ବାଇକ୍ରେ ଚାଲିଥିଲା ଗଞ୍ଜେଇ ଚାଲାଣ : ୫୦ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ
ବୌଦ୍ଧ ୨୫।୩: ବୌଦ୍ଧ ଜିଲ୍ଲା ଶଗଡା ଅଞ୍ଚଳରୁ ବାଇକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବାଉଁଶୁଣି ଥାନା ଗୁଡ଼ପଡ଼ା ଛକ ନିକଟରୁ ଧରିଲା ବାଉଁଶୁଣି ପୋଲିସ । ୫୦ କେଜି ଗଞ୍ଜେଇ ସହିତ ବାଇକ୍ ଜବତ କରି ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ତିଳପଙ୍ଗା ଗ୍ରାମର ପ୍ରଭଞ୍ଜନ ମଲ୍ଲିକ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫ ଲକ୍ଷ ସୂଚନା । ସୂଚନାଯୋଗ୍ୟ ଯେ, ଶଗଡା ଅଞ୍ଚଳରୁ ମନକାମନ ଗ୍ରାମ ଆଡକୁ ଏକ ବାଇକ ଯୋଗେ ଗଂଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳୀ ବିଶ୍ୱାଳଙ୍କ ନିର୍ଦ୍ଦେଶ କ୍ରମେ ବାଉଁଶୁଣି ପୋଲିସ ଗୁଡପଡା ଛକ ନିକଟରେ ଜଗି ରହିଥିଲା । ସେହି ସମୟରେ ଏକ ବାଇକକୁ ଅଟକାଇ ଯାଞ୍ଚ କରିବାରୁ ଗାଡ଼ି ପଛରେ ଥିବା ଦୁଇଟି ବସ୍ତାରୁ ପ୍ରାୟ ୫୦ କେଜି ଗଞ୍ଜେଇ ବାହାରିଥିଲା l ପୋଲିସ ଗଞ୍ଜେଇ ଚାଲାଣରେ ବ୍ୟବହୃତ ସମ୍ପୃକ୍ତ ବାଇକ ଓ ଗଂଜେଇକୁ ଜବତ କରିଥିବା ବେଳେ ଚାଲାଣକାରୀ ମନମୁଣ୍ଡା ଥାନା ତିଲପଙ୍ଗା ଗ୍ରାମର ପ୍ରଭଞ୍ଜନ ମଲ୍ଲିକଙ୍କୁ ଗିରଫ କରିଛି । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବା ନେଇ ସୂଚନା ମିଳିଛି ।You Can Read :ବଜ୍ରାଘାତରେ ୩୨ ଛେଳି ମୃତ, ୪ ଜଣ ଛେଳି ଚରାଳି ଆହତ
ବୌଦ୍ଧ ୨୫।୩: ବୌଦ୍ଧ ଜିଲ୍ଲା ଶଗଡା ଅଞ୍ଚଳରୁ ବାଇକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବାଉଁଶୁଣି ଥାନା ଗୁଡ଼ପଡ଼ା ଛକ ନିକଟରୁ ଧରିଲା ବାଉଁଶୁଣି ପୋଲିସ । ୫୦ କେଜି ଗଞ୍ଜେଇ ସହିତ ବାଇକ୍ ଜବତ କରି ଜଣେ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ତିଳପଙ୍ଗା ଗ୍ରାମର ପ୍ରଭଞ୍ଜନ ମଲ୍ଲିକ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫ ଲକ୍ଷ ସୂଚନା ।
ସୂଚନାଯୋଗ୍ୟ ଯେ, ଶଗଡା ଅଞ୍ଚଳରୁ ମନକାମନ ଗ୍ରାମ ଆଡକୁ ଏକ ବାଇକ ଯୋଗେ ଗଂଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳୀ ବିଶ୍ୱାଳଙ୍କ ନିର୍ଦ୍ଦେଶ କ୍ରମେ ବାଉଁଶୁଣି ପୋଲିସ ଗୁଡପଡା ଛକ ନିକଟରେ ଜଗି ରହିଥିଲା । ସେହି ସମୟରେ ଏକ ବାଇକକୁ ଅଟକାଇ ଯାଞ୍ଚ କରିବାରୁ ଗାଡ଼ି ପଛରେ ଥିବା ଦୁଇଟି ବସ୍ତାରୁ ପ୍ରାୟ ୫୦ କେଜି ଗଞ୍ଜେଇ ବାହାରିଥିଲା l ପୋଲିସ ଗଞ୍ଜେଇ ଚାଲାଣରେ ବ୍ୟବହୃତ ସମ୍ପୃକ୍ତ ବାଇକ ଓ ଗଂଜେଇକୁ ଜବତ କରିଥିବା ବେଳେ ଚାଲାଣକାରୀ ମନମୁଣ୍ଡା ଥାନା ତିଲପଙ୍ଗା ଗ୍ରାମର ପ୍ରଭଞ୍ଜନ ମଲ୍ଲିକଙ୍କୁ ଗିରଫ କରିଛି । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବା ନେଇ ସୂଚନା ମିଳିଛି ।
You Can Read :