ମାଓବାଦୀ ରଚିଥିଲେ ବଡ଼ ଯୋଜନା, ବିଏସ୍‌ଏଫ୍‌ ଯବାନ କଲେ ପଣ୍ଡ

ମାଲକାନଗିରି, ୨୩ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଘନବେଡ଼ା ଓ ଗୁରାସେତୁ ୧୭୭ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ମାଓବାଦୀ ଡମ୍ପ ଜବତ କରିବା ସହ ବୋମା ନିଷ୍କ୍ରିୟ କରିଛନ୍ତି। ୧୭୭ ବାଟାଲିୟନ ବିଏସ୍‌ଏଫ୍‌ ଯବାନମାନେ ବୁଧବାର କୋଣ୍ଡାକାମ୍ବେରୁ ସଂରକ୍ଷିତ ଜଙ୍ଗଲରେ କୋମ୍ବିଂ ସମୟରେ ଅଣ୍ଡ୍ରାପାଲ୍ଲୀ ପଞ୍ଚାୟତ ଅରାପଦର ଗ୍ରାମ ନିକଟ ଜଙ୍ଗଲରେ ଏକ ଗଛ ପାଖରେ ମାଓବାଦୀ ଡମ୍ପ ଥିବା ଜାଣିବାକୁ ପାଇଥିଲେ। ଉକ୍ତ ଗଛ ନିକଟରେ ଗୋଟିଏ ଡ୍ରମ୍‌ ଭିତରେ ଥିବା ଏହି […] The post ମାଓବାଦୀ ରଚିଥିଲେ ବଡ଼ ଯୋଜନା, ବିଏସ୍‌ଏଫ୍‌ ଯବାନ କଲେ ପଣ୍ଡ appeared first on Dharitri Odia News.

ମାଓବାଦୀ ରଚିଥିଲେ ବଡ଼ ଯୋଜନା, ବିଏସ୍‌ଏଫ୍‌ ଯବାନ କଲେ ପଣ୍ଡ

ମାଲକାନଗିରି, ୨୩ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଘନବେଡ଼ା ଓ ଗୁରାସେତୁ ୧୭୭ ବିଏସ୍‌ଏଫ୍‌ ବାଟାଲିୟନ ତରଫରୁ ମାଓବାଦୀ ଡମ୍ପ ଜବତ କରିବା ସହ ବୋମା ନିଷ୍କ୍ରିୟ କରିଛନ୍ତି। ୧୭୭ ବାଟାଲିୟନ ବିଏସ୍‌ଏଫ୍‌ ଯବାନମାନେ ବୁଧବାର କୋଣ୍ଡାକାମ୍ବେରୁ ସଂରକ୍ଷିତ ଜଙ୍ଗଲରେ କୋମ୍ବିଂ ସମୟରେ ଅଣ୍ଡ୍ରାପାଲ୍ଲୀ ପଞ୍ଚାୟତ ଅରାପଦର ଗ୍ରାମ ନିକଟ ଜଙ୍ଗଲରେ ଏକ ଗଛ ପାଖରେ ମାଓବାଦୀ ଡମ୍ପ ଥିବା ଜାଣିବାକୁ ପାଇଥିଲେ। ଉକ୍ତ ଗଛ ନିକଟରେ ଗୋଟିଏ ଡ୍ରମ୍‌ ଭିତରେ ଥିବା ଏହି ସାମଗ୍ରୀ ଜବତ କରିଥିଲେ। ଏହି ଡ୍ରମ୍‌ ଭିତରେ ଗୋଟିଏ ୩ ଲିଟର ଟିଫିନ୍‌ ବୋମା, ଗୋଟିଏ ୧ ଲିଟର ଟିଫିନ୍‌ ବୋମା, ତିନୋଟି ପାଇପ୍‌ ବୋମା, ୯ ଡିଟୋନେଟର, ୯ ଜିଲଟିନ୍‌ ଷ୍ଟିକ୍‌, ଗୋଟିଏ ବ୍ୟାଟେରି, ୧୦ ମିଟର ତାର, ଗୋଟିଏ ସୋଲାର ପ୍ଲେଟ୍‌, ଦୁଇଟି ଔଷଧ ବୋତଲ, ଗୋଟିଏ ପ୍ଲାଷ୍ଟିକ ଡ୍ରମ୍‌ ଜବତ କରିଛନ୍ତି। ଏଥିସହ ଉକ୍ତ ଦୁଇଟି ଟିଫିନ୍‌ ବୋମାକୁ ସ୍କ୍ବାଡ୍‌ ସହାୟତାରେ ନିଷ୍କ୍ରିୟ କରିଛନ୍ତି।

The post ମାଓବାଦୀ ରଚିଥିଲେ ବଡ଼ ଯୋଜନା, ବିଏସ୍‌ଏଫ୍‌ ଯବାନ କଲେ ପଣ୍ଡ appeared first on Dharitri Odia News.