କଣ ପାଇଁ ହେଲା ବିମାନ ଦୁର୍ଘଟଣା? କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ୧୧ଜଣିଆ କମିଟି

ନନ୍ଦିଘୋଷ ବ୍ୟୁରୋ : କଣ ପାଇଁ ହେଲା AI-171 ବିମାନ ଦୁର୍ଘଟଣା? ଦୁର୍ଘଟଣା ଏତେ ଭୟଙ୍କର ଥିଲା ଶତାଧିକ ଯାତ୍ରୀ... The post କଣ ପାଇଁ ହେଲା ବିମାନ ଦୁର୍ଘଟଣା? କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ୧୧ଜଣିଆ କମିଟି appeared first on .

କଣ ପାଇଁ ହେଲା ବିମାନ ଦୁର୍ଘଟଣା? କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ୧୧ଜଣିଆ କମିଟି

ନନ୍ଦିଘୋଷ ବ୍ୟୁରୋ : କଣ ପାଇଁ ହେଲା AI-171 ବିମାନ ଦୁର୍ଘଟଣା? ଦୁର୍ଘଟଣା ଏତେ ଭୟଙ୍କର ଥିଲା ଶତାଧିକ ଯାତ୍ରୀ ପ୍ରାଣ ହରାଇଲେ । ଏ ନେଇ ହେବ ଉଚ୍ଚସ୍ତରୀୟ ତଦନ୍ତ । ଏଥିପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ୧୧ଜଣିଆ କମିଟି । ଆଜି କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡ଼ୁ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ କରିବା ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ବିମାନର ବ୍ଲାକ ବକ୍ସ ମିଳିବା ପରେ ବୈଷୟିକ ତ୍ରୁଟି କିମ୍ବା ଆଉ କିଛି କାରଣ ପାଇଁ ଦୁର୍ଘଟଣା ହେଲା ସେ ନେଇ ସବିଶେଷ ତଥ୍ୟ ପଦାକୁ ଆସିବ । ଡିଜିସିଏ, ଏୟାରକ୍ରାଫ୍ଟ୍‌ ଆକସିଡେଣ୍ଟ ଇନଭେଷ୍ଟିଗେସନ୍‌ ବ୍ୟୁରୋ ବୈଷୟିକ ତ୍ରୁଟି ସମ୍ପର୍କରେ ପୁଙ୍ଖୁନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି । କିନ୍ତୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ସାମଗ୍ରୀକ ଭାବେ ସବୁ ଦିଗରୁ ତଦନ୍ତ କରିବା ଭାରତ ସରକାରଙ୍କୁ ୩ ମାସ ଭିତରେ ରିପୋର୍ଟ ପ୍ରଦାନ କରିବ । ଆସନ୍ତା ସୋମବାର କମିଟିର ପ୍ରଥମ ବୈଠକ ବସିବ । କମିଟିରେ ସ୍ବରାଷ୍ଟ୍ର ସଚିବଙ୍କ ବ୍ୟତୀତ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଚିବ, ଗୃହ ବିଭାଗ ଅତିରିକ୍ତ ସଚିବ, ଗୁଜୁରାଟ ସରକାରଙ୍କ ପ୍ରତିନିଧି, ଗୁଜୁରାଟ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପ୍ରାଧୀକରଣ ପ୍ରତିନିଧି, ଅହମ୍ମଦାବାଦ ପୋଲିସ କମିଶନର, ବାୟୁସେନା ସୁରକ୍ଷା ସଂକ୍ରାନ୍ତ ତଦାରଖ ଡିଜି, ବେସାମରିକ ବିମାନଚଳାଚଳ ନିରାପତ୍ତା ବ୍ୟୁରୋ ଡିଜି, ଡିଜିସିଏ ଡିଜି, କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ସ୍ବତନ୍ତ୍ର ନିର୍ଦ୍ଦେଶକ ଓ ଗୁଜୁରାଟ ଫରେନସିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଦସ୍ୟ ଅଛନ୍ତି । ଏଣିକି ସମସ୍ତ ବୋଇଂ ୭୮୭ ଡ୍ରିମ ଲାଇନର ବିମାନର ସୁରକ୍ଷା ଓ ବୈଷୟିକ ଯାଞ୍ଚ କଡ଼ାକଡ଼ି କରାଯିବ । ଭାରତରେ ମୋଟ ୩୪ଟି ୭୮୭ ଡ୍ରିମ ଲାଇନର ବିମାନ ରହିଛି । ଅହମ୍ମଦାବାଦ ଦୁର୍ଘଟଣା ପରେ ସୁବ ବିମାନର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।  ଏବେସୁଦ୍ଧା ୮ଟି ବିମାନର ଯାଞ୍ଚ ସରିଛି । ଆସନ୍ତା ଦିନରେ ଏପରି ଦୁର୍ଘଟଣା ଯେପରି ଆଉଥରେ ନ ଘଟେ ସେଥିପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମନ୍ତ୍ରୀ କେ.ରାମମୋହନ ନାଇଡ଼ୁ । ସେପଟେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଁଏ ଟଙ୍କା ସହାୟତା ଘୋଷଣା କରିଛି ଏୟାର ଇଣ୍ଡିଆ।

The post କଣ ପାଇଁ ହେଲା ବିମାନ ଦୁର୍ଘଟଣା? କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି ୧୧ଜଣିଆ କମିଟି appeared first on .