ମହାକାଶରେ ଫସିଛନ୍ତି ସୁନୀତା

ଓ୍ବାଶିଂଟନ୍‌,୨୯ା୬: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ(୫୮) ନିଜ ମହାକାଶ ସହଯାତ୍ରୀ ବୁଚ୍‌ ଓ୍ବିଲମୋର୍‌ଙ୍କ ସହ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ଫସିଯାଇଛନ୍ତି। ଜୁନ୍‌ ୫ରେ ଫ୍ଲୋରିଡାର କେପ୍‌ କାନାଭେରାଲ ସ୍ପେସ୍‌ ଫୋର୍ସ ଷ୍ଟେଶନରୁ ‘ସୁନୀତା’ ଆଇଏସ୍‌ଏସ୍‌ ଅଭିମୁଖେ ତୃତୀୟ ଥର ଯାତ୍ରା କରି ଇତିହାସ ରଚିଥିଲେ। ବୋଇଂର ୮ ଦିନିଆ କ୍ରିଉ ଫ୍ଲାଇଟ୍‌ ଟେଷ୍ଟ ମିଶନରେ ତାଙ୍କ ସହ ୬୧ ବର୍ଷୀୟ ମିଶନ କମାଣ୍ଡର ବୁଚ୍‌ ମଧ୍ୟ ଯାତ୍ରା କରିଥିଲେ। ଏହା ଆମେରିକୀୟ ମହାକାଶ […] The post ମହାକାଶରେ ଫସିଛନ୍ତି ସୁନୀତା appeared first on Dharitri Odia News.

