ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ
ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍ବ ଟଙ୍କାର ଜବତ ହୋଇ ରହିଥିବା ଗାଡ଼ି ଓ ସାମଗ୍ରୀ ପୋଡିଜଳି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୩ଟାବେଳେ ହଠାତ୍ ବଡ଼ବିଲସ୍ଥିତ ଅବକାରୀ ଥାନା ପରିସରର ଗୋଟିଏ ପାଶର୍ବରେ ଥିବା ଜବତ ସାମଗ୍ରୀ ଗୁଡିକରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅବକାରୀ ଥାନାଧିକାରୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ସୂଚନା ପାଇ […] The post ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ appeared first on Dharitri Odia News.
ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍ବ ଟଙ୍କାର ଜବତ ହୋଇ ରହିଥିବା ଗାଡ଼ି ଓ ସାମଗ୍ରୀ ପୋଡିଜଳି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୩ଟାବେଳେ ହଠାତ୍ ବଡ଼ବିଲସ୍ଥିତ ଅବକାରୀ ଥାନା ପରିସରର ଗୋଟିଏ ପାଶର୍ବରେ ଥିବା ଜବତ ସାମଗ୍ରୀ ଗୁଡିକରେ ନିଆଁ ଲାଗିଯାଇଥିଲା। ଖବର ପାଇ ଅବକାରୀ ଥାନାଧିକାରୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳକୁ ଗୋଟିଏ ସ୍କର୍ପିଓ, ଦୁଇଟି ବୋଲେରୋ, ଏକ ଅଟୋ, ୧୧ଟି ବାଇକ ଓ ବିଭିନ୍ନ ଜବତ ସାମଗ୍ରୀ ପୋଡ଼ି ଜଳି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିଲା।
ପରିସରର ଅନ୍ୟ ପଟକୁଥିବା ଅନ୍ୟ ବାଇକ ଓ ଜବତ ସାମଗ୍ରୀ ଗୁଡିକ ସୁରକ୍ଷିତ ଥିଲାବେଳେ ୩ଟି ବାଇକ ଆଂଶିକ ନଷ୍ଟ ହୋଇଥିବା ଜଣାପଡିଛି। ପୋଡ଼ି ଜଳି ନଷ୍ଟ ହୋଇଯାଇଥିବା ଗାଡ଼ି ଗୁଡ଼ିକ ବଡବିଲ, ଯୋଡା ଅବକାରୀ ଥାନା ଏବଂ ଚମ୍ପୁଆ ଅବକାରୀ ଥାନା ଦ୍ବାରା ଜବତ ବଡବିଲରେ ହୋଇରହିଥିଲା। ତେବେ ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇପାରି ନ ଥିବା ବେଳେ ତଦନ୍ତ ପରେ ଜଣାପଡ଼ିବ ଓ ଏ ନେଇ ବଡବିଲ ଥାନାରେ ଏତଲା ଦିଆଯିବ ବୋଲି ବଡବିଲ ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇ କହିଛନ୍ତି।
The post ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ appeared first on Dharitri Odia News.