IPL ୨୦୨୫ ପାଇଁ ମେଗା ଅକ୍ସନ୍‌, ୩ ପ୍ଲେୟରଙ୍କ ଉପରେ ଲାଗିପାରେ ବଡ ନିଲାମୀ, ଲିଷ୍ଟରେ ଜଣେ ଭାରତୀୟ ବି ସାମିଲ

ନୂଆଦିଲ୍ଲୀ : ଖୁବ୍‌ ଆକର୍ଷଣୀୟ ହେବ ଆଇପିଏଲ୍ ୨୦୨୪ । ଟୁର୍ନାମେଣ୍ଟ ପୂର୍ବରୁ ହେବ ଏକ ମେଗା ନିଲାମ । ଯାହା ଉପରେ ରହିଛି ସମସ୍ତଙ୍କ ନଜର । ଏହି ନିଲାମୀରେ ଅନେକ ଟିମ୍‌ର ଷ୍ଟାର ପ୍ଲେୟର ଅନ୍ୟ ଟିମ୍‌କୁ କରିପାରନ୍ତି ଜଏନ । ଆଇପିଏଲ ୨୦୨୪ ପୂର୍ବରୁ ଅନୁଷ୍ଠିତ ମିନି ନିଲାମରେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ହୋଇଥିଲା । ଷ୍ଟାର୍କକୁ ୨୪.୭୫ କୋଟିରେ କିଣିଥିଲା କେକେଆର୍ । କିନ୍ତୁ ଆଇପିଲ୍‌ ୨୦୨୫ରେ ଭାଙ୍ଗିପାରେ ଏହି ରେକର୍ଡ । ମେଗା ନିଲାମୀରେ ଏହି ରେକର୍ଡକୁ ସହଜରେ ଭାଙ୍ଗିପାରନ୍ତି ୩ ପ୍ଲେୟର । ଖାସ୍ କଥା ହେଉଛି ଏହି ରେକର୍ଡରେ ସାମିଲ ହୋଇପାରନ୍ତି ଜଣେ ଭାରତୀୟ ପ୍ଲେୟର । ଯିଏକି ରେକର୍ଡବ୍ରେକ୍‌ ହୋଇପାରନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ…  ଲିଷ୍ଟର ପ୍ରଥମରେ ଅଛନ୍ତି ଫିଲ ସଲ୍ଟ । ଆଇପିଏଲ୍ ୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିଲେ ଫିଲ୍ ସଲ୍ଟ । ସେ ଚମତ୍କାର ପ୍ରଦର୍ଶନ କରିଥିଲେ । ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୮୨.୦୧ ରହିଥିଲା । ସଲ୍ଟ ୧୨ଟି ମ୍ୟାଚରେ କରିଥିଲେ ୪୩୫ ରନ୍‌ ସ୍କୋର । ତେବେ ଫିଲ୍‌ ସଲ୍ଟଙ୍କୁ ରିଲିଜ୍‌ କରିବା ନେଇ କୋଲକାତା ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍‌ ଘୋଷଣା କରିନି । କିନ୍ତୁ ଆଇପିଏଲ୍ ୨୦୨୫ରେ ଯଦି KKR ଫିଲ ସଲ୍ଟଙ୍କୁ ରିଟେନ ନକେରେ ତେବେ ସେ ମେଗା ନିଲାମୀରେ ସାମିଲ ହେବେ । ଏପରି ହେଲେ ସେ ଟୁର୍ନାମେଣ୍ଟରେ ବି

IPL ୨୦୨୫ ପାଇଁ ମେଗା ଅକ୍ସନ୍‌, ୩ ପ୍ଲେୟରଙ୍କ ଉପରେ ଲାଗିପାରେ ବଡ ନିଲାମୀ, ଲିଷ୍ଟରେ ଜଣେ ଭାରତୀୟ ବି ସାମିଲ

ନୂଆଦିଲ୍ଲୀ : ଖୁବ୍‌ ଆକର୍ଷଣୀୟ ହେବ ଆଇପିଏଲ୍ ୨୦୨୪ । ଟୁର୍ନାମେଣ୍ଟ ପୂର୍ବରୁ ହେବ ଏକ ମେଗା ନିଲାମ । ଯାହା ଉପରେ ରହିଛି ସମସ୍ତଙ୍କ ନଜର । ଏହି ନିଲାମୀରେ ଅନେକ ଟିମ୍‌ର ଷ୍ଟାର ପ୍ଲେୟର ଅନ୍ୟ ଟିମ୍‌କୁ କରିପାରନ୍ତି ଜଏନ । ଆଇପିଏଲ ୨୦୨୪ ପୂର୍ବରୁ ଅନୁଷ୍ଠିତ ମିନି ନିଲାମରେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ହୋଇଥିଲା । ଷ୍ଟାର୍କକୁ ୨୪.୭୫ କୋଟିରେ କିଣିଥିଲା କେକେଆର୍ । 

