ନାସା ହାତରେ ୧୮ ଦିନ: ସୁନୀତାଙ୍କ ମହାକାଶ ଯାତ୍ରାକୁ ୮ ସପ୍ତାହ ବିତିଲା
ଓ୍ବାଶିଂଟନ୍,୩ା୮: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ୍ ଓ୍ବିଲମୋର ଗତ ଜୁନ୍ ୫ରେ ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ୍ ଷ୍ଟେଶନ୍ରୁ ବୋଇଂର ଷ୍ଟାରଲାଇନର ଏୟାରକ୍ରାଫ୍ଟରେ ମହାକାଶ ଯାତ୍ରା କରିଥିଲେ। ବୋଇଂର କମର୍ସିଆଲ କ୍ରିଉ କାର୍ଯ୍ୟକ୍ରମ ପାଇଁ ଏହି ମିଶନକୁ ଏକ ମାଇଲଖୁଣ୍ଟ ରୂପେ ବିବେଚନା କରାଯାଉଛି। ତେବେ ଉକ୍ତ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ୮ ସପ୍ତାହ ପରେ ମଧ୍ୟ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ୍ (ଆଇଏସ୍ଏସ୍)ରୁ ଉଭୟେ ଫେରିପାରି ନାହାନ୍ତି। ଆଇଏସ୍ଏସ୍ରେ […] The post ନାସା ହାତରେ ୧୮ ଦିନ: ସୁନୀତାଙ୍କ ମହାକାଶ ଯାତ୍ରାକୁ ୮ ସପ୍ତାହ ବିତିଲା appeared first on Dharitri Odia News.
ଓ୍ବାଶିଂଟନ୍,୩ା୮: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ୍ ଓ୍ବିଲମୋର ଗତ ଜୁନ୍ ୫ରେ ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ୍ ଷ୍ଟେଶନ୍ରୁ ବୋଇଂର ଷ୍ଟାରଲାଇନର ଏୟାରକ୍ରାଫ୍ଟରେ ମହାକାଶ ଯାତ୍ରା କରିଥିଲେ। ବୋଇଂର କମର୍ସିଆଲ କ୍ରିଉ କାର୍ଯ୍ୟକ୍ରମ ପାଇଁ ଏହି ମିଶନକୁ ଏକ ମାଇଲଖୁଣ୍ଟ ରୂପେ ବିବେଚନା କରାଯାଉଛି। ତେବେ ଉକ୍ତ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ୮ ସପ୍ତାହ ପରେ ମଧ୍ୟ ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ୍ (ଆଇଏସ୍ଏସ୍)ରୁ ଉଭୟେ ଫେରିପାରି ନାହାନ୍ତି। ଆଇଏସ୍ଏସ୍ରେ ଦୀର୍ଘ ୫୭ ଦିନ ଧରି ଫସିରହିଥିବା ଦୁଇ ମହାକାଶଚାରୀଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପାଇଁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ହାତରେ ଆଉ ମାତ୍ର ୧୮ ଦିନ ରହିଛି। ଏହି ସ୍ବଳ୍ପ ଅବଧି ଭିତରେ ଯାନ୍ତ୍ରିକ ତ୍ରୁଟିକୁ ସୁଧାରି ଉଭୟଙ୍କୁ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରାଇବା କ୍ରିଉ-୯ ମିଶନ ପାଇଁ ଜରୁରୀ ହୋଇପଡ଼ିଛି। ଏଥିପାଇଁ ଇଞ୍ଜିନିୟରମାନେ ଅକ୍ଳାନ୍ତ ଉଦ୍ୟମ ଚଳାଇଛନ୍ତି। ଏପରି କି ଏହି ଆହ୍ବାନପୂର୍ଣ୍ଣ ସମୟରେ ସ୍ପେସେକ୍ସ ଡ୍ରାଗନ୍ କ୍ୟାପ୍ସୁଲକୁ ମିଶନରେ ସାମିଲ କରିବା ସମେତ ଅନ୍ୟ ବିକଳ୍ପଗୁଡ଼ିକ ଉପରେ ମଧ୍ୟ ନାସା ଚିନ୍ତା କରୁଛି।
