ବିଗ୍ ବିଙ୍କୁ ଧନ୍ୟବାଦ୍ ଜଣାଇଲେ ଗୃହମନ୍ତ୍ରୀ ଅମିତ ଶାହା, କହିଲେ- ଆପଣଙ୍କ ସହଯୋଗ ଆମକୁ ପ୍ରେରଣା ଦେବ..

ନୂଆଦିଲ୍ଲୀ ୧୧।୦୯ : ଅମିତାଭ ବଚ୍ଚନଙ୍କୁ ଅମିତ ଶାହଙ୍କ ପ୍ରଶଂସା । ନିଜର ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ବଲିଉଡ୍‌ ଏହି ମହାନାୟକଙ୍କୁ ପ୍ରଶଂସା କରିଛନ୍ତି  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।ଦେଶରେ ଏବେ ସାଇବର ଅପରାଧ ବିରୋଧରେ ଲୋକଙ୍କୁ ସଚେତନ ଚାଲିଛି । ଏହିକ୍ରମରେ ବଲିଉଡ୍‌ ଷ୍ଟାର ଅମିତାଭ ବଚ୍ଚନ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ସାଇବର ଅପରାଧ ନେଇ ଲୋକଙ୍କୁ ସଚେତନ କରିଥିଲେ । ଆଉ କହିଥିଲେ କି, ଦେଶରେ ଯେଉଁଭଳି ଭାବରେ ସାଇବର ଅପରାଧ ବଢିଚାଲିଛି । ତାହା ସବୁ ଲୋକଙ୍କୁ ଭାବିବାକୁ ପଡିବ, କିପରି ଏହି ଠକଙ୍କ ଠାରୁ ନିଜକୁ ରକ୍ଷାକରିବେ ଏବଂ ଠକାମୀର ଶିକାର ନହେବେ । ସେଥିପାଇଁ ଗୃହ ମନ୍ତ୍ରଣାଳୟ ଏକ କ୍ୟାମ୍ପେନ୍‌ ଆରମ୍ଭ କରିଛି । ସେଥିରେ ଜନସାଧାରଣଙ୍କୁ ସାମିଲ ହେବାକୁ ଅପିଲ କରିଛନ୍ତି । ତେବେ ଅମିତାଭ ବଚ୍ଚନଙ୍କ ଏହି ଭିଡିଓକୁ ଗୃହମନ୍ତ୍ରୀ ଅମିତ ଶାହା ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି । ଆଉ ସରକାରଙ୍କ ଏହି ପଦକ୍ଷେପରେ ସାମିଲ ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଆପଣଙ୍କ ଏହି ପ୍ରଚେଷ୍ଟା ଅନେକଙ୍କୁ ସଚେତନ କରିବ, ଆଉ ସରକାରଙ୍କ ପକ୍ଷରୁ ଚାଲିଥିବା 14C କ୍ୟାମ୍ପେନ୍‌କୁ ବଡ଼ ପ୍ରେରଣା ଦେବ । ସାଇବର ସୁରକ୍ଷିତ ଭାରତ ଆମର ଟାର୍ଗେଟ ରହିଛି । ତେଣୁ ସମସ୍ତେ ମଧ୍ୟ ସହଯୋଗ କରିବା ଦରକାର । ସୂଚନାଯୋଗ୍ୟ ଯେ, ୨୦୧୮ରୁ ଦେଶରେ ସାଇବର ସୁରକ୍ଷା ନେଇ କ୍ୟାମ୍ପେନ୍‌କୁ ଜୋରଦା

ବିଗ୍ ବିଙ୍କୁ ଧନ୍ୟବାଦ୍ ଜଣାଇଲେ ଗୃହମନ୍ତ୍ରୀ ଅମିତ ଶାହା, କହିଲେ- ଆପଣଙ୍କ ସହଯୋଗ ଆମକୁ ପ୍ରେରଣା ଦେବ..

ନୂଆଦିଲ୍ଲୀ ୧୧।୦୯ : ଅମିତାଭ ବଚ୍ଚନଙ୍କୁ ଅମିତ ଶାହଙ୍କ ପ୍ରଶଂସା । ନିଜର ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ବଲିଉଡ୍‌ ଏହି ମହାନାୟକଙ୍କୁ ପ୍ରଶଂସା କରିଛନ୍ତି  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଦେଶରେ ଏବେ ସାଇବର ଅପରାଧ ବିରୋଧରେ ଲୋକଙ୍କୁ ସଚେତନ ଚାଲିଛି । ଏହିକ୍ରମରେ ବଲିଉଡ୍‌ ଷ୍ଟାର ଅମିତାଭ ବଚ୍ଚନ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ସାଇବର ଅପରାଧ ନେଇ ଲୋକଙ୍କୁ ସଚେତନ କରିଥିଲେ । ଆଉ କହିଥିଲେ କି, ଦେଶରେ ଯେଉଁଭଳି ଭାବରେ ସାଇବର ଅପରାଧ ବଢିଚାଲିଛି । ତାହା ସବୁ ଲୋକଙ୍କୁ ଭାବିବାକୁ ପଡିବ, କିପରି ଏହି ଠକଙ୍କ ଠାରୁ ନିଜକୁ ରକ୍ଷାକରିବେ ଏବଂ ଠକାମୀର ଶିକାର ନହେବେ । ସେଥିପାଇଁ ଗୃହ ମନ୍ତ୍ରଣାଳୟ ଏକ କ୍ୟାମ୍ପେନ୍‌ ଆରମ୍ଭ କରିଛି । ସେଥିରେ ଜନସାଧାରଣଙ୍କୁ ସାମିଲ ହେବାକୁ ଅପିଲ କରିଛନ୍ତି । 

ତେବେ ଅମିତାଭ ବଚ୍ଚନଙ୍କ ଏହି ଭିଡିଓକୁ ଗୃହମନ୍ତ୍ରୀ ଅମିତ ଶାହା ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି । ଆଉ ସରକାରଙ୍କ ଏହି ପଦକ୍ଷେପରେ ସାମିଲ ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଆପଣଙ୍କ ଏହି ପ୍ରଚେଷ୍ଟା ଅନେକଙ୍କୁ ସଚେତନ କରିବ, ଆଉ ସରକାରଙ୍କ ପକ୍ଷରୁ ଚାଲିଥିବା 14C କ୍ୟାମ୍ପେନ୍‌କୁ ବଡ଼ ପ୍ରେରଣା ଦେବ । ସାଇବର ସୁରକ୍ଷିତ ଭାରତ ଆମର ଟାର୍ଗେଟ ରହିଛି । ତେଣୁ ସମସ୍ତେ ମଧ୍ୟ ସହଯୋଗ କରିବା ଦରକାର । 

ସୂଚନାଯୋଗ୍ୟ ଯେ, ୨୦୧୮ରୁ ଦେଶରେ ସାଇବର ସୁରକ୍ଷା ନେଇ କ୍ୟାମ୍ପେନ୍‌କୁ ଜୋରଦାର କରାଯାଇଛି । ଦେଶରେ କିପରି ଲୋକମାନଙ୍କୁ ସାଇବର ଅପରାଧରୁ ଦୂରେଇ ରଖିବା, ଆଉ ଲୋକଙ୍କୁ ସଚେତନ କରିବା । ସେଥିପାଇଁ ଲଗାତର ଭାବେ ଲୋକଙ୍କୁ ସଚେତନତା କରାଯାଉଛି ।