ଭାଜପା ନେତାଙ୍କ ଘରୁ ଚୋରି, ଯାଞ୍ଚରେ ଲାଗି ପଡିଛି ପୋଲିସ
ନୂଆଦିଲ୍ଲୀ,୧୧।୭: ଭାରତୀୟ ଜନତା ପାର୍ଟି (ଭାଜପା) ର ରାଜ୍ୟ ସଭା ଏମପି ତଥା ମୁଖପାତ୍ର ସୁଦର୍ଶନ ତ୍ରିବେଦୀଙ୍କ ବଡ ଭାଇ ହିମାଂଶୁ ତ୍ରିବେଦୀଙ୍କ ଘରୁ ଚୋରି ମାମଲା ସାମ୍ନାକୁ ଆସିଛି। ତାଙ୍କ ବାସଭବନ ଲକ୍ଷ୍ନୌର ଇନ୍ଦିରା ନଗର ସେକ୍ଟର ୨୧ରେ ଅବସ୍ଥିତ। ଭାଜପା ନେତାଙ୍କ ଭାଇଙ୍କ ଏହି ବ୍ୟକ୍ତିଗତ ବାସଭବନ ଘାଜିପୁର ରିଙ୍ଗ ରୋଡ ପୋଲିସ ଷ୍ଟେଶନଠାରୁ ୨୦୦ ମିଟର ଦୂରରେ। ହିମାଂଶୁ ତ୍ରିବେଦୀଙ୍କ ଏହି ବାସଭବନ ଅନେକ ମାସ ଧରି ବନ୍ଦ ରହିଥିଲା। ତ୍ରିବେଦୀ ପରିବାର […] The post ଭାଜପା ନେତାଙ୍କ ଘରୁ ଚୋରି, ଯାଞ୍ଚରେ ଲାଗି ପଡିଛି ପୋଲିସ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୭: ଭାରତୀୟ ଜନତା ପାର୍ଟି (ଭାଜପା) ର ରାଜ୍ୟ ସଭା ଏମପି ତଥା ମୁଖପାତ୍ର ସୁଦର୍ଶନ ତ୍ରିବେଦୀଙ୍କ ବଡ ଭାଇ ହିମାଂଶୁ ତ୍ରିବେଦୀଙ୍କ ଘରୁ ଚୋରି ମାମଲା ସାମ୍ନାକୁ ଆସିଛି। ତାଙ୍କ ବାସଭବନ ଲକ୍ଷ୍ନୌର ଇନ୍ଦିରା ନଗର ସେକ୍ଟର ୨୧ରେ ଅବସ୍ଥିତ। ଭାଜପା ନେତାଙ୍କ ଭାଇଙ୍କ ଏହି ବ୍ୟକ୍ତିଗତ ବାସଭବନ ଘାଜିପୁର ରିଙ୍ଗ ରୋଡ ପୋଲିସ ଷ୍ଟେଶନଠାରୁ ୨୦୦ ମିଟର ଦୂରରେ।
ହିମାଂଶୁ ତ୍ରିବେଦୀଙ୍କ ଏହି ବାସଭବନ ଅନେକ ମାସ ଧରି ବନ୍ଦ ରହିଥିଲା। ତ୍ରିବେଦୀ ପରିବାର ଇନ୍ଦିରା ନଗରରୁ ଗୋମତି ନଗରରେ ନିର୍ମିତ ଏକ ନୂତନ ଘରକୁ ଯାଇଥିଲେ ଏବଂ ସେହି ଦିନଠାରୁ ଏହି ଘର ବନ୍ଦ ରହିଥିଲା। ଏହି ଚୋରି ମାମଲା ଗାଜିପୁର ପୋଲିସ ଷ୍ଟେଶନରେ ପଞ୍ଜିକୃତ ହୋଇଥିଲା। ଏହି ବିଷୟରେ ସୂଚନା ପାଇବା ମାତ୍ରେ ଡିସିପି ଉତ୍ତର ଘଟଣାସ୍ଥଳରେ ପହଞ୍ଚି କୁକୁର ସ୍କ୍ବାଡ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।
The post ଭାଜପା ନେତାଙ୍କ ଘରୁ ଚୋରି, ଯାଞ୍ଚରେ ଲାଗି ପଡିଛି ପୋଲିସ appeared first on Dharitri Odia News.