କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ

ଭବାନୀପାଟଣା,୧୩ା୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାଠାରେ ଜିଲା ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଉପଲକ୍ଷେ ରବିବାରଠାରୁ ଆରମ୍ଭ ହୋଇଛି ପଥୋତ୍ସବ। କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସହିତ କ୍ରୀଡ଼ା କୌଶଳର ମିଳନସ୍ଥଳୀ ପାଲଟିଥିଲା ଜେଲଛକରୁ ଷ୍ଟେଟବ୍ୟାଙ୍କ ଛକ ସଡ଼କପଥ। କେବଳ ପ୍ରତିଭାଗୀ, କଳାକାର କିମ୍ବା ସାଧାରଣ ଲୋକେ ନୁହନ୍ତି ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ସମସ୍ତେ ଏଥିରେ ସାମିଲ ହୋଇଥିଲେ। ଲୋକସଭା ସାଂସଦ ମାଳବିକା ଦେବୀ, କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ, ଅତିରିକ୍ତ ଜିଲାପାଳ (ସାଧାରଣ) […] The post କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ appeared first on Dharitri Odia News.

କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ

ଭବାନୀପାଟଣା,୧୩ା୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାଠାରେ ଜିଲା ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଉପଲକ୍ଷେ ରବିବାରଠାରୁ ଆରମ୍ଭ ହୋଇଛି ପଥୋତ୍ସବ। କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସହିତ କ୍ରୀଡ଼ା କୌଶଳର ମିଳନସ୍ଥଳୀ ପାଲଟିଥିଲା ଜେଲଛକରୁ ଷ୍ଟେଟବ୍ୟାଙ୍କ ଛକ ସଡ଼କପଥ। କେବଳ ପ୍ରତିଭାଗୀ, କଳାକାର କିମ୍ବା ସାଧାରଣ ଲୋକେ ନୁହନ୍ତି ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ସମସ୍ତେ ଏଥିରେ ସାମିଲ ହୋଇଥିଲେ। ଲୋକସଭା ସାଂସଦ ମାଳବିକା ଦେବୀ, କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ, ଅତିରିକ୍ତ ଜିଲାପାଳ (ସାଧାରଣ) ତନ୍ମୟ ଦରୱାନ, ଅତିରିକ୍ତ ଜିଲାପାଳ (ରାଜସ୍ବ) ବଇତୁରା ଦୀପ, ଜିଲା ପରିଷଦ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଭବାନୀପାଟଣା ଉପଜିଲାପାଳ ପ୍ରଭାତ କୁମାର ପରିଡ଼ା, ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲା ଯୋଜନା ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ସହକାରୀ ଜିଲାପାଳ ମମତା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମସ୍ତ ପ୍ରତିଭାଗୀଙ୍କୁ ଉତ୍ସାହିତ କରିଥିଲେ। ପଥୋତ୍ସବ ଉପକମିଟି ଅଧ୍ୟକ୍ଷ ଡ. ଅଜୟ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା।

The post କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ appeared first on Dharitri Odia News.