ନାବାଳିକା ବଳାତ୍କାର ମାମଲା : ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ ଜେଲଦଣ୍ଡ

କଟକ : ଜଣେ ୯ ବର୍ଷୀୟା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି କଟକ ଆଡ଼ହକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ଵତନ୍ତ୍ର ପୋକ୍‌ସୋ ଅଦାଲତ ଅଭିଯୁକ୍ତ ୪୫ ବର୍ଷୀୟ ବନମାଳୀ ପଣ୍ଡାକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୫ ବର୍ଷ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲଦଣ୍ଡ ସହ ୧୩ ହଜାର ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି କରିଛନ୍ତି ସ୍ୱତନ୍ତ୍ର ପୋକସୋ କୋର୍ଟ। ଜୋରିମାନା ଅନାଦେୟ ଆସାମୀ ଅଧୂକ ୧ ବର୍ଷ ଜେଲଦଣ୍ଡ ଭୋଗିବ […] The post ନାବାଳିକା ବଳାତ୍କାର ମାମଲା : ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ ଜେଲଦଣ୍ଡ appeared first on KNews Odisha.

ନାବାଳିକା ବଳାତ୍କାର ମାମଲା : ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ ଜେଲଦଣ୍ଡ
court

କଟକ : ଜଣେ ୯ ବର୍ଷୀୟା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି କଟକ ଆଡ଼ହକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ଵତନ୍ତ୍ର ପୋକ୍‌ସୋ ଅଦାଲତ ଅଭିଯୁକ୍ତ ୪୫ ବର୍ଷୀୟ ବନମାଳୀ ପଣ୍ଡାକୁ ଦୋଷୀ ସାବ୍ୟସ୍ତ କରିବା ସହିତ ୫ ବର୍ଷ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲଦଣ୍ଡ ସହ ୧୩ ହଜାର ଟଙ୍କା ଆର୍ଥିକ ଜୋରିମାନାରେ ଦଣ୍ଡିତ କରିଛନ୍ତି କରିଛନ୍ତି ସ୍ୱତନ୍ତ୍ର ପୋକସୋ କୋର୍ଟ। ଜୋରିମାନା ଅନାଦେୟ ଆସାମୀ ଅଧୂକ ୧ ବର୍ଷ ଜେଲଦଣ୍ଡ ଭୋଗିବ ବୋଲି ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି ।

ଅପରପକ୍ଷେ ପୀଡ଼ିତାଙ୍କୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ଲାଗି ଅଦାଲତ କଟକଜିଲା ଆଇନସେବା ପ୍ରାଧୁକରଣଙ୍କୁ ନିର୍ଦେଶ ଦେଇଛନ୍ତି। ୨୦୨୩ ଜୁନ ୧୫ରେ କଟକ ବାଙ୍କୀ ଥାନାରେ ପୀଡ଼ିତାଙ୍କ ମାଆ ଅଭିଯୋଗ କରି ଜଣାଇଥିଲେ ଯେ, ତାଙ୍କ ଝିଅ ୧୪ ତାରିଖ ଅପରାହ୍ନ ୨ ଟା ବେଳେ ସାଙ୍ଗ ଘରକୁ ଯାଇଥିବା ବେଳେ ଅଭିଯୁକ୍ତ ବନମାଳୀ ନିଜ ଘରକୁ ଟେକି ନେଇ ତାକୁ ବଳାତ୍କାର ଉଦ୍ୟମ କରିବା ସହିତ ନାବାଳିକାର ଡ୍ରେସ ଖୋଲି ଦେଇଥିଲା । ନାବାଳିକା ଘଟଣା ସମ୍ପର୍କରେ ନିଜ ମା କୁ କହିବା ପରେ ନାବାଳିକାର ମା ଥାନାରେ ଅଭିଯୋଗ କରିଥିଲେ।

ଏହି ଘଟଣାରେ ବାଙ୍କୀ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହିତ ୨୦୨୩ ଜୁଲାଇ ୨୬ ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲା । କଟକ ଆଡ଼ହକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ଵତନ୍ତ୍ର ପୋକ୍‌ସୋ ଅଦାଲତ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ପିପି ଶୁଭେନ୍ଦ୍ର ପ୍ରସାଦ ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ।

The post ନାବାଳିକା ବଳାତ୍କାର ମାମଲା : ଅଭିଯୁକ୍ତକୁ ୫ ବର୍ଷ ସଶ୍ରମ ଜେଲଦଣ୍ଡ appeared first on KNews Odisha.