ବିବାହ ବନ୍ଧନରେ ବାନ୍ଧି ହେଲେ ବିଜେପି ନେତା ଦିଲ୍ଲୀପ ଘୋଷ
କୋଲକାତା ୧୮।୪: ପଶ୍ଚିମବଙ୍ଗ ବିଜେପି ନେତା ଦିଲ୍ଲୀପ ଘୋଷ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦିଲ୍ଲୀପ ଘୋଷ ୬୦ ବର୍ଷ ବୟସରେ ପାର୍ଟି ସହଯୋଗୀ ରିଙ୍କୁ ମଜୁମଦାର (୫୦)ଙ୍କୁ ବିବାହ କରିଛନ୍ତି। ସୂଚନା ଅନୁସାରେ ଏହି ବିବାହ ଉତ୍ସବରେ କେବଳ ନିକଟତମ ସମ୍ପର୍କୀୟ ଓ ପାରିବାରିକ ଲୋକେ ଉପସ୍ଥିତ ଥିଲେ। ଘୋଷଙ୍କ ନିକଟତମ ଲୋକଙ୍କ ଅନୁସାରେ ରିଙ୍କୁ ମଜୁମଦାରଙ୍କୁ ଦିଲ୍ଲୀପ ୨୦୨୧ ମସିହାରୁ ଜାଣିଥିଲେ। ସେମାନଙ୍କ ବିବାହ ଫଟୋ ଏବେ ସାମ୍ନାକୁ ଆସିଯାଇଛି। ଦିଲ୍ଲୀପ ଘୋଷ ଓ ରିଙ୍କୁ ମଜୁମଦାର ଶୁକ୍ରବାର ସନ୍ଧ୍ୟାରେ କୋଲକାତା ନ୍ୟୁ ଟାଉନ ଅଞ୍ଚଳରେ ଏକ ନିରାଡମ୍ବର ଉତ୍ସବରେ ବିବାହ କରିଛନ୍ତି। ସୂଚନା ଅନୁସାରେ ଏହି ବିବାହ ନିମନ୍ତେ ଝିଅଘର ପକ୍ଷରୁ ପ୍ରସ୍ତାବ ପକାଯାଇଥିଲା। ସେହିପରି ଦିଲ୍ଲୀପ ଘୋଷଙ୍କ ମା ଏହି ବିବାହ ନିମନ୍ତେ ପରାମର୍ଶ ଦେଇଥିଲେ। ଦିଲ୍ଲୀପ ଘୋଷଙ୍କ ଜଣେ ନିକଟତମ ନେତା କହିଛନ୍ତି ଯେ ଘୋଷ ଓ ମଜୁମଦାର ଚଳିତବର୍ଷ ଏକ ଆଇପିଏଲ ମ୍ୟାଚ୍ ବେଳେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ରିଙ୍କୁଙ୍କ ଘର କୋଲକାତା ନ୍ୟୁଟାଉନରେ। ସୂଚନା ଅନୁସାରେ ରିଙ୍କୁ କୋଲକାତା ଉତ୍ତର ଉପନଗରୀୟ ବିଜେପି ସଙ୍ଗଠନର ଜିଲ୍ଲା ମହିଳା ମୋର୍ଚ୍ଚା ସହ ସମ୍ପୃକ୍ତ। କୁହାଯାଉଛି ଦିଲ୍ଲୀପଙ୍କ ସହିତ କଥାବାର୍ତ୍ତା ତାଙ୍କୁ ବିଜେପିରେ ସାମିଲ ହେବାକୁ ଉତ୍ସାହିତ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ରିଙ୍କୁ ଜଣେ ଛାଡପତ୍ର ପାଇଥିବା ମହିଳା ଓ ତାଙ୍କର