୧୩ରେ ଆଇଏସ୍ଏସ୍ରେ ପହଞ୍ଚତ୍ଥିବା ଷ୍ଟାରଲାଇନର ଏୟାରକ୍ରାଫ୍ଟ ମିଶନର ସପ୍ତାହେ ପରେ ସୁନୀତା ଓ ଓ୍ବିଲମୋରଙ୍କୁ ନେଇ ପୃଥିବୀକୁ ଫେରିବା ସ୍ଥିର ହୋଇଥିଲା। ତେବେ ମହାକାଶଯାନ ଆଇଏସ୍ଏସ୍ର ନିକଟତ ହେବା ବେଳକୁ ଏହାର ୨୮ ଥ୍ରଷ୍ଟର ମଧ୍ୟରୁ ୫ଟି ହଠାତ୍ ବନ୍ଦ ହୋଇଯାଇଥିଲା। ଏହାର ସର୍ଭିସ୍ ମୋଡ୍ୟୁଲର ୫ଟି ସ୍ଥାନରେ ହିଲିୟମ୍ ଲିକ୍ ହେଉଥିବା ଜଣାପଡ଼ିଥିଲା। ସ୍ପେସ୍କ୍ରାଫ୍ଟର ଥ୍ରଷ୍ଟର ଓ ହିଲିୟମ୍ ସିଷ୍ଟମ୍ରେ ସମସ୍ୟା ଯୋଗୁ ଦୁହିଁଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହୋଇଛି। ନାସାର କମର୍ସିଆଲ କ୍ରିଉ ପ୍ରୋଗ୍ରାମ ମ୍ୟାନେଜର ଷ୍ଟିଭ୍ ଷ୍ଟିଚ୍ କହିଛନ୍ତି, ସୁନୀତା ଓ ଓ୍ବିଲମୋରଙ୍କ ଫେରିବା ତାରିଖ ସ୍ଥିର ହୋଇନାହିଁ। ପୃଥିବୀର ବାୟୁମଣ୍ଡଳ ଦେଇ ଭୂପୃଷ୍ଠରେ ସୁରକ୍ଷିତ ଅବତରଣ କରିବା ପାଇଁ ଥ୍ରଷ୍ଟର ଓ ହିଲିୟମ୍ ସିଷ୍ଟମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇ ସିଷ୍ଟମ୍ ଭଲ ଭାବେ କାର୍ଯ୍ୟ ନ କଲେ ମହାକାଶଚାରୀ ଦ୍ୱୟଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇପାରେ।
ମିଶନ ଆସନ୍ତା ୧୮ ତାରିଖ ପୂର୍ବରୁ ଲଞ୍ଚ ହୋଇପାରିବ ନାହିଁ। ଏହାର ଲଞ୍ଚତ୍ଂ ବେଳେ ମିଶନରେ ନାସା ମହାକାଶଚାରୀ ଜେନା ଚାର୍ଡମ୍ୟାନ୍, ନିକ୍ ହେଗ୍ ଏବଂ ଷ୍ଟିଫାଇନେ ଓ୍ବିଲସନ୍ଙ୍କ ସହ ରୋସ୍କୋମୋସ୍ କୋସ୍ମୋନଟ୍ ଆଲେକ୍ଜାଣ୍ଡାର ଗୋର୍ବୁନୋଭ୍ ଏକ ସ୍ପେସେକ୍ସ ଡ୍ରାଗନ୍ ସ୍ପେସ୍କ୍ରାଫ୍ଟରେ ଆଇଏସ୍ଏସ୍କୁ ଯିବେ। ସେତେବେଳେ ଷ୍ଟାରଲାଇନର ଥିବା ସ୍ଥାନକୁ ଖାଲି କରାଯିବା ଜରୁରୀ ହୋଇପଡ଼ିବ। ଷ୍ଟାରଲାଇନର ଅଚଳ ହୋଇ ପଡ଼ିରହିଲେ ନାସା ବିକଳ୍ପ ବ୍ୟବସ୍ଥା କରି ଦୁହଁିଙ୍କୁ ଫେରାଇ ଆଣିବା ଲାଗି ଏକ ସ୍ପେସେକ୍ସ ଡ୍ରାଗନ୍ କ୍ୟାପ୍ସୁଲ ବ୍ୟବହାର କରିପାରେ।
The post ନାସା ହାତରେ ୧୮ ଦିନ: ସୁନୀତାଙ୍କ ମହାକାଶ ଯାତ୍ରାକୁ ୮ ସପ୍ତାହ ବିତିଲା appeared first on Dharitri Odia News.