ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା ; ବିଜେପିରେ ମିଶିଲେ ପୂର୍ବତନ ସାଂସଦ ନବୀନ ଜିନ୍ଦଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ପୂର୍ବତନ ସାଂସଦ ତଥା ଜିନ୍ଦଲ ଷ୍ଟୀଲ ଆଣ୍ଡ ପାୱାର ଚେୟାରମ୍ୟାନ୍ ଶିଳ୍ପପତି ନବୀନ ଜିନ୍ଦଲ ରବିବାର ବିଜେପିରେ ସାମିଲ୍ ହୋଇଛନ୍ତି। ନବୀନ ଜିନ୍ଦଲ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।  ସେ ତାଙ୍କ ଇସ୍ତଫାପତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଲେଖିଥିଲେ “ମୁଁ ୧୦ ବର୍ଷ ହେଲା କୁରୁକ୍ଷେତ୍ର ଆସନରୁ ସାଂସଦ ଭାବରେ ସଂସଦରେ କଂଗ୍ରେସ ରାଇଁ ପ୍ରତିନିଧିତ୍ୱ କରୁଥିଲି। କଂଗ୍ରେସ ନେତୃତ୍ୱ ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କୁ ମୁଁ ଧନ୍ୟବାଦ ଦେଉଛି। ଆଜି ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି।”Also read: ସମ୍ବଲପୁରରେ ହେବ ହେବିୱଟ ଲଢେଇ, ମୁହାଁମୁହିଁ ହେବେ ଧର୍ମେନ୍ଦ୍ର ଓ ପ୍ରଣବ ! ଚାଲିଛି ଅଙ୍କକଷାବିଜେପି ବରିଷ୍ଠ ନେତା ବିନୋଦ ତାୱଡେ ଜିନ୍ଦଲଙ୍କୁ ପୁଷ୍ପପ ଗୁଚ୍ଛ ସହ ଉପଢୌକନ ଦେଇ ଦଳରେ ସାମିଲ୍ କରାଇଥିଲେ। ବିଜେପି ମୁଖ୍ୟାଳୟରେ ଏହି ମିଶ୍ରଣ କାର୍ଯ୍ୟକ୍ରମ ହୋଇଥିଲା। ସୂଚନା ଥାଉକି ନବୀନ ଜିନ୍ଦଲ କଂଗ୍ରେସ ଆସନରୁ ୨ ଥର ସାଂସଦ ହୋଇଛନ୍ତି। ସେ ଜିନ୍ଦଲ ପାୱାର କର୍ପୋରେସନର ଚେୟାରମ୍ୟାନ୍ ମଧ୍ୟ ଅଛନ୍ତି।#WATCH | Delhi: Former Congress MP Naveen Jindal joins BJP.He announced his resignation from the Congress party on X, a short while

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା ; ବିଜେପିରେ ମିଶିଲେ ପୂର୍ବତନ ସାଂସଦ ନବୀନ ଜିନ୍ଦଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ପୂର୍ବତନ ସାଂସଦ ତଥା ଜିନ୍ଦଲ ଷ୍ଟୀଲ ଆଣ୍ଡ ପାୱାର ଚେୟାରମ୍ୟାନ୍ ଶିଳ୍ପପତି ନବୀନ ଜିନ୍ଦଲ ରବିବାର ବିଜେପିରେ ସାମିଲ୍ ହୋଇଛନ୍ତି। 

ନବୀନ ଜିନ୍ଦଲ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।  ସେ ତାଙ୍କ ଇସ୍ତଫାପତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଲେଖିଥିଲେ “ମୁଁ ୧୦ ବର୍ଷ ହେଲା କୁରୁକ୍ଷେତ୍ର ଆସନରୁ ସାଂସଦ ଭାବରେ ସଂସଦରେ କଂଗ୍ରେସ ରାଇଁ ପ୍ରତିନିଧିତ୍ୱ କରୁଥିଲି। କଂଗ୍ରେସ ନେତୃତ୍ୱ ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କୁ ମୁଁ ଧନ୍ୟବାଦ ଦେଉଛି। ଆଜି ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି।”