ମହାକାଶରେ ଫସିଛନ୍ତି ସୁନୀତା

ଓ୍ବାଶିଂଟନ୍‌,୨୯ା୬: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ(୫୮) ନିଜ ମହାକାଶ ସହଯାତ୍ରୀ ବୁଚ୍‌ ଓ୍ବିଲମୋର୍‌ଙ୍କ ସହ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ଫସିଯାଇଛନ୍ତି। ଜୁନ୍‌ ୫ରେ ଫ୍ଲୋରିଡାର କେପ୍‌ କାନାଭେରାଲ ସ୍ପେସ୍‌ ଫୋର୍ସ ଷ୍ଟେଶନରୁ ‘ସୁନୀତା’ ଆଇଏସ୍‌ଏସ୍‌ ଅଭିମୁଖେ ତୃତୀୟ ଥର ଯାତ୍ରା କରି ଇତିହାସ ରଚିଥିଲେ। ବୋଇଂର ୮ ଦିନିଆ କ୍ରିଉ ଫ୍ଲାଇଟ୍‌ ଟେଷ୍ଟ ମିଶନରେ ତାଙ୍କ ସହ ୬୧ ବର୍ଷୀୟ ମିଶନ କମାଣ୍ଡର ବୁଚ୍‌ ମଧ୍ୟ ଯାତ୍ରା କରିଥିଲେ। ଏହା ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ବୋଇଂ ଷ୍ଟାରଲାଇନର କ୍ରିଉ ଫ୍ଲାଇଟ୍‌ ଟେଷ୍ଟ (ସିଏଫ୍‌ଟି)ର ପ୍ରଥମ ମିଶନ। ବୋଇଂ ଡିଫେନ୍ସ, ସ୍ପେସ୍‌ ଆଣ୍ଡ୍‌ ସିକ୍ୟୁରିଟି ପ୍ରେସିଡେଣ୍ଟ ତଥା ସିଇଓ ଟେଡ୍‌ କୋଲ୍‌ବର୍ଟ ଏହାକୁ ଏକ ନୂଆଯୁଗର ଅୟମାରମ୍ଭ ବୋଲି ଅଭିହିତ କରିବା ସହ ମିଶନର ସଫଳତା ପରେ ଆଗକୁ ମହାକାଶଚାରୀମାନେ ସୁରକ୍ଷିତ ଭାବେ ସ୍ପେସ୍‌ ଷ୍ଟେଶନକୁ ଯାଇ ଫେରିପାରିବେ ବୋଲି କହିଥିଲା। ସୁନୀତା ଓ ବୁଚ୍‌ ପ୍ରଥମେ ଜୁନ୍‌ ୧୪ରେ ପୃଥିବୀ ପୃଷ୍ଠକୁ ଫେରିବାର ଥିଲା। ପରେ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପ୍ରତ୍ୟାବର୍ତ୍ତନ ତାରିଖ ୨୬କୁ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଦୁଇ ମହାକାଶ ଯାତ୍ରୀ କେବେ ଫେରିବେ ସେନେଇ ନାସା ଓ ବୋଇଂ କିଛି କହିପାରୁ ନାହାନ୍ତି। ସେମାନଙ୍କ ସ୍ପେସ୍‌କ୍ରାଫ୍ଟରେ ଇନ୍ଧନ ସରି ଆସୁଥିବାବେଳେ ସ୍ପେସ୍‌ ଷ୍ଟେଶନ୍‌ ନିକଟରେ ରୁଷିଆର ଏକ ସେବାନିବୃତ୍ତ ସାଟେଲାଇଟ୍‌ ଅନେକ ଆଷ୍ଟ୍ରୋନଟ୍‌ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଆମେରିକୀୟ ସ୍ପେସ୍‌ କମାଣ୍ଡ୍‌ ପକ୍ଷରୁ ମିଳିଥିବା ସୂଚନାନୁସାରେ ପ୍ରାୟ ୧,୦୦୦ ମେଟ୍ରିକ୍‌ ଟନ୍‌ ଓଜନର ରସର୍ସ-ପି୧ ବୁଧବାର ପୃଥିବୀର ନିମ୍ନକକ୍ଷରେ ଭାଙ୍ଗିଯିବାରୁ ଏହାର ଶତାଧିକ ଭଗ୍ନାବଶେଷ ମହାକାଶରେ ଉଡ଼ୁଛି। ଏଭଳି ସମୟରେ ମହାକାଶଯାନରେ ହିଲିୟମ୍‌ ଲିକ୍‌ ଆହୁରି ଚିନ୍ତା ବଢ଼ାଇଦେଇଛି। ଏହି ଘଟଣାକ୍ରମ ପରେ ମହାକାଶଚାରୀମାନେ ଆଇଏସ୍‌ଏସ୍‌ରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିବା ନାସାର ସ୍ସେସ୍‌ ଷ୍ଟେଶନ୍‌ ଅଫିସ୍‌ କହିଛି। ତେବେ ଆବଶ୍ୟକ ହେଲେ ସ୍ସେସ୍‌କ୍ରାଫ୍ଟ ସୁନୀତା ଓ ଓ୍ବିଲ୍‌ମୋରଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଫେରାଇ ଆଣିବାକୁ ସକ୍ଷମ ବୋଲି ନାସା ବୈଜ୍ଞାନିକମାନେ କହିଛନ୍ତି।
କେବଳ ଏଲନ୍‌ ମସ୍କଙ୍କ କମ୍ପାନୀ ସ୍ପେସେକ୍ସ ମହାକାଶ ଯାତ୍ରୀଙ୍କୁ ସ୍ସେସ୍‌ ଯାତ୍ରା କରାଇବାରେ ସକ୍ଷମ ହୋଇଥିଲା। ଏଭଳି ମିଶନରେ ସାମିଲ ହେବାରେ ବୋଇଂ ହେଉଛି ଆମେରିକୀୟ ସ୍ସେସ୍‌ ସେକ୍ଟରରେ ଦ୍ୱିତୀୟ ଘରୋଇ କମ୍ପାନୀ।

The post ମହାକାଶରେ ଫସିଛନ୍ତି ସୁନୀତା appeared first on Dharitri Odia News.