କିନ୍ତୁ ଆଇପିଲ୍‌ ୨୦୨୫ରେ ଭାଙ୍ଗିପାରେ ଏହି ରେକର୍ଡ । ମେଗା ନିଲାମୀରେ ଏହି ରେକର୍ଡକୁ ସହଜରେ ଭାଙ୍ଗିପାରନ୍ତି ୩ ପ୍ଲେୟର । ଖାସ୍ କଥା ହେଉଛି ଏହି ରେକର୍ଡରେ ସାମିଲ ହୋଇପାରନ୍ତି ଜଣେ ଭାରତୀୟ ପ୍ଲେୟର । ଯିଏକି ରେକର୍ଡବ୍ରେକ୍‌ ହୋଇପାରନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ… 

 ଲିଷ୍ଟର ପ୍ରଥମରେ ଅଛନ୍ତି ଫିଲ ସଲ୍ଟ । ଆଇପିଏଲ୍ ୨୦୨୪ରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳୁଥିଲେ ଫିଲ୍ ସଲ୍ଟ । ସେ ଚମତ୍କାର ପ୍ରଦର୍ଶନ କରିଥିଲେ । ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୮୨.୦୧ ରହିଥିଲା । ସଲ୍ଟ ୧୨ଟି ମ୍ୟାଚରେ କରିଥିଲେ ୪୩୫ ରନ୍‌ ସ୍କୋର । ତେବେ ଫିଲ୍‌ ସଲ୍ଟଙ୍କୁ ରିଲିଜ୍‌ କରିବା ନେଇ କୋଲକାତା ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍‌ ଘୋଷଣା କରିନି । କିନ୍ତୁ ଆଇପିଏଲ୍ ୨୦୨୫ରେ ଯଦି KKR ଫିଲ ସଲ୍ଟଙ୍କୁ ରିଟେନ ନକେରେ ତେବେ ସେ ମେଗା ନିଲାମୀରେ ସାମିଲ ହେବେ । ଏପରି ହେଲେ ସେ ଟୁର୍ନାମେଣ୍ଟରେ ବିକ୍ରି ହୋଇଥିବା ସବୁଠାରୁ ଦାମୀ ପ୍ଲେୟରଙ୍କ ଲିଷ୍ଟର ଆଗରେ ରହିପାରନ୍ତି ।   

ଏହାପଛକୁ ଅଛନ୍ତି ରୋହିତ ଶର୍ମା । ହିଟ୍‌ମ୍ୟାଟ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ କ୍ୟାପଟେନ୍‌ । ବେଶ୍‌ ଚର୍ଚ୍ଚା ହେଉଛି କି ଆଇପିଏଲ୍‌ ୨୦୨୫ରେ ତାଙ୍କୁ ରିଟେନ୍‌ କରିବନି ଫ୍ରାଞ୍ଚାଇଜ୍‌ । ଯଦିଓ ରୋହିତଙ୍କ ଟିମ୍‌ରୁ ରିଲିଜ ନେଇ କୌଣସି ଅଫିସିଆଲ୍‌ ସୂଚନା ମିଳିନି । କିନ୍ତୁ ଯଦି ରୋହିତଙ୍କୁ ରିଟେନ ନକରାଯାଏ ତେବେ ତାଙ୍କ ନାଁ ମେଗା ଅକ୍ସନରେ ଆସିବ । ତାଙ୍କ ପାଇଁ ସବୁ ଫ୍ରାଞ୍ଚାଇଜ୍‌ ମୋଟା ଅଙ୍କର ନିଲାମୀ ଲଗାଇପାରନ୍ତି । ଏମିତିକି ଚର୍ଚ୍ଚା ହେଉଛି କି ଲକ୍ଷ୍ନୌ ସୁପର ଜାଏଣ୍ଟସ ନିଜ ଟିମରେ ରୋହିତ ଶର୍ମାଙ୍କୁ ସାମିଲ କରିବାକୁ ଦେଇପାରେ ୫୦ କୋଟି ।  

ତୃତୀୟରେ ରହିଛନ୍ତି ସାମ୍‌ କରନ । ତାଙ୍କୁ ଆଇପିଏଲ୍ ୨୦୨୩ରେ ୧୮କୋଟି ୫୦ ଲକ୍ଷରେ କିଣିଥିଲା ପଞ୍ଜାବ କିଙ୍ଗସ । ଇଲିଶ ଅଲରାଉଣ୍ଡର ଅନେକ ସମୟରେ ପଞ୍ଜାବ କିଙ୍ଗସର କମାଣ ମଧ୍ୟ ସମ୍ଭାଳିଛନ୍ତି । ଏପରି ସ୍ଥିତିରେ ପଞ୍ଜାବ ତାଙ୍କୁ ରିଟେନ କରିବ କି ରିଲିଜ୍‌ କରିବ ସେନେଇ କିଛି କହି ହେବନି । ଯଦିଓ ପଞ୍ଜାବ ତାଙ୍କୁ ରିଲିଜ୍ କରୁଛି ତେବେ ତାଙ୍କ ଉପରେ ଲାଗିପାରେ ଏକ ମୋଟା ଅଙ୍କର ନିଲାମୀ । ଯାହା ପ୍ଲେୟରଙ୍କୁ କରିପାରେ ମାଲେମାଲ୍‌ । ତେବେ ଅପେକ୍ଷା ରହିଲା ମେଗା ଅକ୍ସନକୁ । କେଉଁ ପ୍ଲେୟର ସବୁଠାରୁ ଅଧିକରେ ନିଲାମ ହେଉଛନ୍ତି ତାହା ଦେଖିବାକୁ ବାକି…