Also read: ସମ୍ବଲପୁରରେ ହେବ ହେବିୱଟ ଲଢେଇ, ମୁହାଁମୁହିଁ ହେବେ ଧର୍ମେନ୍ଦ୍ର ଓ ପ୍ରଣବ ! ଚାଲିଛି ଅଙ୍କକଷା

ବିଜେପି ବରିଷ୍ଠ ନେତା ବିନୋଦ ତାୱଡେ ଜିନ୍ଦଲଙ୍କୁ ପୁଷ୍ପପ ଗୁଚ୍ଛ ସହ ଉପଢୌକନ ଦେଇ ଦଳରେ ସାମିଲ୍ କରାଇଥିଲେ। ବିଜେପି ମୁଖ୍ୟାଳୟରେ ଏହି ମିଶ୍ରଣ କାର୍ଯ୍ୟକ୍ରମ ହୋଇଥିଲା। ସୂଚନା ଥାଉକି ନବୀନ ଜିନ୍ଦଲ କଂଗ୍ରେସ ଆସନରୁ ୨ ଥର ସାଂସଦ ହୋଇଛନ୍ତି। ସେ ଜିନ୍ଦଲ ପାୱାର କର୍ପୋରେସନର ଚେୟାରମ୍ୟାନ୍ ମଧ୍ୟ ଅଛନ୍ତି।



ନବୀନ ଜିନ୍ଦଲ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ କୁରୁକ୍ଷେତ୍ରର ସାଂସଦ ଥିଲେ। ସେ ଏକ ବଡ଼ ରାଜନୈତିକ ଏବଂ ବ୍ୟବସାୟିକ ପରିବାରରୁ ଆସୁଥିବାରୁ ଉଭୟ କ୍ଷେତ୍ରରେ ତାଙ୍କର ଭଲ ସ୍ଥିତି ରହିଛି। ନବୀନ ଜିନ୍ଦଲଙ୍କ ବାପା ଓପି ଜିନ୍ଦଲ ହରିୟାଣା ସରକାରରେ ମନ୍ତ୍ରୀ ରହି ସାରିଛନ୍ତି। ତାଙ୍କ ମା ସାବିତ୍ରୀ ଜିନ୍ଦଲ ଜଣେ ବିଧାୟକ ମଧ୍ୟ ହୋଇସାରିଛନ୍ତି। ଏଥିସହିତ ସାବିତ୍ରୀ ଭାରତ ସବୁଠାରୁ ଧନୀ ମହିଳା ତାଲିକାରେ ଏକ ନମ୍ବର ସ୍ଥାନରେ ବି ରହିଛନ୍ତି।

ନବୀନ ଜିନ୍ଦଲ ବିଜେପିରେ ଯୋଗ ଦେବା ପରେ ବିଶେଷ ସୂତ୍ରରୁ ଖବର ମିଳିଛି ଯେ ସେ ପୁଣିଥରେ କୁରୁକ୍ଷେତ୍ରରୁ ଦଳୀୟ ଟିକେଟ୍‌ରେ ନିର୍ବାଚନ ଲଢ଼ିପାରନ୍ତି। ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ, ଜିନ୍ଦଲ କହିଛନ୍ତି ଯେ ବିଜେପି ମୋତେ ଯେଉଁ ଦାୟିତ୍ୱ ଦେବେ ତାକୁ ସଂପୂର୍ଣ୍ଣ ନିଷ୍ଠାର ସହ କରିବାକୁ ଚେଷ୍ଟା କରିବି। ଗତ ୧୦ ବର୍ଷ ଧରି ମୁଁ କଂଗ୍ରେସର କୌଣସି ପଦରେ ନ ଥିଲି। କିମ୍ବା ରାଜନୈତିକ କାର୍ଯ୍ୟରେ ଭାଗ ନେଇ ନାହିଁ। ବର୍ତ୍ତମାନ ମୁଁ ପୁଣି ରାଜନୈତିକ ଜୀବନରେ ଆରମ୍ଭ କରିବାକୁ ଯାଉଛି। ବିଜେପିର ନୀତି ଅନୁସରଣ କରି ସ୍ୱପ୍ନର ଭାରତ ଗଠନ ପାଇଁ ଆମେ ମିଳିତ ଭାବେ କାର୍ଯ୍ୟ କରିବୁ ବୋଲି ଜିନ୍ଦଲ କହିଛନ୍ତି।