ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ଆରମ୍ଭ: ସ୍ଥାନୀୟ କଳାକାରଙ୍କୁ ମିଳିବ ସୁଯୋଗ

କର୍ଲାମୁଣ୍ଡା:୧୮।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ଅଧ୍ୟକ୍ଷତାରେ ଆସନ୍ତା ଜାନୁୟାରୀରେ ହେବାକୁ ଥିବା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରପ୍ରାପ୍ତ ବିଡିଓ ସିଧେଶ୍ୱର ମେହେର, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ତହସିଲଦାର ଅରୁଣ ବର୍ଗେ, ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, କର୍ଲାମୁଣ୍ଡା କ ଯୋନ ଜିଲା ପରିଷଦ ସଭ୍ୟ ମହେନ୍ଦ୍ର […] The post ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ଆରମ୍ଭ: ସ୍ଥାନୀୟ କଳାକାରଙ୍କୁ ମିଳିବ ସୁଯୋଗ appeared first on Dharitri Odia News.

ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ଆରମ୍ଭ: ସ୍ଥାନୀୟ କଳାକାରଙ୍କୁ ମିଳିବ ସୁଯୋଗ

କର୍ଲାମୁଣ୍ଡା:୧୮।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ଅଧ୍ୟକ୍ଷତାରେ ଆସନ୍ତା ଜାନୁୟାରୀରେ ହେବାକୁ ଥିବା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ପାଇଁ ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ଭାରପ୍ରାପ୍ତ ବିଡିଓ ସିଧେଶ୍ୱର ମେହେର, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ତହସିଲଦାର ଅରୁଣ ବର୍ଗେ, ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, କର୍ଲାମୁଣ୍ଡା କ ଯୋନ ଜିଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ଖ ଯୋନ ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ, ସମିତି ସଂଘ ସଭାପତି ନିମାଇଁ ଚରଣ ବେହେରା, ଭାରପ୍ରାପ୍ତ ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୋହିତ ରଣା ଓ ଗୋପମଣୀ ସାହୁ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅରୁଣ ସାହୁ ଯୋଗ ଦେଇଥିଲେ ଶାନ୍ତି ଶୃଙ୍ଖଳାରେ କିପରି ମହୋତ୍ସବ ପାଳନ ହୋଇପାରିବ ସେ ନେଇ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଉତ୍ସବ ପାଳନ ନେଇ ବିଭିନ୍ନ ବିଭାଗ ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଏପରିକି ଉତ୍ସବ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏପରିକି ଉତ୍ସବରେ ସ୍ଥାନୀୟ କଳାକାରଙ୍କଙ୍କୁ ସୁଯୋଗ ଦିଆଯିବ ବୋଲି ଆଲୋଚନା ହୋଇଥିଲା।

ଅନ୍ୟପକ୍ଷେ ବୈଠକରେ ପ୍ରଦୀପ କୁମାର ମାଝୀ, ଅବସର ପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ପବିତ୍ର ମୋହନ ପଶା, ରେଙ୍ଗାଲି ସିଆରସିସି ଉଜ୍ଜ୍ୱଳ କୁମାର ସାହୁ, ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ, ସେକ୍ସନ ଅଫିସର ଶିବା ନନ୍ଦ ପାତ୍ର, ଆଇସିଡିଏସ ସୁପର ଭାଇଜର କୁସୁମ ମଞ୍ଜରୀ ପଣ୍ଡା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସ୍ବାଗତ କୁମାର ପାଣିଗ୍ରାହୀ, ଯନ୍ତ୍ରୀ ଅନୁସାୟା ଭଞ୍ଜ, ଫାଣ୍ଡି ଅଧିକାରୀ ଥବିର ବରିହା, ବିଦ୍ୟୁତ ବିଭାଗ ଯନ୍ତ୍ରୀ ପ୍ରମୋଦ କୁମାର ପାତ୍ର, ସମାଜ ସେବୀ ପ୍ରଦୀପ କୁମାର ସାହୁ, ରିଷିଡା ସରପଞ୍ଚ ସେବତୀ ରଣା, ପୌରକେଲା ସରପଞ୍ଚ ଯଶୋସୱିନୀ ଧରୁଆ, ସାପଲହରା ସରପଞ୍ଚ ରାଜେଶ୍ୱରୀ ସେନାପତି, ରିଂଜା ସମିତି ସଭ୍ୟ ଆନନ୍ଦ ନାଗ,ସ. ମାଲପଡା ସମିତି ସଭ୍ୟ ଗୋଲାପ ଶଙ୍କର ସାହୁ ସାମ୍ବାଦିକ ପ୍ରଦୀପ କୁମାର ସାହୁ, ନବୀନ କୁମାର ସାହୁ, ଗୋପବନ୍ଧୁ ସାହୁଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

The post ଉତ୍ସବ ପାଳନ ପାଇଁ ପ୍ରସ୍ତୁତ ଆରମ୍ଭ: ସ୍ଥାନୀୟ କଳାକାରଙ୍କୁ ମିଳିବ ସୁଯୋଗ appeared first on Dharitri Odia News.