ସ୍କୁଟିରେ ଯାଉଥିଲେ ଜିଲା ପରିଷଦ: ବାଟରେ ଧକ୍କା ଦେଲା ଟ୍ରକ୍‌

କେନ୍ଦୁଝର,୧୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ୍‌ ୨୦ ନମ୍ବର ଜାତୀୟ ରାଜପଥ ଟାଙ୍ଗରାଣୀ ଛକ ନିକଟରେ ଟ୍ରକ୍‌ ଧକ୍କାରେ ୪ ନମ୍ବର ଜୋନ୍‌ ଜିଲା ପରିଷଦ ଲୀଳାବତୀ ମହାନ୍ତ ଗୁରୁତର ହୋଇଛନ୍ତି। ସେ ସ୍କୁଟି ଯୋଗେ ମୁରୁସୁଆଁରୁ ଝୁମ୍ପୁରା ଜିଲା ପରିଷଦ ସଭ୍ୟାଙ୍କ ସହିତ ଦୟ ଝୁମ୍ପୁରା ଅଭିମୁଖେ ଯାଉଥିଲେ। ଟ୍ରକ ସହିତ ତାଙ୍କ ସ୍କୁଟି ଧକ୍କା ହୋଇଥିଲା। ଫଳରେ ସେ ତଳେ ପଡିଯିବାରୁ ଜଙ୍ଘରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର […] The post ସ୍କୁଟିରେ ଯାଉଥିଲେ ଜିଲା ପରିଷଦ: ବାଟରେ ଧକ୍କା ଦେଲା ଟ୍ରକ୍‌ appeared first on Dharitri Odia News.

ସ୍କୁଟିରେ ଯାଉଥିଲେ ଜିଲା ପରିଷଦ: ବାଟରେ ଧକ୍କା ଦେଲା ଟ୍ରକ୍‌

କେନ୍ଦୁଝର,୧୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ୍‌ ୨୦ ନମ୍ବର ଜାତୀୟ ରାଜପଥ ଟାଙ୍ଗରାଣୀ ଛକ ନିକଟରେ ଟ୍ରକ୍‌ ଧକ୍କାରେ ୪ ନମ୍ବର ଜୋନ୍‌ ଜିଲା ପରିଷଦ ଲୀଳାବତୀ ମହାନ୍ତ ଗୁରୁତର ହୋଇଛନ୍ତି। ସେ ସ୍କୁଟି ଯୋଗେ ମୁରୁସୁଆଁରୁ ଝୁମ୍ପୁରା ଜିଲା ପରିଷଦ ସଭ୍ୟାଙ୍କ ସହିତ ଦୟ ଝୁମ୍ପୁରା ଅଭିମୁଖେ ଯାଉଥିଲେ। ଟ୍ରକ ସହିତ ତାଙ୍କ ସ୍କୁଟି ଧକ୍କା ହୋଇଥିଲା। ଫଳରେ ସେ ତଳେ ପଡିଯିବାରୁ ଜଙ୍ଘରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଝୁମ୍ପୁରା ମେଡିକାଲ ପଠାଇଥିଲେ। ସେଠାରୁ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପଳାସପଙ୍ଗା ଫାଣ୍ତି ପୋଲିସ ଉଭୟ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଓ ସ୍କୁଟି ଜବତ କରି ତଦନ୍ତ ଚଳାଇଛି।

The post ସ୍କୁଟିରେ ଯାଉଥିଲେ ଜିଲା ପରିଷଦ: ବାଟରେ ଧକ୍କା ଦେଲା ଟ୍ରକ୍‌ appeared first on Dharitri Odia News.