ଆଳୁ ଯୋଗାଣକୁ ନେଇ ପଡ଼ୋଶୀ ପଶ୍ଚିମବଙ୍ଗ ସରକାରଙ୍କୁ ଉପ-ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍

ଭୁବନେଶ୍ୱର,୩।୧: ଆଳୁ ଯୋଗାଣକୁ ନେଇ ପଡ଼ୋଶୀ ପଶ୍ଚିମବଙ୍ଗ ସରକାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ”ଓଡ଼ିଶାକୁ ଏକ ପ୍ରକାର ବ୍ଲାକମେଲ୍ କରୁଥିଲା ଆମ ପଡ଼ୋଶୀ ରାଜ୍ୟ, ପଶ୍ଚିମବଙ୍ଗ ଆଳୁ ଟ୍ରକ୍‌କୁ ବର୍ଡରରେ ଅଟକାଇ ଦେଉଥିଲା। ତେଣୁ ଆମେ ନିଷ୍ପତ୍ତି ନେଇଛୁ, ମମତା ଦିଦିଙ୍କୁ ବ୍ଲାକମେଲ୍ କରିବାକୁ ଦେବୁନି। ପଶ୍ଚିମବଙ୍ଗର ଆଳୁ ଉପରେ ମନମାନିକୁ ଦେଖି ଆମେ ରାଜ୍ୟରେ ଚାଷୀମାନଙ୍କୁ ଉନ୍ନତ ମାନର […] The post ଆଳୁ ଯୋଗାଣକୁ ନେଇ ପଡ଼ୋଶୀ ପଶ୍ଚିମବଙ୍ଗ ସରକାରଙ୍କୁ ଉପ-ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ appeared first on Dharitri Odia News.

ଆଳୁ ଯୋଗାଣକୁ ନେଇ ପଡ଼ୋଶୀ ପଶ୍ଚିମବଙ୍ଗ ସରକାରଙ୍କୁ ଉପ-ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍

ଭୁବନେଶ୍ୱର,୩।୧: ଆଳୁ ଯୋଗାଣକୁ ନେଇ ପଡ଼ୋଶୀ ପଶ୍ଚିମବଙ୍ଗ ସରକାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ”ଓଡ଼ିଶାକୁ ଏକ ପ୍ରକାର ବ୍ଲାକମେଲ୍ କରୁଥିଲା ଆମ ପଡ଼ୋଶୀ ରାଜ୍ୟ, ପଶ୍ଚିମବଙ୍ଗ ଆଳୁ ଟ୍ରକ୍‌କୁ ବର୍ଡରରେ ଅଟକାଇ ଦେଉଥିଲା। ତେଣୁ ଆମେ ନିଷ୍ପତ୍ତି ନେଇଛୁ, ମମତା ଦିଦିଙ୍କୁ ବ୍ଲାକମେଲ୍ କରିବାକୁ ଦେବୁନି।

ପଶ୍ଚିମବଙ୍ଗର ଆଳୁ ଉପରେ ମନମାନିକୁ ଦେଖି ଆମେ ରାଜ୍ୟରେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇ ଦେଇଛୁ । ରାଜ୍ୟରେ ୫୮ଟି ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ । ରାଜ୍ୟର କୃଷକ ମାନଙ୍କୁ କେବଳ ଧାନ ଉପରେ ନିର୍ଭର ନକରି ନୂଆ ଟେକନିକ୍ ପ୍ରୟୋଗରେ ଅନ୍ୟାନ୍ୟ ଫସଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।”

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଳୁ ଚାଷ ଉପରେ ଆଲୋକପାତ କରି ସେ କହିଥିଲେ, ରାଜ୍ୟରେ ଆଳୁ ଚାଷକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଚଳିତ ରବି ଋତୁରେ ୧.୮୦ ଲକ୍ଷ ଚାଷୀଙ୍କୁ ରିହାତି ଦରରେ ୧.୬୦ ଲକ୍ଷ କ୍ଵିଣ୍ଟାଲ ପ୍ରାମାଣିକ ଆଳୁ ବିହନ ଯୋଗାଇ ଦିଆଯାଇଛି । ଏହା ବିଗତ ବର୍ଷଠାରୁ ୩ ଗୁଣ ଅଧିକ । ଚଳିତ ବର୍ଷ ୨.୪ ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

କଳାହାଣ୍ଡିର ସବ୍‌ଜି କ୍ରାନ୍ତି ଉପରେ ଆଲୋକପାତ କରି ସେ କହିଲେ ଯେ, ନିକଟରେ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ଲୋକପ୍ରିୟ “ମନ୍ କୀ ବାତ୍” କାର୍ଯ୍ୟକ୍ରମରେ କଳାହାଣ୍ଡିର ସବ୍‌ଜି କ୍ରାନ୍ତି ଉପରେ ଆଲୋଚନା କରି ଖୁବ୍ ପ୍ରଶଂସା କରିଥିଲେ। କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକରେ ଥିବା ଏକ କୃଷକ ଉତ୍ପାଦକ ଗୋଷ୍ଠୀ ଟମାଟୋ, କଲରା ଇତ୍ୟାଦି ଚାଷରୁ ବାର୍ଷିକ ଦେଢ କୋଟି ଟଙ୍କାର କାରବାର କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି କୃଷକ ଉତ୍ପାଦକ ଗୋଷ୍ଠୀ ଓ ଏଥିରେ ଜଡ଼ିତ ଥିବା ୨୦୦ ରୁ ଅଧିକା ଚାଷୀ ଏବଂ ୪୫ ଜଣ ମହିଳା ଚାଷୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।

The post ଆଳୁ ଯୋଗାଣକୁ ନେଇ ପଡ଼ୋଶୀ ପଶ୍ଚିମବଙ୍ଗ ସରକାରଙ୍କୁ ଉପ-ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ appeared first on Dharitri Odia News.