କୋଲକାତା ୧୮।୪: ପଶ୍ଚିମବଙ୍ଗ ବିଜେପି ନେତା ଦିଲ୍ଲୀପ ଘୋଷ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦିଲ୍ଲୀପ ଘୋଷ ୬୦ ବର୍ଷ ବୟସରେ ପାର୍ଟି ସହଯୋଗୀ ରିଙ୍କୁ ମଜୁମଦାର (୫୦)ଙ୍କୁ ବିବାହ କରିଛନ୍ତି। ସୂଚନା ଅନୁସାରେ ଏହି ବିବାହ ଉତ୍ସବରେ କେବଳ ନିକଟତମ ସମ୍ପର୍କୀୟ ଓ ପାରିବାରିକ ଲୋକେ ଉପସ୍ଥିତ ଥିଲେ। ଘୋଷଙ୍କ ନିକଟତମ ଲୋକଙ୍କ ଅନୁସାରେ ରିଙ୍କୁ ମଜୁମଦାରଙ୍କୁ ଦିଲ୍ଲୀପ ୨୦୨୧ ମସିହାରୁ ଜାଣିଥିଲେ। ସେମାନଙ୍କ ବିବାହ ଫଟୋ ଏବେ ସାମ୍ନାକୁ ଆସିଯାଇଛି।
ଦିଲ୍ଲୀପ ଘୋଷ ଓ ରିଙ୍କୁ ମଜୁମଦାର ଶୁକ୍ରବାର ସନ୍ଧ୍ୟାରେ କୋଲକାତା ନ୍ୟୁ ଟାଉନ ଅଞ୍ଚଳରେ ଏକ ନିରାଡମ୍ବର ଉତ୍ସବରେ ବିବାହ କରିଛନ୍ତି। ସୂଚନା ଅନୁସାରେ ଏହି ବିବାହ ନିମନ୍ତେ ଝିଅଘର ପକ୍ଷରୁ ପ୍ରସ୍ତାବ ପକାଯାଇଥିଲା। ସେହିପରି ଦିଲ୍ଲୀପ ଘୋଷଙ୍କ ମା ଏହି ବିବାହ ନିମନ୍ତେ ପରାମର୍ଶ ଦେଇଥିଲେ। ଦିଲ୍ଲୀପ ଘୋଷଙ୍କ ଜଣେ ନିକଟତମ ନେତା କହିଛନ୍ତି ଯେ ଘୋଷ ଓ ମଜୁମଦାର ଚଳିତବର୍ଷ ଏକ ଆଇପିଏଲ ମ୍ୟାଚ୍ ବେଳେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।
ରିଙ୍କୁଙ୍କ ଘର କୋଲକାତା ନ୍ୟୁଟାଉନରେ। ସୂଚନା ଅନୁସାରେ ରିଙ୍କୁ କୋଲକାତା ଉତ୍ତର ଉପନଗରୀୟ ବିଜେପି ସଙ୍ଗଠନର ଜିଲ୍ଲା ମହିଳା ମୋର୍ଚ୍ଚା ସହ ସମ୍ପୃକ୍ତ। କୁହାଯାଉଛି ଦିଲ୍ଲୀପଙ୍କ ସହିତ କଥାବାର୍ତ୍ତା ତାଙ୍କୁ ବିଜେପିରେ ସାମିଲ ହେବାକୁ ଉତ୍ସାହିତ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ରିଙ୍କୁ ଜଣେ ଛାଡପତ୍ର ପାଇଥିବା ମହିଳା ଓ ତାଙ୍କର ୨୫ ବର୍ଷର ପୁଅଟିଏ ମଧ୍ୟ ଅଛି। ସେ ସଲ୍ଟ ଲେକରେ ଆଇଟି କ୍ଷେତ୍ରେରେ କାମ କରନ୍ତି। ଦିଲ୍ଲୀପ ଘୋଷଙ୍କ ନିକଟତମ ଲୋକଙ୍କ ଅନୁସାରେ ଦିଲ୍ଲୀପ ତାଙ୍କ ମାଙ୍କ ଆଗ୍ରହ ଯୋଗୁ ବିବାହ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀପ ଘୋଷ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଓ ମେଦିନପୁର ଲୋକସଭା ଆସନରୁ ସାଂସଦ ଥିଲେ।