ଓଡ଼ିଶାର ମଙ୍ଗ ଧରିଲେ ମୋହନ ମାଝୀ
କିଛି ଦିନ ଧରି ଥିବା ସସପେନ୍ସର ଅନ୍ତ ହୋଇ ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନାମରେ ମୋହର ବାଜିଛି। ସେ କାହିଁକି ଓଡିଶା ମାଟିରେ ବିଜେପି ଦଳରୁ ହେଲେ ପ୍ରଥମ ମୁଖ୍ୟମନ୍ତ୍ରୀ। କିଏ ଏହି ମୋହନ। କ’ଣ ରହିଛି ତାଙ୍କର ରାଜନୈତିକ କ୍ୟାରିୟର୍। ଆସନ୍ତୁ ପୂରା ଖବର ଜାଣିବା।
ସବୁ ଅପେକ୍ଷାର ଅନ୍ତ ଘଟିଛି। ଓଡ଼ିଶାକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ। କିଛି ଦିନ ଧରି ଥିବା ସସପେନ୍ସର ଅନ୍ତ ହୋଇ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ବାଜିଛି। କେନ୍ଦୁଝର ମାଟିର ଆଦିବାସୀ ପୁଅ ଓଡ଼ିଶାର ମଙ୍ଗ ଧରିଛନ୍ତି। ସେ ହେଲେ ବିଜେପି ଦଳର ଟାଣୁଆ ନେତା ମୋହନ ଚରଣ ମାଝୀ।