୍ଟାକରି ବିଫଳ ହୋଇଛନ୍ତି। ଶେଷରେ ବାଧ୍ୟହୋଇ ଦଳ ଛାଡ଼ିଲେ ବୋଲି ସୁଜିତ୍ କହିଛନ୍ତି। ଦେଶର ସବୁଠାରୁ ବଡ଼ ଦଳରେ ଯୋଗଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଭାଜପାରେ ସାମିଲ ହୋଇଛନ୍ତି। ଆଜି ତାଙ୍କ ପାଇଁ ଖୁସିର ଦିନ ବୋଲି ସେ କହିଛନ୍ତି।
ସୁଜିତ୍ କୁମାର ୨୦୨୦ ଏପ୍ରିଲ ୩ରେ ରାଜ୍ୟ ସଭାକୁ ଯାଇଥିଲେ। ୨ଏପ୍ରିଲ ୨୦୨୬ରେ ତାଙ୍କ କାର୍ଯ୍ୟକାଳ ସରୁଛି। ରାଜ୍ୟ ସଭାରେ ବିଜେଡିର ୯ ଜଣ ଏମ୍ପି ଥିଲେ। ପ୍ରଥମେ ମମତା ଏବଂ ଏବେ ସୁଜିତ୍ ଛାଡ଼ିବା ପରେ ଏହି ସଂଖ୍ୟା ୭ରେ ପହଞ୍ଚିଛି। ସୂଚନାଯୋଗ୍ୟ ଲୋକସଭାରେ ବିଜେଡିର କୌଣସି ସଦସ୍ୟ ନାହାନ୍ତି।
The post ସୁଜିତ ଭାଜପାରେ ମିଶିବା ପରେ ବିଜେଡି ଗୁମର ଖୋଲିଦେଲେ ମମତା ମହନ୍ତ: ଆହୁରି…. appeared first on Dharitri Odia News.