ପ୍ରତୀକ୍ଷାରେ ଅନ୍ତ, ରବିବାର ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର
ଭୁବନେଶ୍ୱର ୧୪।୦୭ : ଶ୍ରୀଜଗନ୍ନାଥ ପ୍ରେମୀଙ୍କ ପ୍ରତୀକ୍ଷାରେ ଅନ୍ତ । ଆଜି ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର। ଏଥିପାଇଁ ରାଜ୍ୟ ସରକାର SOP ଅନୁମୋଦନ କରିଛନ୍ତି । ଏହା ଆଧାରରେ ଆଜି ଯେକୌଣସି ମୁହୂର୍ତ୍ତରେ ରତ୍ନଭଣ୍ଡାର ଖୋଲିପାରେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଗତକାଲି ଜରୁରୀ ବୈଠକ ଡାକି ପ୍ରସ୍ତୁତି ଆରମ୍ଭ କରିଛି ।ଖବର ଅନୁଯାୟୀ, ୪୫ ବର୍ଷ ଧରି ଲାଗି ରହିଥିବା ଚର୍ଚ୍ଚା, ଆଲୋଚନା ଓ ଅଭିଯୋଗର ସତ୍ୟାସତ୍ୟ ସାମ୍ନାକୁ ଆସିବ । ଜଗନ୍ନାଥ ଭକ୍ତଙ୍କ ଅପେକ୍ଷା ଏବେ ରତ୍ନଭଣ୍ଡାର କେତେବେଳେ ଖୋଲିବ । ଶୁଭ ମୁହୂର୍ତ୍ତ ନିର୍ଘଣ୍ଟ ହେବା ପରେ ଠିକ୍ ସେହି ସମୟରେ ରତ୍ନଭଣ୍ଡାର ଖୋଲାଯିବ । ଯଦି ଚାବିରେ ନଖୋଲିଲା ତେବେ ଚାବି ଭଙ୍ଗାଯିବ। ଏଥିପାଇଁ ତାଲା ଭଙ୍ଗା ଟିମ୍ ର ସହାୟତା ନିଆଯିବ । ଭଣ୍ଡାର ଖୋଲିବା ଆଗରୁ ମହାପ୍ରଭୁ, ମା ଲକ୍ଷ୍ମୀ, ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ, ମାଆ ବିମଳାଙ୍କ ଠାରେ , ମା ବିମଳାଙ୍କଠାରେ ପୂଜାର୍ଚ୍ଚନା କରାଯିବ । ସେହିପରି ଶ୍ରୀମନ୍ଦିରରେ ଥିବା ଅନ୍ୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ପରେ ଶୁଭ ସମୟରେ ଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି ଦିନ ଗୋଟାଏ ପରେ ଶୁଭ ମୁହୂର୍ତ୍ତ ରହିଛି । ଯାହା ଆଶା କରୁଛୁ ଦିନ ଗୋଟାଏରୁ ସାଢ଼େ ଗୋଟେ ଭିତରେ ହିଁ ରତ୍ନଭଣ୍ଡାର ଖୋଲାଯିବ । ଉବଲବ୍ଧ ରହିଥିବା ଚାବିରେ ରତ୍ନଭଣ୍ଡାର ତାଲା ନଖୋଲିଲେ ତାଲା ଭଙ୍ଗାଯି
ଭୁବନେଶ୍ୱର ୧୪।୦୭ : ଶ୍ରୀଜଗନ୍ନାଥ ପ୍ରେମୀଙ୍କ ପ୍ରତୀକ୍ଷାରେ ଅନ୍ତ । ଆଜି ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର। ଏଥିପାଇଁ ରାଜ୍ୟ ସରକାର SOP ଅନୁମୋଦନ କରିଛନ୍ତି । ଏହା ଆଧାରରେ ଆଜି ଯେକୌଣସି ମୁହୂର୍ତ୍ତରେ ରତ୍ନଭଣ୍ଡାର ଖୋଲିପାରେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଗତକାଲି ଜରୁରୀ ବୈଠକ ଡାକି ପ୍ରସ୍ତୁତି ଆରମ୍ଭ କରିଛି ।
ଖବର ଅନୁଯାୟୀ, ୪୫ ବର୍ଷ ଧରି ଲାଗି ରହିଥିବା ଚର୍ଚ୍ଚା, ଆଲୋଚନା ଓ ଅଭିଯୋଗର ସତ୍ୟାସତ୍ୟ ସାମ୍ନାକୁ ଆସିବ । ଜଗନ୍ନାଥ ଭକ୍ତଙ୍କ ଅପେକ୍ଷା ଏବେ ରତ୍ନଭଣ୍ଡାର କେତେବେଳେ ଖୋଲିବ । ଶୁଭ ମୁହୂର୍ତ୍ତ ନିର୍ଘଣ୍ଟ ହେବା ପରେ ଠିକ୍ ସେହି ସମୟରେ ରତ୍ନଭଣ୍ଡାର ଖୋଲାଯିବ । ଯଦି ଚାବିରେ ନଖୋଲିଲା ତେବେ ଚାବି ଭଙ୍ଗାଯିବ। ଏଥିପାଇଁ ତାଲା ଭଙ୍ଗା ଟିମ୍ ର ସହାୟତା ନିଆଯିବ । ଭଣ୍ଡାର ଖୋଲିବା ଆଗରୁ ମହାପ୍ରଭୁ, ମା ଲକ୍ଷ୍ମୀ, ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ, ମାଆ ବିମଳାଙ୍କ ଠାରେ , ମା ବିମଳାଙ୍କଠାରେ ପୂଜାର୍ଚ୍ଚନା କରାଯିବ ।
ସେହିପରି ଶ୍ରୀମନ୍ଦିରରେ ଥିବା ଅନ୍ୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ପରେ ଶୁଭ ସମୟରେ ଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି ଦିନ ଗୋଟାଏ ପରେ ଶୁଭ ମୁହୂର୍ତ୍ତ ରହିଛି । ଯାହା ଆଶା କରୁଛୁ ଦିନ ଗୋଟାଏରୁ ସାଢ଼େ ଗୋଟେ ଭିତରେ ହିଁ ରତ୍ନଭଣ୍ଡାର ଖୋଲାଯିବ । ଉବଲବ୍ଧ ରହିଥିବା ଚାବିରେ ରତ୍ନଭଣ୍ଡାର ତାଲା ନଖୋଲିଲେ ତାଲା ଭଙ୍ଗାଯିବ । ତାଲା ଭାଙ୍ଗିବା ପାଇଁ ଲକ୍ ବ୍ରେକିଂ ଟିମ୍ କୁ ଡକାଯାଇଥିବା ସେ କହିଛନ୍ତି।